No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅପ୍ରେଲ ବୁଧବାର ) ହିଞ୍ଜିଳିକାଟୁ :- ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଣଘାତୀ କରୋନାର ଦୃଢ଼ ମୁକାବିଲା ରାଜ୍ୟ ବାସୀଙ୍କୁ ବାରମ୍ବାର ନିବେଦନ କରିଛନ୍ତି।କେବଳ ମାସ୍କ ବ୍ୟବହାର ହିଁ ଏହାର ଏକମାତ୍ର ନିର୍ଭରଯୋଗ୍ୟ ବିକଳ୍ପ ପନ୍ଥା ବୋଲି ବିଭିନ୍ନ ସମୟରେ ସେ ରାଜ୍ୟ ବାସୀଙ୍କୁ ଅନୁରୋଧ କରିଛନ୍ତି।ଏଥିସହିତ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦେଇ ସାମାଜିକ ଦୂରତା ଓ ସାନିଟାଇଜେର ବ୍ୟବହାର କରିବା ପାଇଁ ଅନୁରୋଧ ବି କରିଛନ୍ତି।ଏହାକୁ ପାଳନ କରିବା ପାଇଁ ସେ ଗୁରୁତ୍ୱାରୋପ କରୁଥିବା ବେଳେ ଏଥିପାଇଁ ସମସ୍ତେ ମିଳିମିଶି ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଛନ୍ତି।ପୂର୍ଵ ଥରର ଅନୁଭୂତି ସହ ଏହି ନୁଆଁ ଷ୍ଟ୍ରେନର ମାରାତ୍ମକ ସ୍ୱରୂପ ଯେ କେତେ ଭୟଙ୍କର ତାହା ରାଜ୍ୟର ୧୦ ଟି ଜିଲ୍ଲାର ସଙ୍ଗୀନ ସ୍ଥିତିର ନଗ୍ନ ଛବିରୁ ସ୍ପଷ୍ଟ ସଂକେତ ଦେଇଛି।ଏଣୁ ସାଧାରଣ ଲୋକଙ୍କ ଜୀବନର ସୁରକ୍ଷା ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ,ସ୍ୱତନ୍ତ୍ର ରିଲିଫ କମିଶନର, ପୋଲିସ ମହା ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଓ ନିର୍ଦ୍ଦେଶକ ବିଭିନ୍ନ ସମୟରେ ନିର୍ଦ୍ଦେଶ ଦେଇଛନ୍ତି।ଏଥିପାଇଁ ସଜାଗ ରହିବା ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ବି ସତର୍କ କରାଯାଇଛି।କରୋନା ମୁକାବିଲା କ୍ଷେତ୍ରରେ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କିଛି ଦିନର ବ୍ୟବଧାନ ପରେ ଗ୍ରୀନ ଜୋନରେ ଥିବା ଗଞ୍ଜାମ ଜିଲ୍ଲା ଏବେ ସଂକ୍ରମଣ ସଂଖ୍ୟ ବୃଦ୍ଧି ପାଇ କ୍ରମଶଃ ୟେଲୋ ଜୋନ ମୁହାଁ ହେଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି କ୍ରମରେ ହିଞ୍ଜିଳିକାଟୁ ଠାରେ ଆରମ୍ଭ ହୋଇଥିବା ଡେଡିକେଟେଡ଼ କୋଭିଡ କେୟାର ହସ୍ପିଟାଲର ସ୍ୱାସ୍ଥ୍ୟ ଭିତ୍ତିଭୂମି ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି।ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଡେଡିକେଟେଡ଼ କୋଭିଡ କେୟାର ହସ୍ପିଟାଲରେ ରୋଗୀ ଓ ଚିକିତ୍ସା ସେବା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ।ବର୍ତ୍ତମାନ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ୭୫ ଶଯ୍ୟାରେ ପରିଣତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ପୁରୁଷ ୱାର୍ଡ, ମହିଳା ୱାର୍ଡ ସହ ଅନ୍ୟ ସବୁ ଶଯ୍ୟାରେ ଅମ୍ଳଜାନ ମହଜୁଦ ରଖିବା ପାଇଁ ସ୍ଥାନୀୟ ଅଧିକାରୀ, ବିଭାଗୀୟ ଡାକ୍ତର ଓ କର୍ମଚାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ରୋଗୀଙ୍କ ବ୍ୟବହାର ନିମନ୍ତେ ଶୌଚାଳୟ, ଔଷଧ, ଆଲୋକ ବ୍ୟବସ୍ଥା ଓ ପାନୀୟ ଜଳ ଆଦି ଆନୁସଙ୍ଗିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାପାଇଁ ଉଭୟ ପ୍ରଶାସନିକ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ।ରୋଗୀ ସଂଖ୍ୟା ବୃଦ୍ଧି ଆଶଙ୍କା ଥିବାରୁ ଅନ୍ୟ ଏକ କୋଭିଡ କେୟାର ହସ୍ପିଟାଲ ପ୍ରସ୍ତୁତି ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ବିଡ଼ିଓ ସୁବ୍ରତ କୁମାର ଜେନା, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ,ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପ୍ରତିଭା କୁମାରୀ ପାତ୍ର, ନୋଡାଲ ଅଧିକାରୀ ଡାକ୍ତର ସ୍ୱୟଂବୁ ପ୍ରତାପ ରାୟ, ହସ୍ପିଟାଲ ମ୍ୟାନେଜର ବିପିଏମ ଶଶାଙ୍କ ଶେଖର ପଣ୍ଡାଙ୍କ ସମେତ କୋଭିଡ କେୟାର ହସ୍ପିଟାଲ ରେ ନିୟୋଜିତ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result