No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୦ ଏପ୍ରିଲ , ମଙ୍ଗଳବାର ) କଟକ :- ପୁରୀ ଲଙ୍ଗୁଳି ମଠର ନାଗାବାବା ଦୀର୍ଘ ଦିନ ପରେ ଆଜି ଚୌଦ୍ୱାର ଜେଲରୁ ବାହାରିଥିଲେ । ତାଙ୍କର ସମର୍ଥକ ମାନେ ଜେଲ ଫାଟକ ନିକଟରେ ଲଙ୍ଗୁଳି ନାଗାବାବା ବୈଷ୍ଣବ ପୁରୀଙ୍କୁ ଗଙ୍ଗାପାଣି ଛିଞ୍ଚିବା ସହିତ ବିଭୁତି ବୋଳିଥିଲେ । ଜେଲ ଫାଟକରୁ ବହାରିବା ମାତ୍ରେ ଜୟ ଶ୍ରୀରାମ ଧ୍ୱନି ଦେଇଥିଲେ । ଲଙ୍ଗୁଳି ବାବା ବୈଷ୍ଣବ ପୁରୀଙ୍କୁ ତାଙ୍କର ସମର୍ଥକ ମାନେ ପାଛୋଟି ଆଣିଥିଲେ ।
ବୈଷ୍ଣବ ପୁରୀ ଚୌଦ୍ୱାର ଜେଲରୁ ବାହାରିବା ପରେ ରାଜ୍ୟ ସରକାର ଏବଂ ତାଙ୍କୁ ବିରୋଧ କରୁଥିବା କୁଚକ୍ରୀ ଗୋଷ୍ଠୀଙ୍କ ଉପରେ ବର୍ଷିଥିଲେ । ସେ ସରକାରଙ୍କ ଦୋଷ ଦୂର୍ବଳତାକୁ ସମାଲୋଚନା କରୁଥିବାରୁ ରାଜ୍ୟ ସରକାର ଏବଂ ପୁରୀ ଜିଲ୍ଲାପାଳ ତାଙ୍କୁ ଷଡ଼ଯନ୍ତ୍ର କରି ପାଗଳ ସଜାଇ, ପାଗଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କର ଭୁଲ ଏଥିଲାଯେ, ସେ ରୋହିଣି କୁଣ୍ଡର ଢାଙ୍କୁଣି ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ଖୋଲି ଦେଇଥିଲେ ।
ସେ ଆହୁରି ଅଭିଯୋଗ କରିଥିଲେ ଯେ, ଚୌଦାର ଜେଲରେ ନିରିହ ଲୋକମାନଙ୍କୁ ନିରଯ୍ୟାତନା ଦିଆ ଯାଉଥିଲା ବେଳେ, ବଡ଼ବଡିଆ, ଦୁର୍ଦାନ୍ତ ଅପରାଧୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳୁଛି । ବିଜୁ ପଟ୍ଟନାୟକଙ୍କ ଅମଳରେ ନିର୍ମିତ ଜେଲର ଅବ୍ୟବସ୍ଥା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନେବି ଦେଖିବାକୁ ଆସି ନାହାନ୍ତି ବୋଲି କହିଥିଲେ ।
ନାଗା ବାବା ବୈଷ୍ଣବ ପୁରୀଙ୍କୁ ସମର୍ଥ କରୁଥିବା ଲୋକମାନେ, ମଟର ସାଇକେଲ ଶୋଭାଯାତ୍ରାରେ ତାଙ୍କୁ ଚୌଦ୍ୱାର ଜେଲରୁ ପୁରୀ ଅଭିମୁଖେ ନେଇଯାଇଥିବା ଦେଖିବାକୁ ମିଳିଥିଲା । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ ) ।
No Result
View All Result