No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) ଓଡ଼ଗାଁ :- ରାଜ୍ୟ ରେ କରୋନା ପରିସ୍ଥିତି ଜଟିଳ ଆଡକୁ ଗତି କରୁଛି । ଏହା ସତ୍ତ୍ୱେ ଲୋକମାନେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସଚେତନତା କରାଯାଉଛି । ଗତକାଲି ଓଡ଼ଗାଁ ଆଦର୍ଶ ଥାନା ପୋଲିସ ପକ୍ଷରୁ କରୋନା କଟକଣା କଡାକଡି ପାଳନ କରାଯିବାର ଦେଖିବାକୁ ମିଳିଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ସହ ରାତି ୯ଟା ସମୟରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା
ସହ ସାଧାରଣ ଲୋକେ ଏହାକୁ ପାଳନ କରିବା ପାଇଁ ଅବଗତ କରାଇଥିଲା । ଏଥିର ଖିଲାପ କଲେ ଉଲ୍ଲଙ୍ଘନକାରୀଙ୍କ ପ୍ରତି ପ୍ରଶାସନ ପକ୍ଷରୁ କଡାଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏବଂ କଟକଣା କୁ କଡାକଡି ପାଳନ କରିବା ପାଇଁ ଡ଼ାକବାଜି ଯନ୍ତ୍ର ଦ୍ବାରା ତାଗିଦ୍ କରାଯାଇଛି ।ସହରରେ ଅବାଧ ଚଳ ପ୍ରଚଳକୁ କର୍ଫ୍ୟୁ ସମୟରେ କଡାକଡି କରାଯାଇଛି । ଗତକାଲି ରାତିରେ ଓଡ଼ଗାଁ ଆଦର୍ଶ ଥାନା ନିକଟସ୍ଥ ହନୁମାନ ଛକଠାର ମାସ୍କ ଚେକିଙ୍ଗ୍ କରାଯାଇଛି । ଚେକିଙ୍ଗ୍ ସମୟରେ ଓଡ଼ଗାଁ ତହସିଲଦାର ବିଜୟତା ସାମନ୍ତସିଂହାର ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ କଟକଣା କୁ କଡାକଡି କରାଯିବାର ସୂଚନା ମିଳିଛି । ଏବଂ ଅମାନିଆ ମାନଙ୍କ ଠାରୁ ୫୧୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ଓଡ଼ଗାଁ ଆଦର୍ଶ ଥାନା ପୋଲିସ ସୂତ୍ରରୁ ଜଣାପଡିଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result