No Result
View All Result
ଓଡିଶା ତାଜା ନିୟୁଜ ( ୨୪ ଏପ୍ରିଲ ଶନିବାର ) ଭୁବନେଶ୍ୱର :- ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲ ପୂନର୍ବାର ଏକ ବିରଳ ଅସ୍ତ୍ରପୋଚାର କରିଛି । ଦୀର୍ଘ ୫ ବର୍ଷ ଧରି ଜାହ୍ନବୀ ପଣ୍ଡା, ବୟସ ୩୫ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ । ଦୀର୍ଘ ସମୟ ଧରି ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିବା ସତ୍ୱେ କୌଣସି ସୁଫଳ ମିଳୁନଥିଲା । ଅନେକ ହସ୍ପିଟାଲରେ ଚିକତ୍ସା କରାଇବା ପରେ ମଧ୍ୟ ଆରାମ ନମିଳିବାରୁ ଶେଷରେ ସେ ଉତ୍କଳ ହସ୍ପିଟାଲ କାଡିଓଲୋର୍ଜି ବିଭାଗକୁ ଆସିଥିଲେ ।
ଏଠାରେ ପରୀକ୍ଷା ମାଧ୍ୟମରେ ଜଣାପଡିଥିଲା ଯେ ତାଙ୍କ ହୃଦୟରେ ୩୩ଏମ୍ଏମ୍ର ଏକ ଛିଦ୍ର ଅଛି । ଉତ୍କଳ ହସ୍ପିଟାଲର କନ୍ସଲ୍ଟାଣ୍ଟ ଇଣ୍ଟରଭେନ୍ସନାଲ୍ କାଡିଓଲୋଜି ଡଃ ସୁଶାନ୍ତ ପ୍ରଧାନଙ୍କ କହିବା ଅନୁସାରେ, “ହସ୍ପିଟାଲ ଆସିବା ବେଳେ ରୋଗୀର ସ୍ୱାସ୍ଥ୍ୟବସ୍ତା ବହୁତ ଜଟିଳ ଥିଲା । ତାଙ୍କର ପରୀକ୍ଷା ଦ୍ୱାରା ଜଣା ପଡିଥିଲା ଯେ, ତାଙ୍କ ହୃଦରେ ୩୩ଏମ୍ଏମ୍ର ଏକ ଛିଦ୍ର ଅଛି ଯାହାକୁ ଓଷ୍ଟିୟମ୍ ସେକନ୍ଡମ୍ ଏଏସ୍ଡି ବୋଲି କୁହାଯାଏ ।
ଏଠାରେ ତାଙ୍କର ଟ୍ରାନ୍ସଇସୋଫାଜିଏଲ୍ ଇକୋ କାଡିଓଗ୍ରାଫି(ଏକ ପ୍ରକାରର ଏଣ୍ଡୋସ୍କୋପି)କରାଯାଇଥିଲା । ଯେଉଁଥିରେ ଜଣାଯାଇଥିଲା ଯେ, ଏହି ଅପରେସନ୍ ସର୍ଜରୀ ବିନା ଡିଭାଇସ୍ କ୍ଲୋଜର୍ରେ ହୋଇପାରିବ । ଏଥିରେ ଆମେ ୩୪ଏମ୍ଏମ୍ର ଆମ୍ପ୍ଲାଜର୍ ଏଏସ୍ଡି କ୍ଲୋଜର୍ ଡିଭାଇସ୍ ବ୍ୟବହାର କରି ସର୍ଜରୀ କରିଥିଲୁ ଯାହା ୫-୧୦ ମିନିଟ୍ ସମୟରେ ଲାଗିଥିଲା । ଏହାପରେ ରୋଗୀ ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଭଲ ହୋଇ ଡିସ୍ଚାର୍ଜ ହୋଇଥିଲେ ।”
No Result
View All Result