No Result
View All Result
ଓଡିଶା ତାଜା ନିୟୁଜ ( ୨୪ ଏପ୍ରିଲ ଶନିବାର ) କୋରାଇ :- ସାରା ରାଜ୍ୟରେ ବିଶ୍ୱମାହାମରୀ କରୋନା କଟକଣା କଡାକଡି ଭାବେ ଲାଗୁକରାଯିବା ସହ ସପ୍ତାହିକୀ ୨ଦିନିଆ ସହରାଂଚଳ ବନ୍ଦ(ସଟଡାଉନ) କରାଯାଇଥିଲା ବେଳେ ଗ୍ରାମାଂଚଳ ହାଟ କୋରାଇ ବ୍ଲକ ଅନ୍ତର୍ଗତ ପୂର୍ବକୋଟ ହାଟରେ ନାହିଁନଥିବା ଭିଡ ପରିଲକ୍ଷିତ ହୋଇଛି । ପୂର୍ବକୋଟ ଠାର ଶନିବାର ବସୁଥିବା ଏହି ସାପ୍ତାହିକୀ ହାଟରେ ବେପାର-ଗ୍ରାହକ କରୋନା କଟକଣା ଅଦେଁø ମାନୁମନାହଁନ୍ତି । ଅଧିକାଂଶ ମାସ୍କ ପିନ୍ଧୁନଥିଲା ବେଳେ ବେପାରୀ ଓ ଗ୍ରାହକ ମଧ୍ୟରେ ସାମଜିକ ଦୂରତା ରଖୁନାହାଁନ୍ତି । ଏପରି ସ୍ଥିତିରୁ ଭୁତାଣୁ ଜନିତ ମହାମାରୀ କରୋନା ରୋଗ ବ୍ୟାପୀବାର ଆଂଶଙ୍କା ଉପୁଜିଛି ।
ଗ୍ରାମାଂଚଳରେ ହୋଇଥିବା ଏହି ସାପ୍ତହିକୀ ହାଟ ଉପରେ କୋରାଇ ବ୍ଲକର ଅନ୍ଧାରୀ, ପଛିକୋଟ, କନ୍ତୋର, କାଚରାସାହି, କନ୍ତୋର, ଅସନଝର, ରଣପୁର, ଗୌରପୁର, ବରୁଣ୍ଡାଇ, ତୁଳତୀ, ତାହାରପୁର, ତଳଗଡ, ହଳଦିଗଡିଆ, ତାରାକୋଟ, ସାଦକପୁର, ଧନେଶ୍ୱର ଆଦି ୨୦ରୁ ଉର୍ଦ୍ଧ୍ୱ ପଂଚାୟତ ସମେତ କେନ୍ଦୁଝର ଜିଲାର ୫ଟି ପଂଚାୟତରୁ ପ୍ରାୟ ୫୦ହଜାରୁ ଉର୍ଦ୍ଧ୍ୱ ଲୋକେ ଗୋରୁଗଈ, ଛେଳିମେଣ୍ଢା, ପନପରିବା ଆଦି ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ର କିଣା-ବିକା କରିଥାନ୍ତି । ହେଲେ ଏବେ ମହାମାରୀ କରୋନାର ଦ୍ୱିତୀୟ ଲହର ପାଇଁ ସମଗ୍ର ରାଜ୍ୟରେ ରାତି କର୍ଫ୍ୟୁ ହୋଇଥିଲା ବେଳେ ୨୪ତାରିଖ ଠାରୁ ଜିଲାର ବ୍ୟାସନଗର ଓ ଯାଜପୁର ସହର ଦ୍ୱୟ ସପ୍ତାହର ଶନିବାର ଓ ରବିବାର ୨ଦିନିଆ ବନ୍ଦ (ସଟ୍ଡାଉନ) ହୋଇଛି । ଏହି ପ୍ରରିପ୍ରେକ୍ଷିରେ ବ୍ୟାସନଗର ସହର ବନ୍ଦ ରହିଥିବାରୁ ଆଜି(ଶନିବାର) ହୋଇଥିବା ପୂର୍ବକୋଟ ହାଟରେ ନାହିଁନଥିବା ଭିଡ ପରିଲକ୍ଷିତ ହୋଇଥିଲା ।
କର୍ତୃପକ୍ଷଙ୍କ ପକ୍ଷରୁ ଆଜି ଗୋରୁ ହାଟ ବନ୍ଦ କରାଯାଇଥିଲା ବେଳେ ଅଧିକାଂଶ ଲୋକେ ମାସ୍କ ପରିଧାନ କରିନଥିଲା କି କିଣାବିକା କରିବା ସମୟରେ ଆଦୌଁ ସାମାଜିକ ଦୂରତା ଭଳି କରୋନା କଟକଣାର କୌଣସି ନିୟମ ପାଳନ କରାଯାଉନଥିଲା । ଗୋଟିଏ ପଟେ ଚିନ୍ତା, ଅନ୍ୟପଟେ କରୋନା ଭୁତାଣୁ ରୋଗର ଆତଙ୍କରେ ସ୍ଥାନୀୟ ଜନସାଧାରଣ ଭୟଭୀତ ହୋଇପଡିଛନ୍ତି । ଏହି ହାଟରୁ ରାଜସ୍ୱ ଆଦାୟ କରୁଥିବା ବ୍ଳକ ଓ ସ୍ଥାନୀୟ ପଂଚାୟତ ପକ୍ଷରୁ କରୋନା ଜନିତ ସଚେତନତା ବର୍ତା ପ୍ରଚାର କରାଯିବା ସଙ୍ଗେ ସଙ୍ଗେ କୋରାଇ ପୁଲିସ ପକ୍ଷରୁ ମାସ୍କ ଚେକିଂ ଓ ସାମାଜିକ ଦୂରତା ରକ୍ଷାକରିବା ଲାଗି କଡାକଡି ଭାବେ ଧ୍ୟାନ ଦେବା ଉଚିତ ବୋଲି ଅଂଚଳବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )
No Result
View All Result