No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର ) ଭୁବନେଶ୍ୱର :- ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ,ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲଠାରୁ ଆରମ୍ଭ କରି ଭୋଟଗ୍ରହଣ ଏବଂ ଫଳାଫଳ ଘୋଷଣା ତାରିଖ ପୁନର୍ବାର ଜାରି କରାଯିବ। ଭୋଟ ଗ୍ରହଣର ତିନି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହେବା ଯୋଗୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିବାବେଳେ ଆଜି ସାନି ବିଜ୍ଞପ୍ତି ଜାରି କରାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ।
ସିଇଓ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁ ରିଟର୍ଣ୍ଣିଂ ଅଫିସର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି । ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ନିର୍ବାଚନ କମିଶନ ଭୋଟ ଗ୍ରହଣ ସମ୍ପର୍କରେ ସାନି ବିଜ୍ଞପ୍ତି ପ୍ରକାଶ କରିବେ । ସମ୍ପୂର୍ଣ୍ଣ ନିର୍ବାଚନ ସିଡ୍ୟୁଲ ଆଉଥରେ ପ୍ରକାଶ ପାଇବ । କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବା ଲାଗି ୭ ଦିନ ସମୟ ମିଳିବ । ନିର୍ବାଚନ କମିଶନ ଯେଉଁ ତାରିଖ ଧାର୍ଯ୍ୟ କରିବେ ସେହି ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ବୋଲି ସିଇଓ କହିଛନ୍ତି ।
No Result
View All Result