ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କ ମହାନତା,ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ପାଇଁ ଛାଇର ବ୍ୟବସ୍ଥା କଲେ

ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ସୋମବାର) କଳାହାଣ୍ଡି :- କୋଭିଡ୍ ସଂକ୍ରମଣର ଭୟାବହତାରେ ଲୋକେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଜର ଚିକିତ୍ସା ପାଇଁ ଭିଡ କରୁଛନ୍ତି । ଉକ୍ତ ଡାକ୍ତରଖାନାରେ ରୋଗୀ ବିଶ୍ରାମ ନେବାପାଇଁ ଛାଇର ବ୍ୟବସ୍ଥା ନଥିବା କାରଣରୁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଥିଲା । ଏହାକୁ ଜାଣିବା ପରେ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ମେଡିକାଲ୍ ପରିସରରେ ଏକ ଅସ୍ଥାୟୀ ଟେଣ୍ଟର ବ୍ୟବସ୍ଥା କରିଛନ୍ତି । ଏହା ଅନିର୍ଦ୍ଦିଷ୍ଟ କାଳ ପାଇଁ ରହିବ ଓ ଏଇ ଛାଇରେ ରୋଗୀ ମାନେ ଅପେକ୍ଷା କରିବେ ।

ବିପତ୍ତି ବେଳାରେ ଆଜି ସମାଜର ବଡପଣ୍ଡା ମାନେ ମରଣ ଭୟରେ ଆତ୍ମଗୋପନ କରି କରୋନା ରୋଟି ସେକୁଥିବା ବେଳେ ମନୋଜ ବାବୁ ରୋଗୀ କଲ୍ୟାଣରେ ନିଜର ମାନବିକତା ଦେଖେଇ ଅଞ୍ଚଳର ସମସ୍ତଙ୍କ ପ୍ରିୟ ଭାଜନ ହୋଇଛନ୍ତି । ଆଜିର ବେଳାରେ ସେ ଜନତାଙ୍କ ହାତ ଛାଡି ନାହାନ୍ତି । ଗତ ନିର୍ବାଚନରେ ସ୍ବାଧୀନ ଭାବରେ ବିଧାୟକ ପଦବୀ ରେ ଲଢେଇ କରି ପରାଜୟ ବରଣ କରିଥିଲେ ।

ତଥାପି ମନରେ ଜନତାଙ୍କ ପାଇଁ ମୋର ଅଭିମାନ ନାହିଁ ଓ ମୁଁ ଜନତାଙ୍କୁ ଛାଡି ପାରିବି ନାହିଁ ବୋଲି ପ୍ରକାଶ କରିଛନ୍ତି। ମାନବସେବା ମାଧବସେବା । ଲୋକଙ୍କ ଜୀବନମରଣ ପରସ୍ଥିତିରେ ସେବା କରିବା ପାଇଁ ମୁଁ ପଛଘୁଞ୍ଚା ଦେବି ନାହିଁ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ।ତାଙ୍କର ଏହି ସେବାକୁ ଲୋକେ ଅଜସ୍ର ସାଧୁବାଦ ଜଣାଇଛନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)