No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ଏପ୍ରିଲ ଶୁକ୍ରବାର ) କଟକ :- ପୁରୀଘାଟ ଥାନା ନିକଟରେ ଥିବା ତାରିଣୀ ମନ୍ଦିରରୁ ଚୋରୀ ହେବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁରୀଘାଟ ପୋଲିସ ଏହି ଘଟଣାର ତଦନ୍ତ କରି ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଜଣ ଯୁବକ ହେଲେ , କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ପେଣ୍ଠରମୂଳ ଗ୍ରାମର ବିପ୍ର କେଶରୀ ସାମନ୍ତରାୟ । ବିପ୍ର ଓରଫ ହରି ପାଟକୁରାରୁ ଆସି ବିଡାନାସୀ ଅଞ୍ଚଳରେ ରହୁଥିଲା ।
ଅନ୍ୟ ଯୁବକ ଜଣକ ହେଲେ ଚୋରୀ ସୁନା ଅଳଙ୍କାର କିଣିଥିବା ଭୁବନେଶ୍ୱର ସହିଦନଗର ଅଞ୍ଚଳରରେ ଥିବା କ୍ୟାସ ଆଣ୍ଡ ଗୋଲଡ଼ ସଂସ୍ଥାର ମ୍ୟାନେଜର ରମେଶ ଚନ୍ଦ୍ର ସାହୁ । ରମେଶର ଘର କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ କଣ୍ଟାପଡା ଗ୍ରାମରେ । ପୋଲିସ ସେମାନଙ୍କ ନିକଟରୁ ୧୮ ଗ୍ରାମ ଓଜନର ସୁନା ଅଳଙ୍କାର ସହିତ, ୫ ଟି ମୋବାଇଲ ଫୋନକୁ ଜବତ କରିଛି । କଟକର ବିଭିନ୍ନ ମନ୍ଦିର ରୁ ବିପ୍ର ଓରଫ ହରି ସୁନା ଅଳଙ୍କାର ଚୋରି କରିଥିବା ନେଇ ପୋଲିସ ନିକଟରେ ପ୍ରକାଶ କରିଛି । ବିପ୍ର ନାଁରେ ମଙ୍ଗଳାବାଗ, ଲାଲବାଗ, ପୁରୀଘାଟ, ଚାଉଳିଆଗଞ୍ଜ, ଚୌଦ୍ୱାର ,ପାରାଦୀପ ଲକ୍ ଥାନାରେ ମାମଲା ରହିଛି । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।
No Result
View All Result