No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ଏପ୍ରିଲ ୨୦୨୧, ଗୁରୁବାର ) ଭୁବନେଶ୍ୱର :- ମେ’ ୧୩ ତାରିଖ ପରିବର୍ତ୍ତେ ମେ’ ୧୬ ତାରିଖରେ ଭୋଟ୍ ହେବ ଏବଂ ୧୯ ତାରିଖରେ ଗଣତି ହେବ । ପୂର୍ବ ନିର୍ଦ୍ଧାରିତ ୧୩ ତାରିଖରେ ଇଦ-ଉଲ୍-ଫିତର୍ ପଡୁଥିବାରୁ ନିର୍ବାଚନ କମିଶନ ଏହି ତାରିଖ ବଦଳେଇଛନ୍ତି । ପିପିଲି ଉପନିର୍ବାଚନ ତାରିଖ ପୁଣି ଘୁଞ୍ଚିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ଏହି ସୂଚନା ଦେଇଛନ୍ତି । ସମ୍ପୂର୍ଣ୍ଣ କୋଭିଡ କଟକଣା ଭିତରେ ଉପନିର୍ବାଚନ ହେବ । ଏଥିପାଇଁ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ଆସିଛି ।
ନିର୍ବାଚନ ପ୍ରଚାର ପାଇଁ ରାଜନୈତିକ ସଭା, ଶୋଭାଯାତ୍ରାକୁ ବାରଣ କରାଯାଇଛି । ଭର୍ଚୁଆଲ୍ ମାଧ୍ୟମରେ ପ୍ରଚାର ପାଇଁ ଅନୁମତି ଦିଆଯାଇଛି । ଡୋର୍ ଡୁ ଡୋର୍ କ୍ୟାମ୍ପେନ୍ ରେ ସର୍ବାଧିକ ୫ ଜଣ ଯାଇପାରିବେ । ସମସ୍ତେ ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବାକୁ ବାଧ୍ୟ । ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଆଗରୁ ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ ହେଉଥିଲା । ମାତ୍ର କୋଭିଡ୍ ଦୃଷ୍ଟିରୁ ଏହାକୁ ୭୨ ଘଣ୍ଟା କରାଯାଇଛି । ଅର୍ଥାତ୍ ପିପିଲିରେ ମେ’ ୧୩ ତାରିଖ ସଂଧ୍ୟା ବେଳେ ପ୍ରଚାର ସରିବ ।
ଭୋଟ ଦିନ ସବୁ ଭୋଟରଙ୍କର ତାପମାତ୍ରା ପରୀକ୍ଷା ହେବ । କୋଭିଡ୍ ସନେ୍ଦହ ଥିଲେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଅପରାହ୍ନ ୫ଟା ପରେ ଭୋଟ ଦେବାକୁ ଅନୁମତି ମିଳିବ । ୧୯ ତାରିଖରେ ଭୋଟଗଣତି ହୋଇ ମେ’ ୨୧ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।ପିପିଲି ଉପନିର୍ବାଚନ ଏପ୍ରିଲ୍ ୧୭ ତାରିଖରେ ହେବାର ଥିଲା । ମାତ୍ର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ମୃତୁ୍ୟ ଯୋଗୁଁ ତାହା ସ୍ଥଗିତ ରହିଥିଲା । ପରବର୍ତ୍ତୀ ସମୟରେ ମେ’ ୧୩ କୁ ଉପନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିଲା ।
No Result
View All Result