No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଏପ୍ରିଲ ରବିବାର )କୋରାଇ :- ବ୍ୟାସନଗର ସ୍ଥିତ ଚାନ୍ଦମା ହିଙ୍ଗୁଳା ପୀଠରେ ବ୍ୟାସନଗର ସହରର ଐତିହ, ସଂସ୍କୃତି ଓ ପରଂପରା ଉପରେ ଅଧାରିତ ‘ଆଇ ଲଭ ବ୍ୟାସନଗର’ ସଂଗୀତ ଭିଜୁଆଲର ମୁକ୍ତିଲାଭ ହୋଇଯାଇଛି । ଏହି ଭିଜୁଆଲର ଉନ୍ମୋଚନୀ ସଭା ଚାନ୍ଦମା ହିଙ୍ଗୁଳ କମିଟିର ସଭାପତି ମାୟାଧର ମଲ୍ଲିକଙ୍କ ଅଧ୍ୟକ୍ଷତା ହୋଇଥିଲା । ଏଥିରେ ମୁଖ୍ୟଅତିଥିଭାବେ ବ୍ୟାସନଗର ସ୍ୱଂୟ ଶାସିତ ମହାବିଦ୍ୟଳୟର ଅଧ୍ୟକ୍ଷ ଶିବଚରଣ ମାଝି ଯୋଗଦେଇ ଭିଜୁଆଲକୁ ଉନ୍ମୋଚକ କରିଥିଲେ । ଏହା ଆଦର ମ୍ୟୁଜିକ ଦ୍ୱାରା ପ୍ରସ୍ତୁତି ହୋଇଥିଲା ବେଳେ ଅଞ୍ଜଳି ଭିଜନର ପ୍ରୋପାଇଟର ଦୀପକକୁମାର ନାୟକଙ୍କ ଦ୍ୱାର ପ୍ରଜୋଯିତ ହୋଇଥିଲା ବେଳେ ଅଧ୍ୟାପକ ଅରୁଣକୁମାର ମିଶ୍ର ଭିଜୁଆଲ ନିର୍ଦେଶନା ଦେଇଥିଲେ ।
ଏହାର ସଙ୍ଗୀତ ଅଶୋକକୁମାର ବାଶ ରଚନା କରିଥିଲା ବେଳେ ଉଦୟକୁମାର ଖୁଂଟିଆ ସଙ୍ଗୀତ ନିର୍ଦେଶନା ଦେଇଥିଲେ । ଅମିତ କୁମାର ଶତପଥୀ, ଅଭିପ୍ସା ସାହୁ, ମଇନା ବେହେରା ଓ ରାଜଶ୍ରୀ ହେମ୍ରମ ପ୍ରମୁଖ କଣ୍ଠଦାନ କରିଥିଲା ବେଳେ ରମେଶ କୁମାର ଦାଶଙ୍କ ସଂଯୋଜନାରେ ବିଜୟକୁମାର, କ୍ଷେତ୍ରବାସୀ, ଉମେଶ ଓ ରଞ୍ଜିତ ପ୍ରମୁଖ ବାଦ୍ୟଯବରେ ସହଯୋଗ କରିଥିଲେ । ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ଅଧ୍ୟାପକ ମଳୟକୁମାର ମଲିକ, ତପନକୁମାର ପଣ୍ଡା, ଅଚ୍ୟୁତନନ୍ଦ ସାହୁ , ନଟବର ମଲ୍ଲିକ, ସଦାଶିବ ମଲ୍ଲିକ, ଶିବପ୍ରସାଦ ଆଇଚ, ଜଭଗବନ୍ଧୁ ସାମଲ ପ୍ରମୁଖ ଅତିଥିଭାବେ ଭିଜୁଆଲ ଉନ୍ମୋଚନୀ ଉତ୍ସବରେ ଯୋଗଦେଇଥିଲେ । ଶେଷରେ ଗୀତିକାର ଅଶୋକକୁମାର ବାଶ ଧନ୍ୟବାଦ ଦେଇଥିଲେ । (ରିପୋର୍ଟ- ରଶ୍ମିରେଖା ମଲ୍ଲିକ )
No Result
View All Result