ପାଦଧୂଳି ନେଇ ଲୁଟି ନେଲେ ୩୦ହଜାର ଟଙ୍କା

ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ଏପ୍ରିଲ ୨୦୨୧, ଗୁରୁବାର) ସୋର :- ଅଭିନବ ଉପାୟରେ ବୃଦ୍ଧ ଦମ୍ପତିଙ୍କ ଠାରୁ ଲୁଟ୍ l ସମ୍ପର୍କୀୟ ପରିଚୟ ଦେଇ ଦମ୍ପତିଙ୍କ ପାଦଧୂଳି ନେଇ ତିରିଶ ହଜାର ଟଙ୍କା ଲୁଟି ନେଲେ ଲୁଟେରା l ସିସି କ୍ୟାମେରାରେ କଏଦ ହୋଇଛି ଲୁଟର ଘଟଣାର ସମସ୍ତ ଚିତ୍ର । ଖବର ଅନୁଯାୟୀ, ସୋର ପାଖର ପଞ୍ଚାୟତର ମୁକ୍ତିକାନ୍ତ ଜେନା ଓ ସ୍ତ୍ରୀ ସଞ୍ଜୁଲତା ଜେନା ସୋର ଗ୍ରାମ୍ୟ ବ୍ୟାଙ୍କରୁ ଆବାସ ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ନେଇ ବ୍ୟାଙ୍କର ଉପର ମହଲାରୁ ତଳକୁ ଆସିଥିଲେ l

ବାଇକରେ ଲୁଟେରା ପହଞ୍ଚି ବୃଦ୍ଧ ଦମ୍ପତିଙ୍କ ପାଦ ଧୂଳି ନେଇଥିଲେ ଏବଂ ସମର୍କିୟ ବୋଲି ପରିଚୟ ଦେଇଥିଲା ।  ବାଧ୍ୟ କରାଇ ଘରେ ଛାଡିଦେବାକୁ କହି ବାଇକରେ ବସେଇଥିଲା ଓ ଟଙ୍କା ବ୍ୟାଗ ଟିକୁ ଗାଡ଼ି ହ୍ୟାଣ୍ଡେଲରେ ଟାଙ୍ଗିଥିଲା ଲୁଟେରା । କିଛି ବାଟ ନେଲା ପରେ ରାଇପୁର ଠାରେ ଦମ୍ପତିଙ୍କୁ ଓଲ୍ଲାଇ ଦେଇ ବ୍ୟାଗ ଧରି ଚଂପଟ୍ ମାରି ଥିଲା l ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । (ଦୀପ୍ତିମାନ ପତି, ବାଲେଶ୍ୱର )