No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ରବିବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାମୋହନା ବ୍ଲକର ସଦର ମହକୁମା ମୋହନା ବଜାରର ବ୍ୟବସାୟୀ ମାନଙ୍କୁ ନେଇ ଗଠିତ ହୋଇଥିବା ଶ୍ରୀ ନୀଳକଣ୍ଠେଶ୍ଵର ବଣିଜ ସଂଘର ଏକ ଜରୁରୀ ବୈଠକ ରବିବାର ଦିନ ଶିବ ମନ୍ଦିର ପରିସରରେ କୋଭିଡ-୧୯ର ନିୟମ ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର କାର୍ଯ୍ୟକାରୀ ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକରେ ସଂଘର ଅଧପନ୍ତରିଆ ଭାବେ ରହି ଯାଇଥିବା କାର୍ଯ୍ୟାଳୟ ଗୃହ, ପ୍ରତ୍ୟେକ ମାସର ଶେଷ ରବିବାର ଦିନ ଦୋକାନବଜାର ବନ୍ଦ ରଖିବା, ସଂଘର ସଭ୍ୟ ହେବାପାଇଁ ଚୁକ୍ତିନାମା ପତ୍ରରେ ସ୍ଵାକ୍ଷର କରିବା, ସମସ୍ତ ସଭ୍ୟଙ୍କୁ ଚୁକ୍ତିନାମା ପତ୍ର ବଣ୍ଟନ କରିବା, ସଂଘର ନିତୀ, ଆଦର୍ଶ ଓ
ନିୟମକୁ ମାନି ସମସ୍ତେ ଚଳିବା, ସଂଘର ଉନ୍ନତିମୂଳକ କାମରେ ସମସ୍ତେ ସହଯୋଗ କରିବା,କରୋନା ସମ୍ପର୍କରେ ନିଜେ ସଚେତନ ରହି ଦୋକାନ ଖୋଲିବା, ମାସ୍କ ପରିଧାନ କରିବା, ସାମାଜିକ ଦୂରତା ରଖିବା, ସାନିଟାଇଜର ବ୍ୟବହାର କରିବା ସହ ଗ୍ରାହକଙ୍କୁ ମଧ୍ୟ ଏ ସମ୍ପର୍କରେ ସଚେତନ କରାଇବା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହି ଜରୁରୀ ବୈଠକରେ ସଂଘର କାର୍ଯ୍ୟକାରୀ ସଭାପତି ମନ୍ମଥ ମିଶ୍ର,ସମ୍ପାଦକ ହନି ବିଷୋୟୀ, ଉପସଭାପତି ପ୍ରକାଶ ଚନ୍ଦ୍ର ସାହୁ, ସହ ସମ୍ପାଦକ ରବି ସାମନ୍ତରା, କୋଷାଧ୍ଯକ୍ଷ ସୁଶାନ୍ତ ଚୌଧୁରୀ, ଉପଦେଷ୍ଟା ସନ୍ତୋଷ କୁମାର ସାହୁ, ଶରତ ଚନ୍ଦ୍ର ସାବତ,ସୀମାଞ୍ଚଳ ସାହୁ, ବାବୁ ଡାକୁଆ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result