• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସବୁଠୁ ଖରାପ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Proprietor Abhimanyu Maharana by Proprietor Abhimanyu Maharana
April 21, 2021
in ଓଡ଼ିଶା, ମହାନଗର, ହୋମ୍
0
ସବୁଠୁ ଖରାପ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
Share on FacebookShare on TwitterWhatsapp

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା :-

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ମଙ୍ଗଳବାର ) ଭୁବନେଶ୍ୱର :- କରୋନା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ପରାମର୍ଶ,ହସ୍‌ପିଟାଲରେ ଅଧିକ ଶଯ୍ୟା ସହ ଅକ୍‌ସିଜେନ୍‌ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ,ସମସ୍ତେ ବିନା ଲକ୍‌ଡାଉନ୍‌ରେ ପରିସ୍ଥିତିର ମୁକାବିଲା ଚାହାଁନ୍ତି, ତେଣୁ ମାସ୍କ ଓ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦେବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କୋଭିଡର ଦ୍ବିତୀୟ ଲହରରେ ବିଭିନ୍ନ ରାଜ୍ୟ ଓ ସହର ମାନଙ୍କରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଗୁରୁତର ଚାପରେ ରହିଛି ।

ଓଡିଶାରେ ମଧ୍ୟ ଗତ କିଛି ଦିନ ଧରି କୋଭିଡ ସଂଖ୍ୟାରେ ବୃଦ୍ଧି ହେଉଛି। ଆମର ପୂର୍ବ ପ୍ରସ୍ତୁତି ଓ ଆଗୁଆ ପଦକ୍ଷେପ ଯୋଗୁ ଆମେ ଅନେକ ମାତ୍ରାରେ ପରିସ୍ଥିତିକୁ ଏ ପର୍ଯ୍ୟନ୍ତ ଠିକ୍‌ ଭାବରେ ପରିଚଳିତ କରିପାରିଛୁ । ତେବେ ଆମକୁ ସବୁଠାରୁ ଖରାପ ପରିସ୍ଥିତି ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ ଏବଂ ସମସ୍ତ ରୋଗୀ ଯେପରି ସମ୍ମାନର ସହିତ ଚିକିତ୍ସା ପାଇବେ, ଏବଂ ପ୍ରତ୍ୟେକ ଜୀବନକୁ ଆମେ ଯେପରି ବଞ୍ଚାଇପାରିବା, ସେଥିପାଇଁ ଆମକୁ ସମସ୍ତ ପ୍ରକାର ଉଦ୍ୟମ କରିବା ଆବଶ୍ୟକ ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍‌ସିଂ ଜରିଆରେ କୋଭିଡ ପରିସ୍ଥିତିର ସମୀକ୍ଷା କରି ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଉଭୟ ରାଜ୍ୟ ସରକାର ଓ ଜନସାଧାରଣ କେହି ଲକ୍‌ଡାଉନ୍‌ ଚାହାନ୍ତି ନାହିଁ । ବିନା ଲକ୍‌ଡାଉନ୍‌ରେ ପରିସ୍ଥିତିର ମୁକାବିଲା କରାଯିବା ଜରୁରୀ ।

ଏ ଦିଗରେ ମାସ୍କର ବ୍ୟବହାର ଓ ସାମାଜିକ ଦୂରତ୍ବ ରକ୍ଷା ଆମକୁ ବହୁତ ପରିମାଣରେ ସାହାଯ୍ୟ କରିପାରିବ । ତେଣୁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଏଥିପାଇଁ ସହଯୋଗ ପାଇଁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ବର୍ତ୍ତମାନ ସବୁଠାରୁ ଗମ୍ଭୀର ପରିସ୍ଥିତିର ସାମ୍‌ନା କରୁଛୁ । ତେଣୁ ଆମେ ଯଦି ସମସ୍ତେ ଦାୟିତ୍ବୂବାନ ହୋଇ ପରିସ୍ଥିତିର ମୁକାବିଲା କରିବା, ତେବେ ଆମ ନିଶ୍ଚିତ ଭାବରେ ଏ ପରିସ୍ଥିତିରୁ ସଫଳ ଭାବେ ବାହାରି ପାରିବା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ଏକ ୬ ସୂତ୍ରୀ ପରାମର୍ଶ ଦେଇଛନ୍ତି ।

୧. ସାରା ରାଜ୍ୟରେ କୋଭିଡ ହସ୍‌ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ କୋଭିଡ କେୟାର ସେଣ୍ଟର ସ୍ଥାପନ । ଯେତେଦୂର ସମ୍ଭବ ସର୍ବାଧିକ ସଂଖ୍ୟାରେ ଶଯ୍ୟା ଗୁଡିକରେ ଅକ୍‌ସିଜେନ ବ୍ୟବସ୍ଥା ରଖାଯାଉ ।ଅକ୍‌ସିଜେନ ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯାଉ ।

୨. ଅକ୍‌ସିଜେନ ଯୋଗାଣ ବ୍ୟବସ୍ଥାକୁ ଭଲ ଭାବରେ ତଦାରଖ କରାଯାଉ ଏବଂ ହସ୍‌ପିଟାଲ ଗୁଡିକରେ ଏଥିପାଇଁ ସମସ୍ତ ଆବଶ୍ୟକ ଉପକରଣକୁ ପ୍ରାଥମିକତା ଭିତ୍ତିରେ ଉପଲବ୍‌ଧ କରାଯାଉ ।

୩. ଅନେକ ରାଜ୍ୟରେ ଔଷଧର ଅଭାବ ଦେଖାଦେଇଛି । ଯଦିଓ ବର୍ତ୍ତମାନ ଆମର ମେଡିସିନ୍‌ ଷ୍ଟକ୍‌ ଯଥେଷ୍ଟ ରହିଛି, ତଥାପି ଆଗକୁ ଅଧିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଔଷଧର ଏକ ବଫର ଷ୍ଟକ୍‌ ରଖାଯାଉ ।

୪. IEC ଅଭିଯାନରେ ଅଧିକ ଉନ୍ନତି ଅଣାଯିବା ଉପରେ ଗୁରୁତ୍ୱ । ଜନସାଧାରଣ ଦ୍ବିତୀୟ ଲହରର ଭୟାବହତା ସଂପର୍କରେ ସଚେତନ ହେବା ଜରୁରୀ ଏବଂ କୋଭିଡ ନିୟମାବଳୀକୁ ମାନିବା କେତେ ଜରୁରୀ, ସେ ସଂପର୍କରେ ଅନୁଭବ କରିବା ଦରକାର । ଜନସାଧାରଣଙ୍କ ସହିତ ମିଶନ ଶକ୍ତି ଏବଂ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଉ ।

୫. ସମସ୍ତ କୋଭିଡ ନିୟମାବଳୀ ଦୃଢ ଭାବରେ ଲାଗୁ କରିବା କାର୍ଯ୍ୟକ୍ରମ ଜାରି ରହିବା ଜରୁରୀ ।

୬. ଅନ୍ୟ ରାଜ୍ୟରେ ଯେଉଁଠାରେ କୋଭିଡ ପରିସ୍ଥିତି ସାଂଘାତିକ ରହିଛି, ସେଠାରୁ ପ୍ରବାସୀମାନେ ଆସିବାର ସମ୍ଭାବନା ଅଛି ।

ତେଣୁ ଏଥିପାଇଁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବା ଆବଶ୍ୟକ। ପୂର୍ବରୁ ଯେଉଁ ପ୍ରୋଟୋକଲ୍‌ ଅନୁଯାୟୀ ପ୍ରବାସୀଙ୍କ ଆଗମନ ପରିଚାଳନା କରାଯାଉଥିଲା, ତାକୁ ବର୍ତ୍ତମାନର ଡାଟାବେସ୍‌ ଅନୁଯାୟୀ ପୁନର୍ବାର କାର୍ଯ୍ୟକାରୀ କରାଯାଉ । ପ୍ରବାସୀମାନଙ୍କ ପାଇଁ ଟେଷ୍ଟିଂ ଓ ସଂଗରୋଧର ବ୍ୟବସ୍ଥା ସୁନିଶ୍ଚିତ କରାଯାଉ । ଏଥିପାଇଁ ଯେଉଁ ବରିଷ୍ଠ ଅଧିକାରୀମାନେ Observer ଭାବରେ କାର୍ଯ୍ୟ କରୁଛନ୍ତି, ସେମାନେ ଓ ଅନ୍ୟ ଅଧିକାରୀମାନେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ସେମାନଙ୍କର ଶ୍ରେଷ୍ଠ ଉଦ୍ୟମ ଜାରି ରଖନ୍ତୁ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ମୁକାବିଲାକୁ ଜୋରଦାର କରାଯିବ । ମାସ୍କ ବ୍ୟବହାର ସହିତ ସମସ୍ତ କୋଭିଡ ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରାଯିବ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ବଭିନ୍ନ ରାଜ୍ୟର ପରିସ୍ଥିତି ଓ ଓଡିଶାର ପରିସ୍ଥିତି ସଂପର୍କରେ ଏକ ତୁଳନାତ୍ମକ ଉପସ୍ଥାପନା ପ୍ରଦାନ କରିଥିଲେ । ଦେଶର କୋଭିଡ ପଜିଟିଭ ସଂଖ୍ୟାର ୧.୮୩ ପ୍ରତିଶତ ଏବେ ଓଡିଶାର ବୋଲି ସେ କହିଥିଲେ ।

ରାଜ୍ୟରେ ଏବେ ସୁସ୍ଥତା ହାର ୯୨.୧୦ ପ୍ରତିଶତ ରହିଛି । ବିଭିନ୍ନ ଜିଲ୍ଲା ମାନଙ୍କରେ କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସେ ମୁଖ୍ୟତଃ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Taneira celebrates Savitri Vrata with the Inaya collection and exclusive festive offers

Taneira celebrates Savitri Vrata with the Inaya collection and exclusive festive offers

May 7, 2026
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Taneira celebrates Savitri Vrata with the Inaya collection and exclusive festive offers

Taneira celebrates Savitri Vrata with the Inaya collection and exclusive festive offers

May 7, 2026
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version