No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) ଦିଲ୍ଲୀ :- ଉପରାଜ୍ୟପାଳଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତି ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆଜି ରାତି ୧୦ଟାରୁ ୨୬ ଏପ୍ରିଲ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ।ଲକଡାଉନ ସମୟରେ ସମସ୍ତ ପ୍ରକାର ଜରୁରୀ ସେବା ଜାରି ରହିବ । କିନ୍ତୁ ସମସ୍ତ ମଲ, ଜିମ୍,ସ୍ପା, ଅଡିଟୋରିୟମ, ପାର୍କ ବନ୍ଦ ରହିବ ।
କିନ୍ତୁ ହୋଟେଲରେ ଖାଇବା ଉପରେ ରୋକ ଲାଗିଥିବା ବେଳେ ହୋମ ଡେଲିଭରିକୁ ଅନୁମତି ମିଳିଛି । ଏହାବାଦ୍ ଜରୁରୀ ସେବା ସହ ଜଡିତ କର୍ମଚାରୀଙ୍କ ଉପରେ କଟକଣା ରହିବ ନାହିଁ । ସମସ୍ତ ସରକାରୀ ଅଫିସ ଅଧା କର୍ମଚାରୀଙ୍କୁ ନେଇ ଚାଲିବ ଏବଂ ବେସରକାରୀ ସଂସ୍ଥା ୱାର୍କ ଫର୍ମ ହୋମ ଯୋଗେ କାର୍ଯ୍ୟ କରିବେ ।
ରେଳଷ୍ଟେସନ, ବସ ଷ୍ଟାଣ୍ଡ ଓ ବିମାନବନ୍ଦର ଯାଉଥିବା ଲୋକଙ୍କ ଉପରେ କୌଣସି କଟକଣା ରହିବନି । ତେବେ ଦିଲ୍ଲୀ ନ ଛାଡିବାକୁ ଲୋକଙ୍କୁ ଅପିଲ କରିଛନ୍ତି କେଜ୍ରିୱାଲ ।
No Result
View All Result