ଦୁର୍ବୃତ୍ତ ପୋଡ଼ିଲେ ଅଚଳ ଟ୍ରକ

ଓଡ଼ିଶା ତାଜା ନ୍ୟୁଜ (୨୮ ଅପ୍ରେଲ ବୁଧବାର ) କଳାହାଣ୍ଡି :-  ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଢେପଗୁଡା ଜଙ୍ଗଲ ନିକଟରେ ଏକ ଅଚଳ ଟ୍ରକକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି । ପୋଖରୀବନ୍ଧରୁ ସିକେରକୁପାକୁ ସଂଯୋଗ କରୁଥିବା ରାଜ୍ୟ ୬ନଂ ରାଜପଥରେ ଏହି ଘଟଣା ଘଟିଛି ।

ଟ୍ରକର ଇଞ୍ଜିନ,ଡାଳା ସହ ସମସ୍ତ ଚକ ପୋଡ଼ି ନଷ୍ଟ ହୋଇଛି । ଟ୍ରକର ମାଲିକ କିଏ ସୂଚନା ମିଳିନାହିଁ । ତେବେ ଟ୍ରକଟି ଆଜକୁ ୬ଦିନ ହେଲା ଅଚଳ ହୋଇ ରାସ୍ତା କଡ଼ରେ ଥିବା ଲୋକେ କହିଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )