No Result
View All Result
ଚାନ୍ଦପୁର ରେ ପୋଲିସ ର ବାରମ୍ବାର ପଥର ଖଣି ଉପରେ ଚଢ଼ାଉ , ଏବଂ ନିଦରେ ଶୋଇ ରହିଛି ରଣପୁର ତହସିଲ … ହେଉଛି ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନୀ
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ମଙ୍ଗଳବାର ) ଚାନ୍ଦପୁର :- ଏହାକୁ ନେଇ ଦେଖାଯାଉନି ତତ୍ପରତା ରାଜସ୍ୱ ଖଣି ଗୁଡିକ ବେଆଇନ ଚୋରି ହେବାରେ ଲାଗିଛି । ବାରମ୍ବାର ଚଢ଼ାଉ କରି ଖଣି ମାଫିଆ ଙ୍କୁ ଗିରଫ କରୁଛି ଚାନ୍ଦପୁର ପୋଲିସ , ରାଜ୍ୟ ସରକାର ଙ୍କର ଖଣି ଖାଦନ କୁ ବେଆଇନ ଭାବେ ଚୋରି କରି ନେଉଥିବା ମାଫିଆଙ୍କ ପାଇଁ କାଳ ସାଜୁଛି ଚାନ୍ଦପୁର ପୋଲିସ । ବିଗତ ଦିନ ରୁ ହୋଇ ଆସୁଥିବା ପୋଲିସ ର ଅଚାନକ ଚଢ଼ଉ ରେ କେତେକ ମାଫିଆ ଗିରଫ ହୋଇଥିବା ବେଳେ କିଛି ପଥର ଗାଡି ଏବଂ ପଥର ମଧ୍ୟ ଜବତ ହୋଇଥିଲା ।
ଏବେବି ବରବରାଝର ଖଣି କୁ ବେଆଇନ ଭାବେ ଖୋଳି ନେଉଥିବା ବେଳେ ଏହା ଏକପ୍ରକାର ଆଡାସ୍ଥଳୀ ପାଲଟିଛି ଖଣି ମାଫିଆ ମାନଙ୍କ ପାଇଁ । ଗତ ରାତିରେ ଚାନ୍ଦପୁର ପୋଲିସ ବରବରାଝର ଖଣି ଉପରେ ଚଢ଼ାଉ କରି ଦୁଇଟି ପଥର ଗାଡି ସିଜ କରିବା ସହ ମାଙ୍କଡାପଥର , ଜେସିବି ମେସିନ ଇତ୍ୟାଦି ଜବତ କରିଛି । ଏବଂ ୧୦ ଜଣ ଙ୍କ ନାମରେ ୬୦/୨୧ ରେ ମାମଲା ରୁଜ୍ଜୁ କରି ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଚଳାଉଥିବା ଜଣା ଯାଉଛି । ସେଥିରୁ କିଛି ମାଫିଆ ବେଆଇନ କାର୍ଯ୍ୟ ସହ ବିଭିନ୍ନ ଅପରାଧମୂଳକ କାର୍ଯ୍ୟ ରେ ଲିପ୍ତ ଥିବା ସୂଚନା ମିଳିଛି ଯାହା ଫଳରେ ସେମାନଙ୍କୁ ଧରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଛି ।
ସରକାରଙ୍କ ର ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନୀ ହେଉଛି ହେଲେ ତହସିଲ ଅଫିସ ତଥା ପ୍ରଶାସନ ନେଉନାହିଁ କୌଣସି ପଦକ୍ଷେପ । କେବଳ ପୋଲିସ ପ୍ରଶାସନ ନୁହେଁ ତହସିଲ ମଧ୍ୟ ଏହା ଉପରେ କଡା ପଦକ୍ଷେପ ନେବା ଜରୁରୀ ଥିଲେ ମଧ୍ୟ ଚୁପଚାପ ବସି ରହିଛି ରଣପୁର ତହସିଲ । ଏହାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଉଥିବା ଦେଖା ଦେଇଛି । ଯାହାକୁ ନେଇ ସାଧାରଣରେ ପ୍ରଶାସନ ପ୍ରତି ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପଥର ଖଣି ମାଫିଆ ମାନଙ୍କ ନଜର ରେ ଏବେ ବରବରାଝର ଖଣି ଏହା ଉପରେ ତୁରନ୍ତ ପଦକ୍ଷେପ ନିଆ ନଗଲେ ଖଣି ରେ ଆଉ ପଥର ଦେଖିବାକୁ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଏହା ଦିଗରେ ପ୍ରଶାସନ ର ଦୃଷ୍ଟି ପଡୁ ବୋଲି ଜନସାଧାରଣ ଙ୍କ ଠାରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।
No Result
View All Result