• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତ ସ୍ଥାୟୀ ଜୀବିକା ନିର୍ବାହ ପାଇଁ ପାରଂମ୍ପାରିକ ‘ଢୋକ୍ରା’ କଳାକୃତିକୁ ପୁର୍ନଜୀବିତ କରୁଛି

Proprietor Abhimanyu Maharana by Proprietor Abhimanyu Maharana
April 16, 2021
in ଓଡ଼ିଶା, ମହାନଗର, ହୋମ୍
0
ବେଦାନ୍ତ ସ୍ଥାୟୀ ଜୀବିକା ନିର୍ବାହ ପାଇଁ ପାରଂମ୍ପାରିକ ‘ଢୋକ୍ରା’ କଳାକୃତିକୁ ପୁର୍ନଜୀବିତ କରୁଛି
Share on FacebookShare on TwitterWhatsapp

ଓଡ଼ିଶା ଓ ଛତିଶଗଡ଼ର ଢୋକ୍ରା, ମୁରାଲ ଓ ଆଦିବାସୀ ଚିତ୍ରକଳାକୁ ପୁର୍ନଜୀବିତ କରିବା – କଂଚାମାଲ, ବୈଷୟିକ ଜ୍ଞାନକୌଶଳ, ମାଇକ୍ରୋ ଫାଇନାନ୍ସ ଓ ମାର୍କେଟ ପ୍ଲେସ ଜରୀଆରେ କାରିଗରଙ୍କୁ ସହାୟତା କରିବା

ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ଏପ୍ରିଲ ଶୁକ୍ରବାର ) ଭୁବନେଶ୍ୱର :-  ଭାରତର ଅଗ୍ରଣୀ ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ନିର୍ମାତା ବେଦାନ୍ତ ଆଲୁମିନିୟମ ପାରଂପାରିକ ଢୋକ୍ରା, ମୁରାଲ ଓ ଆଦିବାସୀ ଚିତ୍ରକଳାକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ୧୫ ଏପ୍ରିଲ ୨୦୨୧ ବିଶ୍ୱ ସ୍‌ôାସ୍ଥ୍ୟ ଦିବସ ଅବସରରେ ଓଡ଼ିଶାର ଲାଞ୍ଜିଗଡ଼ରେ ପ୍ରାଚୀନ ସିନ୍ଧୁ ସଭ୍ୟତାର ମୌଳିକ ସୁନ୍ଦର କଳାକୃତି ଢୋକ୍ରା ଶିଳ୍ପର କାରିଗର ମାନଙ୍କ ପାଇଁ ଏକ ଆଡଭାନସ ପ୍ରଡକ୍ଟ ଡିଜାଇନ ଟ୍ରେନିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏହି ଅଂଚଳରେ ସ୍ଥାୟୀ ଜୀବୀକା ଅର୍ଜନ ଉଦ୍ଦେଶ୍ୟରେ କାରୀଗରମାନଙ୍କୁ ଉତ୍ସାହିତ କରିବା ପାଇଁ କମ୍ପାନୀ ପକ୍ଷରୁ ମଧ୍ୟ ଏକ ପ୍ରଦର୍ଶନୀ ସହ ଆଦିବାସୀ କଳା ସଂସ୍କୃତି ଉପରେ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଶ୍ରୀ ଅଜୟ କପୁର, ସିଇଓ- ଆଲୁମିନିୟମ ଓ ପାୱାର ବିଜ୍‌୍‌ନେସ୍ ତଥା ପରିଚାଳନା ନିର୍ଦ୍ଦେଶକ- କମର୍ସିଆଲ ବେଦାନ୍ତ ଲିଃ କହିଛନ୍ତିଯେ, ଏହି ସାଂସ୍କୃତିକ କଳାକୃତି ଆମ ରାଷ୍ଟ୍ରର ଐତିହ୍ୟ ।

ସ୍ୱଦେଶୀ କଳାକୃତିକୁ ପ୍ରୋତ୍ସାହନ ଯୋଗାଇବା ସହ ଗ୍ରାଂମାଚଳର କାରିଗରମାନଙ୍କ ଠାରେ ରହିଥିବା ପ୍ରତିଭାର ବିକାଶ ପାଇଁ ଆମକୁ ଯତ୍ନ ନେବାକୁ ହେବ । ବେଦାନ୍ତ ସବୁବେଳେ ଏହାର ଆଖପାଖ ପରିସରରେ ରହିଥିବା ଗୋଷ୍ଠୀମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ସବୁବେଳେ ଚେଷ୍ଟା କରିଆସୁଛି । କନ୍‌କେରୀର ଢ଼ୋକ୍ରା କାରିଗରମାନଙ୍କ ପାଇଁ ଆମର ଏହି ପ୍ରଚେଷ୍ଟା ସେମାନଙ୍କ ପାଇଁ ଏକ ନୂତନ ମାର୍କେଟ ସୃଷ୍ଟି କରିବ । ଫଳସ୍ୱରୂପ ଅଧିକ ବ୍ୟବସାୟ ହେବା ସହିତ ଘରୋଇ ଆୟ ବୃଦ୍ଧି ପାଇବ । ଆଜି ଆମେ ଏହି ପ୍ରକୃତିଦତ କାରିଗରମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସହାୟତା ଯୋଗାଇବୁ ଓ ସେମାନଙ୍କ କଳାକୃତିଗୁଡ଼ିକୁ ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ପ୍ଲାଟଫର୍ମରେ ସ୍ୱୀକୃତି ଦେବା ପାଇଁ ପ୍ରୋତ୍ସାହିତ କରିବୁ । କନ୍‌କେରୀ ଗ୍ରାମଟି ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗଭୀର ଅରଣ୍ୟ ମଧ୍ୟରେ ଅବସ୍ଥିତ । ଏଠାରେ ଧାତୁରେ ପ୍ରସ୍ତୁତ ଢ଼ୋକ୍ରା କଳାକୃତି ନିର୍ମାଣ କରୁଥିବା ଦକ୍ଷ କାରିଗରମାନେ ରହିଛନ୍ତି, ଓ ସେମାନେ ଭାରତରେ ପ୍ରାୟ ୪୦୦୦ ବର୍ଷ ପ୍ରାଚୀନ ଢୋକ୍ରା ପରଂପରାକୁ ଉଜ୍ଜୀବିତ କରି ରଖିଛନ୍ତି ।

ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ଏହି କାର୍ଯ୍ୟକୁ ଜାରୀ ରଖିଛନ୍ତିି । କେବଳ ଆଖପାଖ ଗ୍ରାମ ଓ ବଜାରରେ ବିକ୍ରି ବ୍ୟତୀତ କଳାକୃତିଗୁଡ଼ିକର ଅଧିକ ପ୍ରସାର ହେବା ସମ୍ଭାବନା ସେମାନଙ୍କ ପାଇଁ କମ୍‌ ରହୁଛି । କନ୍‌କେରୀ ଗ୍ରାମର ଏହି ସବୁ ସମ୍ଭାବ୍ୟ କାରିଗରମାନଙ୍କର ଢ଼ୋକ୍ରା କଳାକୃତିକୁ ଅଧିକ ପ୍ରସାରିତ କରିବା ଓ କାରିଗରମାନଙ୍କୁ ଦକ୍ଷ କରାଇବା ନିମନ୍ତେ ବେଦାନ୍ତ ପକ୍ଷରୁ ପାରମ୍ପରିକ ଡ଼ିଜାଇନ ଟ୍ରେଣ୍ଡ ଉପରେ ଏକ ପେଷାଦାରୀ ତାଲିମ୍‌ ଆୟୋଜନ କରାଯାଉଛି ଓ କଳାକୃତିଗୁଡ଼ିକୁ ବାଣିଜ୍ୟିକ ମାନ୍ୟତା ପ୍ରଦାନ କରି ବଜାର ମୂଲ୍ୟ ବୃଦ୍ଧି ପାଇଁ ସଂସ୍ଥା ପକ୍ଷରୁ ଯତ୍ନ ନିଆଯିବ । ଧାତୁ ଓ ଅନ୍ୟାନ୍ୟ କଂଚାମାଲ୍ କ୍ରୟ ପାଇଁ କମ୍ପାନୀ ପକ୍ଷରୁ ମୂଳପୁଞ୍ଜି ଯୋଗାଇ ଦିଆଯିବ ଓ ସେମାନଙ୍କ ହସ୍ତଶିଳ୍ପଗୁଡ଼ିକର ଉତମ ମୂଲ୍ୟ ପାଇବା ପାଇଁ ସେମାନଙ୍କ ନିମନ୍ତେ ପ୍ରଥମ ଥର କରି ପ୍ରଦର୍ଶନୀର ଆୟୋଜନ କରାଯିବ । ପ୍ରାରମ୍ଭିକ ଏହି ପ୍ରୟାସଟି ସଫଳ ହେବା ପରେ, ବେଦାନ୍ତ କାରିଗର ଗୋଷ୍ଠୀମାନଙ୍କୁ ଏକ କଂଚାମାଲ୍ ବ୍ୟାଙ୍କ ସୃଷ୍ଟି କରିବାରେ ସହାୟତା କରିବ ଯଦ୍ୱାରା ସେମାନେ ନିଜ କାର୍ଯ୍ୟକୁ ସ୍ୱଚ୍ଛନ୍ଦରେ କରିପାରିବେ ।

ଏଥିପାଇଁ ଏକ ସେଲ୍‌ଫ ହେଲ୍‌ପ ଗ୍ରୁପ୍ ବ୍ୟାଙ୍କ ଆକାଉଂଟ ଖୋଲାଯିବ, ଯେଉଁଥିରେ କାରିଗରମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ପ୍ରତ୍ୟେକ ଗୃହକୁ ଗୋଟିଏ ବ୍ୟାଙ୍କ ଆକାଉଂଟ ଖୋଲିବା ପାଇଁ ସୁଯୋଗ ଦିଆଯିବ, ଯେଉଁଥିରେ ସେମାନେ କଷ୍ଟ ଉପାର୍ଜିତ ଅର୍ଥକୁ ସଂଚୟ କରିପାରିବେ ଏବଂ ସେମାନଙ୍କ ଜମା ଉପରେ ସୁଧ ଅର୍ଜନ କରିପାରିବେ । ଓଡ଼ିଶା ସରକାରଙ୍କ ସହଯୋଗରେ କାରିଗରମାନଙ୍କୁ ଏକ କାରିଗର କାର୍ଡ଼ ପ୍ରଦାନ କରାଯିବ, ଯଦ୍ୱାରା କନ୍‌କେରୀ ଗ୍ରାମର କାରିଗରମାନେ ନିଜର ସ୍ୱୀକୃତି ପାଇବେ ଓ ସରକାରୀ ସ୍ତରୀୟ ପ୍ରଦର୍ଶନୀଗୁଡ଼ିକରେ ଅଂଶଗ୍ରହଣ, ସାମଗ୍ରୀର ପ୍ରଦର୍ଶନ ଓ ସେମାନଙ୍କ କାର୍ଯ୍ୟକୁ ବାଣିଜ୍ୟ ଅଭିମୁଖୀ କରିପାରିବେ । କନ୍‌କେରୀ ଗ୍ରାମର ଜଣେ ଢ଼ୋକ୍ରା କାରିଗର କୈଳାଶ କଂସାରୀ କହିଛନ୍ତିଯେ କିଛି ବର୍ଷ ଧରି ଆମର ଲୋକମାନେ ଢ଼ୋକ୍ରା କାରିଗରୀ ଶିଳ୍ପ ସହିତ ଜଡ଼ିତ ଅଛନ୍ତି, ଏହି ଟ୍ରେଡ଼୍‌ରେ ସେମାନଙ୍କୁ ଦକ୍ଷ, କୁଶଳୀ କରାଇବା ପାଇଁ ବେଦାନ୍ତ ପକ୍ଷରୁ ବିଭିନ୍ନ ତାଲିମ୍ ବ୍ୟବସ୍ଥା ରଖାଯାଇଛି । ପୂର୍ବରୁ ଆମର ଦକ୍ଷତା ସେତେ ଉନ୍ନତ ନଥିଲା କିନ୍ତୁ ବେଦାନ୍ତ ସହାୟତାରେ ବର୍ତମାନ ଆମେ ଏବିଷୟରେ ଉନ୍ନତ ଜ୍ଞାନ କୌଶଳ ଆହରଣ କରିପାରିଛୁ ଏବଂ ଆମ ଦକ୍ଷତାର ବିକାଶ କରିପାରିଛୁ ।

ଏଥିପାଇଁ କମ୍ପାନୀକୁ ବହୁତ ଧନ୍ୟବାଦ । ଆମେ ସ୍ୱହସ୍ତରେ ହୃଦୟର ସହ ଏହି ସୁନ୍ଦର କଳାକୃତିକୁ ଅଧିକ ପ୍ରାଣବନ୍ତ କରିବାକୁ ଚେଷ୍ଟା କରିବୁ । ଛତିଶଗଡ଼ରେ ବେଦାନ୍ତ ଗ୍ରାଂମାଚଳର ମହିଳାମାନଙ୍କୁ ଝୋଟି ଚିତ୍ରକଳା କୌଶଳରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଛି, ଝୋଟି ଚିତ୍ର କଳା କୌଶଳ ଯାହାକି ଛତିଶଗଡ଼଼ର ଅନ୍ୟତମ ମାର୍ମିକ ଚିତ୍ରକଳା । ଏଥିରେ ଆଦିବାସୀ ଜନଜୀବନର କଳା, ପରମ୍ପଦା ଏବଂ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ । ଏହି ସବୁ ଚିତ୍ରକଳଳାଗୁଡ଼ିକରେ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଆଦିବାସୀ ଜନ ଜୀବନର ସମୃଦ୍ଧ ପରମ୍ପରା ରହିଛି । ବେଦାନ୍ତର ସହାୟକ ଭାରତ ଆଲୁମିନିୟମ କମ୍ପାନୀ (ବାଲ୍‌କୋ) ଭାରତର ଆଇକନିକ୍ ଆଲୁମିନିୟମ ନିର୍ମାତା, ବେଦାନ୍ତର ନାରୀ ଶକ୍ତି କେନ୍ଦ୍ର ନିକଟବର୍ତୀ ଗ୍ରାମ ଡୋଣ୍ଡ୍ରୋରେ ଏକ ତାଲିମ ଓ ବିକାଶମୂଳକ ପଦକ୍ଷେପ ଗ୍ରହଣ କରିଛି । କୌଶଳ ଠାରୁ ଆରମ୍ଭ କରି ମାର୍କେଟ ଲିଙ୍କେଜ୍ ପର୍ଯ୍ୟନ୍ତ, ବାଲ୍‌କୋ ସ୍ଥାନୀୟ ମହିଳାମାନଙ୍କର ଉଦ୍ୟୋଗକୁ ଆଗକୁ ନେବାରେ ସହାୟତା ଜାରୀ ରଖିଛି ।

ବେଦାନ୍ତ ଆଲୁମିନିୟମ ଓ ପାୱାର ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ବାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ କିମ୍ବା ଆର୍ଥିକ ବର୍ଷ ୨୦ ରେ ୧.୯ ନିୟୁତ ଟନ୍‌ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ଏହା ମଧ୍ୟ ଦେଶର ସର୍ବବୃହତ ଘରୋଇ ଶକ୍ତି ଉତ୍ପାଦନକାରୀ ସଂସ୍ଥା ମଧ୍ୟରୁ ଅନ୍ୟତମ । ବାଲ୍‌କୋ ହେଉଛି ବେଦାନ୍ତର ଆଲୁମିିନିୟମ ଓ ପାୱାର ବ୍ୟବସାୟର ଏକ ଅଂଶ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026
ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version