No Result
View All Result
ଓଡିଶା ତାଜା ନ୍ୟୁଜ ( ୨୫ ଏପ୍ରିଲ ରବିବାର ) ରଣପୁର /ରିପୋର୍ଟ ଅଭିମନ୍ୟୁ :- କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଲାଗି ଶନିବାର ଓ ରବିବାର ୨ ଦିନିଆ ରଣପୁର ଏନଏସି ସଟଡାଉନ ହୋଇଛି । ରଣପୁରର ପ୍ରଥମ ଦିନରେ ରଣପୁର ପୋଲିସ କୋଭିଡ଼ି କଟକଣା କୁ ସୁଚାରୁ ରୂପେ ପାଳିଥିବା ଦେଖିବାକୁ ମିଳିଥିଲା । ଗତକାଲି ରଣପୁର ରେ କରୋନା ର ନିୟମ ଏବଂ ସଟଡାଉନ କୁ ଉଲଂଘନ କରି ଯାତାୟତ କରୁଥିବା କିଛି ଲୋକ ଏବଂ ଚୋରା ଭାବେ ବ୍ୟବସାୟ କରୁଥିବା ୬ଟି ବ୍ୟବସାୟୀ ଙ୍କ ଠାରୁ ୧୩,୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଥିଲା । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ଜିଲ୍ଲା ପ୍ରଶାସନର ଦୁଇ ଦିନିଆ
ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି । ରଣପୁର ପୁଲିସ ପ୍ରଶାସନ ପକ୍ଷରୁ କରୋନାର ଦ୍ୱିତୀୟ ଲହରୀର ସଂକ୍ରମଣକୁ ଦୃଷ୍ଠିରେ ରଖି କଟକଣାକୁ କଡାକଡି ଭାବେ ପାଳନ କରାଯାଇଛି । ରଣପୁର ରେ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିବାରୁ ରାସ୍ତାଘାଟ ଶୂନଶାନ ଓ ବିଭିନ୍ନ ଛକ ବଜାର ବନ୍ଦ ରହିଥିବା ଦେଖାଯାଇଥିଲା ଏବଂ ପୋଲିସ ମଧ୍ୟ ଉପସ୍ଥିତ ରହି ବଜାରଘାଟ ଛକ ସ୍ଥାନ ଗୁଡିକରେ ପହରା ଦେଇଛନ୍ତି । ସାରା ଦେଶବ୍ୟାପୀ କୋରନାର ଦ୍ୱିତୀୟ ଲହରୀ ପାଇଁ ଲକଡାଉନ ହୋଇଥିଲା ବେଳେ ଆମ ରାଜ୍ୟ ସରକାର କରୋନାକୁ ହଟେଇବା ପାଇଁ ଶନିବାର ଓ ରବିବାର ୨ ଦିନକୁ ସଟଡାଉନ ଘୋଷଣା କରାଇଥିଲେ ।
ଏହି ସମୟରେ ଲୋକ ମାନେ କେହି ବାହରକୁ ବାହାରି ନଥିଲା ବେଳେ ଦୋକାନ ବଜାର ବନ୍ଦ ରହିଛି । କେବଳ ନିର୍ଦ୍ଧିଷ୍ଟ କେତୋଟି ମେଡିସନ ଦୋକାନ, ପେଟ୍ରୋଲ ପମ୍ପ, ଡାକ୍ତରଖାନା, ପାଣିଯୋଗାଣ, ପୁଲିସ, ଅଗ୍ନିସମ, ଯୋଗାଣ ବିଭାଗ, ବିଦ୍ୟୁତ ସରବରାହ ଓ ବିତରଣ କେନ୍ଦ୍ର ଆଦି ଖୋଲା ରହିଥିଲା ବେଳେ ପୁଲିସ ଦ୍ୱାରା ଅନୁମୋଦିତ ଗଣମାଧ୍ୟମ ପ୍ରତିନିଧି ଓ ମାଲ ପରିବହନ କରୁଥିବା ଗାଡି ହିଁ କେବଳ ଚଳାଚଳ କରିଥିବା ଦେଖାଯାଇଛି ।
ରଣପୁର ପୋଲିସ ସଟଡ଼ାଉନ ରେ ବିଭିନ୍ନ ଛକ ବଜାର ତଥା ସୁନଖଳା , ଗୋପାଳପୁର ଇତ୍ୟାଦି ମୁଖ୍ୟ ରାସ୍ତା ଗୁଡ଼ିକରେ ରଣପୁର ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ସମେତ ଅନ୍ୟାନ୍ୟ ଥାନା ଅଧିକାରୀ ବୃନ୍ଦ ପରିକ୍ରମା କରିଥିଲେ । କରୋନା ପାଇଁ ହୋଇଥିବା ସଟଡାଉନ କେବଳ ଏନଏସି ଅଞ୍ଚଳରେ ଦେଖାଯାଉଥିବା ବେଳେ ପଞ୍ଚାୟତ ଗୁଡିକରେ ଏହାର କୌଣସି ପ୍ରଭାବ ପଡିନଥିବା ଦେଖାଦେଇଛି । ପଞ୍ଚାୟତ ଅଞ୍ଚଳ ଗୁଡିକରେ ବଜାର ଘାଟ ଖୋଲାଥିବା ସହ ଯାତାୟତ ରେ କୌଣସି କଟକଣା ନଥିବା ଜଣା ପଡ଼ିଛି ।
ଶନିବାର ଭଳି ଆଜି ମଧ୍ୟ ପୁନଃର୍ବାର ସେହି କଟକଣା କୁ କଡାକଡ଼ି ପାଳନ ହୋଇଛି । ରଣପୁର ପୋଲିସ ଦ୍ବିତୀୟ ଦିନ ସଟଡାଉନ ରେ ବ୍ୟବସାୟୀ ଏବଂ ଯାନବାହନ ଯାତାୟତ କୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ଦେଖା ଦେଇଛି । ରଣପୁରରେ ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କ ଲକଡାଉନ ନିୟମକୁ ସମ୍ମାନ ଦେଇଥିବାରୁ ଓ କରୋନା ପାଇଁ ଅଧିକରୁ ଅଧିକ ସଚେତନ ହୋଇଥିବାରୁ ରଣପୁର ପୋଲିସ ପ୍ରଶାସନକୁ ବିଭିନ୍ନ ମହଲରୁ ଓ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି ।
No Result
View All Result