No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଅପ୍ରେଲ ମଙ୍ଗଳବାର) ଢେଙ୍କାନାଳ :- କରୋନା ମହାମାରୀରେ ସରକାରଙ୍କ ପକ୍ଷରୁ ଅସହାୟ ବାର୍ଦ୍ଧକ୍ୟ, ଦରିଦ୍ର ଲୋକମାନଙ୍କୁ ଦିଆଯାଇଥିବା ରନ୍ଧାଖାଦ୍ୟ ହିସାବକୁ ନେଇ ଗତ ସଂଧ୍ୟାରେ କଙ୍କିଳି ଗ୍ରାମର ସରପଞ୍ଚ ଓ ତାଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ । ଯାହାକୁ ନେଇ ପରଜଙ୍ଗ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି ।
ସୂଚନା ମୁତାବକ,ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କିଳି ଗ୍ରାମର ଗୋଟିଏ ଗୋଷ୍ଠୀ ଗତବର୍ଷ କୋଭିଡ କଟକଣା ବେଳେ କେବଳ ଜାନୁଆରୀ ମାସ ପାଇଁ ରନ୍ଧାଖାଦ୍ୟ ଯୋଗାଣ ଦାୟିତ୍ଵ ନେଇଥିଲେ । ଗ୍ରାମର ଦୈନିକ ୮୦ ରୁ ୧୦୦ ଜଣ ଅସହାୟଙ୍କୁ ଖାଦ୍ୟ ଯୋଗାଇ ଥିଲେ । ସେହି ରନ୍ଧାଖାଦ୍ୟ ଖର୍ଚ୍ଚ ପ୍ରାପ୍ୟ, ଯାହାକି ଆଜିସୁଦ୍ଧା ମିଳିପାରିନଥିଲା । ଯାହାକୁ ନେଇ ଗତ ସୋମବାର ସନ୍ଧ୍ୟାରେ ଗୋଷ୍ଠୀର ଗୋଟିଏ ପରିବାରର ମାତ୍ରାଧିକ ବ୍ୟକ୍ତି ଉତକ୍ଷିପ୍ତ ହୋଇ ସରପଞ୍ଚଙ୍କ ଘର ସାମ୍ନାରେ ପହଞ୍ଚି ରନ୍ଧାଖାଦ୍ୟ ପ୍ରାପ୍ୟ ମାଗିଥିଲେ ଓ ହୋହାଲ୍ଲା ପାଟିତୁଣ୍ଡ କରିଥିଲେ ।
ସେତେବେଳେ ସରପଞ୍ଚ ରେଣୁବାଳା ପଳେଇ କାଖରେ କଅଁଳା ଛୁଆକୁ ଧରି ଠିଆ ହୋଇଥିବା ସମୟରେ କିଛି ବ୍ୟକ୍ତି ଲୁଗା ଘୋଷାରି ବାଡେଇଲେ।ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ଘଟଣାକୁ ନେଇ ପରଜଙ୍ଗ ଥାନାରେ ୧୬୨/୨୧ ଏବଂ ୧୬୩/୨୧ ରେ ଦୁଇଟି ମମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। (ରିପୋର୍ଟ୍, ଅମର ରଞ୍ଜନ ଦାସ ) ଢେଙ୍କାନାଳ
No Result
View All Result