ଓଡ଼ିଶା ତାଜା ନ୍ୟୁଜ୍ ( ୨୦ ଏପ୍ରିଲ ,ମଙ୍ଗଳବାର )କଟକ :- କମିଶନରେଟ ପୋଲିସ କଟକ ଡିସିପି ଅଫିସ କାର୍ଯ୍ୟଳୟ ଠାରେ ଆଜି ସନ୍ଧ୍ୟାରେ କଟକ ସହରାଞ୍ଚଳ ଥାନା ଅପରାଧ ନିୟନ୍ତ୍ରଣ ୟୂନିଟ ଟିମ ପକ୍ଷରୁ, ଉଦ୍ଧାର ସାମଗ୍ରୀ ହସ୍ତାନ୍ତର କାର୍ଯ୍ୟକ୍ରମକୁ କଟକ ଡିସିପି ପ୍ରତିକ ସିଂହଙ୍କ ଉଦଘାଟନ କରିଥିଲେ । କୋଭିଡ଼ ନିୟମ ଅନୁଯାୟୀ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଡିସିପି ତ୍ରିନାଥ ମିଶ୍ର, ଯୋନ୍-୧ର ଏସିପି ଅମରେନ୍ଦ୍ର ପଣ୍ଡା , ଯୋନ୍-୨-ର
ଏସିପିସେକ୍ ସରିଫ ଉଦ୍ଦିନ, ଯୋନ୍-୪ ଏସିପି ସତ୍ୟରଞ୍ଜନ ମଲ୍ଲିକ, ବିଭିନ୍ନ ଥାନାର ଆଇଆଇସି ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଥାନା ଅଞ୍ଚଳରୁ ତିନି ମାସ ମଧ୍ୟରେ ଚୋରି ହୋଇଥିବା ୧୮ଟି ଦୁଇ ଚକିଆ ଯାନ, ୬୯ ଟି ଚୋରୀ ମୋବାଇଲ ଫୋନ,୨ଟି ଲାପଟପ,୩ଟି ଏଲିଡ଼୍ ଟିଭି, ୨ଟି ସ୍ମାର୍ଟ ୱ।ଚ ଏବଂ ଗୋଟିଏ ଡିଜିଟାଲ କ୍ୟାମେରାକୁ ଉଦ୍ଧାର କରାଯାଇଥିଲା । ଚୋରୀ ଯାଇଥିବା ଲୋକମାନେ ସେମାନଙ୍କ ଚୋରି ଜିନିଷର
ସଠିକ କାଗଜପତ୍ର ଦେଖାଇବାରୁ, ଡିସିପି ପ୍ରତିକ ସିଂହ ସଂପୃକ୍ତ ଲୋକମାନଙ୍କୁ ସେମାନଙ୍କ ର ଚୋରୀ ଜିନିଷ ପ୍ରଦାନ କରିଥିଲେ । ପ୍ରଥମ ଥର ଏପରି କାର୍ଯ୍ୟ କଟକ ସହରାଞ୍ଚଳ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ଦେଖିବାକୁ ମିଳିଥିଲା । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।