No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ଏପ୍ରିଲ ,ବୁଧବାର ) ଭୁବନେଶ୍ଵର :- ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଚଳିତବର୍ଷ ରାଜ୍ୟରେ ମାଟ୍ରିକ ବୋର୍ଡ ପରୀକ୍ଷା ଏବଂ ମଦ୍ରାସା ବୋର୍ଡ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ମନ୍ତ୍ରୀ ଦାଶ କହିଛନ୍ତି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରକାଶ କରାଯିବ ।
ଯେଉଁ ଛାତ୍ରଛାତ୍ରୀମାନେ ଏଥିରେ ଅସନ୍ତୋଷ ପ୍ରକାଶ କରିବେ ସେମାନେ ପରବର୍ତ୍ତୀ ସମୟରେ ପରୀକ୍ଷା ଦେଇପାରିବେ । କିନ୍ତୁ ଗତକାଲି ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପରେ ସରକାର ଆଜି ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ଚଳିତବର୍ଷ ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖିଥିଲେ । ଜୁନ ୧ରେ କରୋନା ସ୍ଥିତିର ସମୀକ୍ଷା କରିବା ପରେ ନିଷ୍ପତ୍ତି ନେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ।
No Result
View All Result