No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୦ ଏପ୍ରିଲ , ମଙ୍ଗଳବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନାଇଟ କର୍ଫ୍ୟୁ ସାଙ୍ଗକୁ ସପ୍ତାହାନ୍ତ ଶନିବାର ଓ ରବିବାର ୨ ଦିନ ସଟଡ଼ାଉନ ଘୋଷଣା କରିଛନ୍ତି । ଏହାର ସୁଯୋଗ ନେଇ କିଛି ଦଲାଲ ସକ୍ରିୟ ହୋଇ ଉଠିଛନ୍ତି । ସଂପୃକ୍ତ ଦଲାଲ ମାନେ ବିଭିନ୍ନ ସ୍ଥାନରୁ ଚୋରାରେ ମଦ, ସିଗାରେଟ୍ ଓ ଗୁଟଖା ସମେତ ବିଭିନ୍ନ ପାନମସଲା ଆଣି ଚଢା ଦରରେ ବିକ୍ରି କରୁଛନ୍ତି । ଏପରିକି କିଛି ରାସନ ଦୋକାନୀ ଚୋରାରେ ସିଗାରେଟ, ଗୁଟଖା ଏବଂ ବିଭିନ୍ନ ପାନମସଲା ବିକ୍ରି କରୁଛନ୍ତି । ଧାର୍ଯ୍ୟ ମୂଲ୍ୟ ଠାରୁ ଯଥେଷ୍ଟ ଚଢା ଦରରେ ବିକ୍ରି କରୁଥିବା ଜଣାପଡ଼ିଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନୁଆଁ ଗାଇଡ଼ ଲାଇନ ଜାରୀ କରିଛନ୍ତି । ସର୍ବସାଧାରଣ ସ୍ଥାନରେ ଛେପ ପକାଇଳେ ୨ଶହ ଟଙ୍କା ଜୋରିମାନା ଆଦାୟ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ପରିତାପର ବିଷୟ ସିଗାରେଟ, ଗୁଟଖା ଏବଂ ବିଭିନ୍ନ ପାନମସଲା ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କ ଉପରେ ପ୍ରଶାସନର କିପରି ନଜର ପଡୁନାହିଁ, ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ଦୋକାନୀ ମାନେ ସିଗାରେଟ, ଗୁଟଖା ଏବଂ ବିଭିନ୍ନ ପାନମସଲା ଚଢା ଦରରେ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ପୂର୍ବରୁ ୫ ଟଙ୍କାରେ ମିଳୁଥିବା ସିଗାରେଟ ୧୦ ଟଙ୍କା, ୮ ଟଙ୍କାର ସିଗାରେଟକୁ ୧୫ ଟଙ୍କା, ୩ ଟଙ୍କାର ଗୁଟଖାକୁ ୫ ଟଙ୍କା, ୫ ଟଙ୍କାର ଗୁଟଖାକୁ ୧୦ରୁ ୧୨ ଟଙ୍କା, ୫ ଟଙ୍କାର ଖଇନି ୧୦ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡ଼ିଛି ।
କିଛି ଗ୍ରାହକ ଚଢା ଦର ନେଇ ଦୋକାନୀଙ୍କୁ ପଚାରିଲେ ଆମେ ଚଢା ସରରେ କିଣିଛୁ, ଲାଭ ନରଖି ବିକିବୁ କିପରି ବୋଲି କହୁଛନ୍ତି । ସିଗାରେଟ, ଗୁଟଖା ଏବଂ ବିଭିନ୍ନ ପାନମସଲା ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଥିବା ଯୋଗୁଁ ଏହାକୁ ସହଜରେ ଛାଡ଼ି ପାରୁନାହାନ୍ତି । ଦର ଯେତେ ଅଧିକ ହେଲେ ମଧ୍ୟ ବାଧ୍ୟ ହୋଇ କିଣି ଖାଉଛନ୍ତି । ଅଭ୍ୟାସରେ ପରିଣତ ହୋଇଥିବା ଯୋଗୁଁ କିଛି ଲୋକେ ଦୈନିକ ୨୦ଟି ଗୁଟଖା କିମ୍ବା ପାନମସଲା ବଦଳରେ ୫ରୁ ୭ଟି ଖାଉଥିବା ନେଇ କିଛି ଯୁବକ କହିଛନ୍ତି । ଏପରିକି କିଛି ଲୋକ ବିଭିନ୍ନ ପାନମସଲା ଜାତ ଦ୍ରବ୍ୟ ଘରେ ରଖି ପାନଭାଙ୍ଗି ଖାଉଥିବା ଜଣାପଡ଼ିଛି । ଅନୁରୂପ ଭାବେ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରାଯାଉଥିଲେ ମଧ୍ୟ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଚୋରାରେ ମଦ ବିକ୍ରି ଜୋର ଧରିଛି । ଏ ଦିଗରେ ପୁଲିସ ଓ ଅବକାରୀ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ମଦ, ସିଗାରେଟ, ଗୁଟଖା ଏବଂ ବିଭିନ୍ନ ପାନମସଲା ଚଢା ବିକ୍ରି କରୁଥିବା ବ୍ୟବସାୟୀକ ଅନୁଷ୍ଠାନ ଉପରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result