No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ଏପ୍ରିଲ ୨୦୨୧, ଗୁରୁବାର) କୋରାପୁଟ :- ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ମହାମାରୀ କରୋନାର ଲେଉଟାଣିରେ ଅସ୍ତବ୍ୟସ୍ତ ଜନଜୀବନ । ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ବିଜ୍ଞପ୍ତି ସାଙ୍ଗକୁ ସଚେତନତା ଜାରି ରହିଛନ୍ତି । ଏତିକି ବେଳେ କୋରାପୁଟ ଭଳି ଆଦିବାସୀ ଜିଲ୍ଲାରେ କରୋନା ଦାଉରୁ ନିଜ ଗ୍ରାମକୁ ରକ୍ଷା କରିବା ପାଇଁ କରାଯାଉଛି ନିଆରା ଢଙ୍ଗରେ ପୂଜାର୍ଚ୍ଚନା । ଆଦିବାସୀଙ୍କ ନିଆରା ମାନସିକ ।*
ଜୟପୁର ସହରର ପାରବେଡା ନିକଟସ୍ଥ ବସ୍ତିରେ କରୋନା ଦାଉରୁ ରକ୍ଷା ପାଇବା ପାଇଁ ହୁଣ୍ଡି ମା’ଙ୍କ ନିକଟରେ ପୂଜାର୍ଚ୍ଚନା ସହ ମେଣ୍ଢା ଓ କୁକୁଡ଼ା ବଳି ଦେଇ ପୂଜାର୍ଚ୍ଚନା କରିବା ଦୃଶ୍ୟ ଦେଖିବାକୁ ମିଳିଛି ଏପରିକି ବଳି ଦିଆଯାଇଥିବା ମେଣ୍ଢା ଓ ଭାତକୁ ରୋଷେଇ କରି ହୁଣ୍ଡି ମା’ଙ୍କ ନିକଟରେ ଭୋଗ ପୂଜାର୍ଚ୍ଚନା ପରେ ସମସ୍ତଙ୍କୁ ବଣ୍ଟନ କରିବା ସହ ଘର ଘରକୁ ଦିଆଯାଇଥିଲା ।
କରୋନା ଦାଉରୁ ନିଜ ପିଲା ଛୁଆଙ୍କୁ ରକ୍ଷା କରିବା ପାଇଁ ମାନସିକ ଥିଲା ତେଣୁ ବୁଦା ପୂଜା କଲୁ ବୋଲି କହିଛନ୍ତି ଗ୍ରାମର ମହିଳା ଓ ଯୁବକ !! ଅନ୍ୟପଟେ ମା’ଙ୍କ ନିକଟରେ ଯାହାମାନସିକ କଲେ ତାହା ପୂରଣ* ହୋଇଥାଏ । ତେଣୁ କରୋନାରୁ ଗ୍ରାମକୁ ରକ୍ଷା କରିବା ପାଇଁ ମାନସିକ କରି ପୂଜା କରାଯାଇଛି । ପୂଜା ଦ୍ବାରା କରୋନାରୁ ରକ୍ଷା ହେବ ବୋଲି ବିଶ୍ବାସ ରହିଥିବା କହିଛନ୍ତି ପୂଜକ ! (ଲାଲା ଅନନ୍ତ କୁମାର ସିଂହ )
No Result
View All Result