No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ଏପ୍ରିଲ , ଗୁରୁବାର ) କୋରାଇ :- ପୂର୍ବାହ୍ଣରେ ଅନ୍ୟର ଶୁଦ୍ଧିକ୍ରିୟା କରିବାକୁ ଯାଇଥିବା ଜଣେ ଯୁବ ନାପିତର ବଜ୍ରପାତରେ ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ପଂଚାୟତର ବରେଇ ଗାଁରେ । ଯୁବ ନାପିତ ଜଣଙ୍କ ବରେଇ ଗାଁର ଗଙ୍ଗାଧର ବାରିକଙ୍କ ପୁଅ ପ୍ରଶାନ୍ତ(୨୪) ବୋଲି ଜଣାପଡିଛି । ସେ ଆଜି ସକାଳେ ପାଖଗାଁ କୁଳସିରାରେ ଦଶାହ ଜନିତ ଶିଦ୍ଧିକ୍ରିୟା କାର୍ଯ୍ୟ କରିବା ପାଇଁ ଯାଇଥିଲା । ସକାଳ ପ୍ରାୟ ସାଢେ ୧୦ଟା ସମୟରେ ସେ ଗାଁର ଗଡିଆ ହୁଡାରେ ଶୁଦ୍ଧିକାର୍ଯ୍ୟ ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ଉଠେଇ ଆସିଲା ଝଡ ତୋଫାନ । ଘଡଘଡି ସହ ବର୍ଷା ହୋଇଥିଲା ବେଳେ ପ୍ରଶାନ୍ତ ଉପରେ ବଜ୍ରପାତ ହୋଇଥିଲା ।
ଏଥିରେ ଗୁରୁତର ଭାବେ ଆହତ ହୋଇପଡିଥିବା ପ୍ରଶାନ୍ତକୁ ଲୋକେ ସାଙ୍ଗେ ସାଙ୍ଗେ ଯାଜପୁରରୋଡ ସ୍ଥିତ କ୍ଷେତ୍ରୀୟ ଚିକିତ୍ସାଳକୁ ନେଇ ଯାଇଥିଲେ । ହେଲେ ସେତେବେଳେକୁ ପ୍ରାଶାନ୍ତର ମୃତ୍ୟୁ ହୋଇ ସାହିଥିବା ଡାକ୍ତର ଘୋଷଣା କରିଥିଲେ । ପୁଲିସ ଘଟଣା ସ୍ଥଳେ ପହଂଚି ଶବଜବତ କରି ବ୍ୟବଛେଦ ନିମନ୍ତେ ଦାନଗଦି ଡାକ୍ତଖାନାକୁ ପଠାଇବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି । ପ୍ରଶାନ୍ତ ଗଙ୍ଗାଧର ବାରିକଙ୍କର ଏକମାତ୍ର ପୁଅ । ସେ ବର୍ଷେ ପୂର୍ବେ ବିବାହ କରିଥିଲା ବେଳେ ତା’ର ୨ମାସ ଶିଶୁକନ୍ୟାଟିଏ ଅଛି । ପୋଶିଲାର ପୁଅକୁ ହରାଇ ବାପମାଆ ଆଦି ପରିବାର ବର୍ଗ ଆଧର୍ଯ୍ୟ ହୋଇ ପଡୁଛନ୍ତି । ଏହି ବିପନ୍ନ ପରିବାକୁ ସରାକରୀ ସହାୟତା ପ୍ରଦାନ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି । ( କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )
No Result
View All Result