No Result
View All Result

ଓଡ଼ିଶା ତାଜା ନିୟୁଜ୍ (୧୪ ଏପ୍ରିଲ୍ ବୁଧବାର) ଭୁବନେଶ୍ୱର : – ପୁରୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳୀୟ ପ୍ରାର୍ଥୀ ଶ୍ରୀଯୁକ୍ତ ଅଜିତ୍ ମଙ୍ଗରାଜଙ୍କ କରୋନା ଜନିତ ଅକାଳ ବିୟୋଗ କଂଗ୍ରେସ ଦଳୀୟ କର୍ମୀ, ନେତୃମଣ୍ଡଳୀ ମନରେ ଗଭୀର ଦୁଃଖ ଦେଇଛି । ୰ ମଙ୍ଗରାଜଙ୍କ ଅକାଳ ବିୟୋଗ ଖବର ସୁଣି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗ, ଶୁଭେଛୁ ଓ ଦଳୀୟ କର୍ମୀଙ୍କୁ ସବବେଦନା ଜଣାଇଛନ୍ତି ।
ପିପିଲି- ଡେଲାଙ୍ଗରେ ଦଳୀୟ ନେତା ଓ କର୍ମୀ ଏ ଦୁଃଖଦ ଖବର ଶୁଣି ଆପୋଲୋ ହସ୍ପିଟାଲରେ ପହଂଚିଥିଲେ ସର୍ବଶ୍ରୀ ପ୍ରାକ୍ତନ ପିସିସି ସଭାପତି, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଏଆଇସିସିର ସଂପାଦକ ଜି. ରୁଦ୍ର ରାଜୁ, ବିଧାୟକ ତାରାବାହିନୀ ପତି, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବିଧାୟକ ସନ୍ତୋଷ ସିଂ ସାଲୁଜା, ଶୁଭେନ୍ଦୁ ମହାନ୍ତି, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା, ସଂଗ୍ରାମ ଜେନା, ୟାସିର ନୱାଜ, ରଜତ ଚୌଧୁରୀ, ପଦ୍ମାକର ଗୁରୁ, ଦୀପକ କୁମାର ମହାପାତ୍ର , ମନୋଜ ବିଶ୍ୱାଳ, ଦୀପକ ସାହୁ, ସୁଶାନ୍ତ ତ୍ରୀପାଠୀ, ସୁବାଷ ପ୍ରଧାନ, ପ୍ରତାପ ପ୍ରଧାନ, ତାପସ ସେଠୀ, ନିହାର ରଞ୍ଜନ ବେହେରା ପ୍ରମୁଖ ଶତାଧିକ ନେତୃମଣ୍ଡଳୀ ଶୋକାକୁଳ ପରିବେଶରେ ପ୍ରିୟ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପୁରୀ ଜିଲ୍ଲା ପିପିଲି ବିଧାନସଭା ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଭାଇଙ୍କ ଦେହାନ୍ତ ଆଜି ନୁଆ ବର୍ଷରେ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ସମାଜସେବୀ ତଥା ଆଇନଜୀବୀ ଶ୍ରୀ ଲାଲା ଅନନ୍ତ କୁମାର ସିଂହଁ l ରାଜ୍ୟ ଉପାଧ୍ୟକ୍ଷ ହିନ୍ଦୁ ସୁରାଜ୍ୟ ସେନା,ଓଡ଼ିଶା
୰ ମଙ୍ଗରାଜ ଅକାଳ ବିୟୋଗ ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ତଥା ପୁରୀ ବାସୀଙ୍କ ପାଇଁ ଓ ବିଶେଷ କରି କଂଗ୍ରେସ ଦଳ ପାଇଁ ଅପୁରଣୀୟ କ୍ଷତି ହୋଇଛି ବୋଲି ନେତାମାନେ ମତବ୍ୟକ୍ତ କରିଛନ୍ତି ।
No Result
View All Result