No Result
View All Result
ଓଡିଶା ତାଜା ନିୟୁଜ ( ୨୪ ଏପ୍ରିଲ ଶନିବାର ) ଚାନ୍ଦପୁର :- ରଣପୁର ବ୍ଲକ ଚାନ୍ଦପୁର କୁକୁଡାଝରି , ବରବରାଝର ଭଳି ଖଣି ଗୁଡିକରେ ବେଆଇନ ପଥର ଖନନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲଗାତାର ପୋଲିସ ଚଢ଼ାଉ ରେ କିଛିଦିନ ପୂର୍ବରୁ ଚାନ୍ଦପୁର ଥାନାରେ ୬ ଟି ମାମଲା ରୁଜ୍ଜୁ ହେବା ସହ କେତେକ ଖଣି ମାଫିଆ ମଧ୍ୟ ଗିରଫ ହୋଇଛନ୍ତି । ବେଆଇନ ଖଣି ସିଜ୍ କରିବାକୁ ରଣପୁର ତହସିଲ ର କୌଣସି ତତ୍ପରତା ଦେଖା ଯାଉନଥିବା ବେଳେ ଚାନ୍ଦପୁର ପୋଲିସଙ୍କୁ ସହଯୋଗ କରୁନଥିବା ମଧ୍ୟ ଦେଖା ଦେଇଛି ।
ତହସିଲ ଖଣି ମାଫିଆଙ୍କ ନାମରେ ଆଜି ଯାଏଁ ଗୋଟିଏ ବି ଅଭିଯୋଗ କରିନଥିବା ସୂଚନା ମିଳୁଛି । ଆଜି ଚାନ୍ଦପୁର ପୋଲିସ ଅଚାନକ ବେଆଇନ ଖଣି ଉପରେ ଚଢ଼ାଉ କରି ୬୦/୨୧ , ୧୧୦ ଧାରାରେ ମାମଲା ରୁଜ୍ଜୁ କରିଛନ୍ତି । ଆଜି ସକାଳୁ ଚାନ୍ଦପୁର ପୋଲିସ ବରବରାଝର , କୁକୁଡ଼ାଝରି ରେ ଚଢ଼ାଉ କରିଥିଲେ ଯାହାକୁ ନେଇ ତହସିଲଦାର ତଥା ପ୍ରଶାସନଙ୍କ ସହଯୋଗ ରେ ଉଣା ଦେଖା ଦେଇଛି । ଯେପରି ରାଜସ୍ୱ ଖଣି ଖାଦନ ଲୁଟ ରେ କୌଣସି ଫରକ ପଡୁନି ରଣପୁର ତହସିଲ କୁ .. ଖାଲି ଏତିକି ନୁହେଁ ତହସିଲ ଏହି ବେଆଇନ ଖଣି ଚଢ଼ାଉ କେସ୍ ରେ ହସ୍ତକ୍ଷେପ କରୁନଥିବା ସ୍ପଷ୍ଟ ହେଉଛି ।
ଓଡ଼ଗାଁର ଖଣି ରେ ପଡି ବୃଦ୍ଧା ମୃତ୍ୟୁ ପରେ ଚାନ୍ଦପୁର ରେ କେତେକ ବେଆଇନ ଖଣି ଉପରେ ଚଢ଼ାଉ କରିଛି ପୋଲିସ । ରେଭନ୍ୟୁ ଡିପାର୍ଟମେଣ୍ଟ ଏତଲା ଦେଲେ ଏହି ବେଆଇନ ଖଣି ମାଫିଆ ଙ୍କୁ ଗିରଫ କରିପାରିବେ ଚାନ୍ଦପୁର ପୋଲିସ । କିନ୍ତୁ ପୋଲିସ ପ୍ରଶାସନ ଏ ଦିଗରେ ତତ୍ପର ଥିବା ବେଳେ ଶୋଇ ରହିଛି ତହସିଲ । ତହସିଲ ପ୍ରଶାସନ ପକ୍ଷରୁ କୌଣସି ଏତଲା ଦିଆଯାଉନାହିଁ , ଯାହା ଫଳରେ ମାଫିଆ ମାନଙ୍କ ରାଜ ବୃଦ୍ଧି ପାଉଛି ।
ଚାନ୍ଦପୁର ରେ ପୋଲିସ ର ଧର ପଗଡ଼ରେ ବେଆଇନ ଖଣି ଖନନ କରିବାରେ ମାଫିଆ ମାନଙ୍କ ଠାରେ ଭୟ ଉପୁଜିଥିବା ବେଳେ ତହସିଲ କୁ ନେଇ ବେଖ୍ୟାଲ ମନୋବୃତି ଉପୁଜିଛି । ତହସିଲ ତରଫରୁ ବେଆଇନ ଖଣି ଗୁଡିକୁ ଚିହ୍ନଟ କରି ପୋଲିସ ଥାନାରେ ଅଭିଯୋଗ କରିବା ସହ ବେଆଇନ ଖଣି ଖନନ ରୋକିବା ଦିଗରେ ସାହାର୍ଯ୍ୟ ସହଯୋଗ କରିବାକୁ ସାଧାରଣ ରେ ଦାବି ହୋଇଛି । କୋଟି କୋଟି ଟଙ୍କାର ରାଜସ୍ୱ ଲୁଟ ଦିଗରେ ରଣପୁର ରେ ତହସିଲ ଶୋଇ ରହିଛି ଏହାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ସାଧାରଣ ଜନତା ।
No Result
View All Result