No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଏପ୍ରିଲ ଶନିବାର ) ଭୁବନେଶ୍ୱର :- ପ୍ରତି ବର୍ଷ ଭଳି ଆଜି ସକାଳୁ ପବିତ୍ର ବିନ୍ଦୁ ସାଗର ଠାରେ ପ୍ରବାଦ ପୁରୁଷ ରାଷ୍ଟ୍ରନାୟକ ତଥା ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ତିଳ ତର୍ପଣ କାର୍ଯ୍ୟକ୍ରମ କୋଭିଡ କଟକଣାରେ ବିଜୁ ଜନତା ଦଳ ଭୁବନେଶ୍ୱର ପକ୍ଷରୁ ପାଳନ ହୋଇଯାଇଛି ।

ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର,ବିଧାୟକ ତଥା ଜିଲ୍ଲା ସଭାପତି ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ମହାସୁପକାର, ପୁର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥ।, ନୃପେଶ ନାୟକ, ଦାଶରଥି ଗରାବଡୁ ପ୍ରମୁଖ ଉପସ୍ଥତ ଥିଲେ।

No Result
View All Result