ଦୁନିଆର ସବୁଠାରୁ ସୁନ୍ଦର ମସଜିଦ୍, ଜାଣନ୍ତୁ ଏହାର ବିଶେଷତା :-

ଓଡିଶା ତାଜା ନ୍ୟୁଜ (୨୭ ଏପ୍ରିଲ ମଙ୍ଗଳବାର )ଭୁବନେଶ୍ଵର :- ବର୍ତ୍ତମାନ ପବିତ୍ର ରମଜାନ ମାସ ଚାଲିଛି । ଏହି ସମୟରେ ସମସ୍ତ ମୁସଲମାନ ଉପବାସ ସହିତ ଆଲ୍ଲାଙ୍କୁ ପୂଜା କରନ୍ତି । ଲୋକମାନେ ମସଜିଦକୁ ଯାଇ ନମାଜ ପାଠ କରନ୍ତି । ଏହି ବିଶେଷ ଦିନରେ ମସଜିଦଗୁଡିକରେ ବହୁତ ଭିଡ ଜମିଥାଏ । ଲୋକମାନେ ପବିତ୍ର ରମଜାନ ମାସକୁ ଖୁବ୍ ଧୁମଧାମରେ ପାଳନ କରନ୍ତି । କିନ୍ତୁ ଏଥର କରୋନା ଯୋଗୁଁ କୌଣସି ଧାର୍ମିକ ସ୍ଥାନକୁ ଯିବାକୁ ବାରଣ କରାଯାଇଛି । ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଦୁନିଆରେ କିଛି ଏଭଳି ମସଜିଦ୍ ରହିଛି ଯାହା ଇସଲାମିକ ଧର୍ମସ୍ଥଳ ହେବା ସହିତ ସୁନ୍ଦରତାରେ ମଧ୍ୟ ପରିପୂର୍ଣ୍ଣ । ନିଜର ସୁନ୍ଦରତା ପାଇଁ ଏହା ସାରା ଦୁନିଆରେ ପ୍ରସିଦ୍ଧ । ତେବେ ଚାଲନ୍ତୁ ଜାଣିବା ଏହି ସବୁ ମସଜିଦ୍ ବିଷୟରେ…

ଜାମା ମସଜିଦ୍ :-

ଭାରତରେ ଅବସ୍ଥିତ ଜାମା ମସଜିଦ ସମଗ୍ର ବିଶ୍ୱରେ ବହୁତ ପ୍ରସିଦ୍ଧ । ଏହା ୧୬୫୬ ରେ ନିର୍ମିତ ହୋଇଥିଲା । ଦିଲ୍ଲୀରେ ପ୍ରତିଷ୍ଠିତ ଏହି ମସଜିଦ ମୋଗଲ ସମ୍ରାଟ ଶାହା ଜାହାନଙ୍କ ଦ୍ୱାରା ନିର୍ମିତ, ଏହା ଭାରତର ସବୁଠାରୁ ବଡ ତଥା ପ୍ରସିଦ୍ଧ ମସଜିଦ । ଏହାର ବିଶେଷତ୍ୱ ହେଉଛି ଏହାର ପ୍ରାଙ୍ଗଣରେ ପ୍ରାୟ ୨୫,୦୦୦ ଲୋକ ଏକ ସମୟରେ ନମାଜ ପାଠ କରିପାରିବେ ।

ଅଲ-ହରମ ମସଜିଦ୍ :-

ଏହି ମସଜିଦ ସାଉଦି ଆରବର ମକ୍କାରେ ଅବସ୍ଥିତ । ଏଠାରେ ମୁସଲମାନ ଲୋକମାନେ ପ୍ରତିବର୍ଷ ହଜ୍ ପାଇଁ ଯାଆନ୍ତି । ଏହା ଦୁନିଆର ସବୁଠୁ ବଡ ମସଜିଦ । ସୂଚନା ଅନୁଯାୟୀ, ଏହି ମସଜିଦ ମଧ୍ୟରେ ବାଇତୁଲ୍ଲା ଅବସ୍ଥିତ । ଏଠାରେ ଲୋକମାନେ ଦିନରେ ୫ଥର ନମାଜ ପାଠ କରନ୍ତି ।

ନୀଳ ମସଜିଦ୍ :-

ନୀଳ ମସଜିଦ ତୁର୍କୀର ଇସ୍ତାନବୁଲରେ ଅବସ୍ଥିତ । ଏହାର କାନ୍ଥ ଏବଂ ଟାଇଲଗୁଡିକ ନୀଳ ହୋଇଥିବାରୁ ଏହାକୁ ନୀଳ ମସଜିଦ କିମ୍ବା ବ୍ଲୁ ମସଜିଦ କୁହାଯାଏ । ଏହାର ନିର୍ମାଣ ଅବଧି ୧୬୦୯ ରୁ ୧୬୧୬ ମଧ୍ୟରେ ବୋଲି କୁହାଯାଏ । ଏଠାରେ ନିର୍ମିତ ୬ ଟି ଟାୱାର ଛୁଞ୍ଚି ପରି ଦେଖାଯାଏ, ଯାହା ଏହାର ସୌନ୍ଦର୍ଯ୍ୟକୁ ଆହୁରି ବଢାଇଥାଏ । ଏହାର ସ୍ଥାପତ୍ୟ ପାରମ୍ପାରିକ ଇସଲାମ ଧର୍ମକୁ ପ୍ରତିଫଳିତ କରେ ।

ମସଜିଦ୍-ଏ- ନବୱି :-

“ମସଜିଦ-ଏ-ନବୱି” ସାଉଦି ଆରବର ମେଦିନା ସହରରେ ଅବସ୍ଥିତ । ଏହା ମଧ୍ୟ ଇସଲାମର ଦ୍ୱିତୀୟ ପବିତ୍ର ସ୍ଥାନ ଭାବରେ ବିବେଚନା କରାଯାଏ । ଏହି ମସଜିଦର କାନ୍ଥଗୁଡ଼ିକ ଇଟା ଓ ପଥରରେ ନିର୍ମିତ । କିନ୍ତୁ ଏହାର ଛାତ କାଠରେ ନିର୍ମିତ ।(ରିପୋର୍ଟ ଲାଲା ଅନନ୍ତ କୁମାର ସିଂହ)