No Result
View All Result
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରୁ ଭର୍ତ୍ତୃହରି ମହତାବଙ୍କ ଉଚ୍ଚ ପ୍ରଶଂସା ଶୁଣିବାକୁ ମିଳିଥିଲା ।
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଏପ୍ରିଲ ୨୦୨୧, ମଙ୍ଗଳବାର) ଭୁବନେଶ୍ୱର :- ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବାକୁ ଯାଇ ଆଉ ଦୁଇପାଦ ଆଗେଇଗଲେ । ପ୍ରଜାତନ୍ତ୍ର ବିଷୁବ ମିଳନ ଉତ୍ସବ ଅବସରରେ ଧର୍ମେନ୍ଦ୍ର କହିଲେ, ଭର୍ତ୍ତୃହରିଙ୍କ ଭଳି ସୁଯୋଗ୍ୟ ନେତାଙ୍କୁ ବିଜେଡ଼ି କ’ଣ ପାଇଁ ଏବେ ଗୁରୁତ୍ୱ ଦେଉନି ତାହା ମୋତେ ଆଶ୍ଚର୍ଯ୍ୟ କରୁଛି । ତେବେ ଧର୍ମେନ୍ଦ୍ରଙ୍କୁ ଆଜି ଏ ପ୍ରସଙ୍ଗରେ କଟାକ୍ଷ କରିଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ । ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ବବି ଟ୍ୱିଟ୍ କରିଛନ୍ତି
ପ୍ରଣବ ପ୍ରକାଶ(ବବି) ଦାସ – ଭାଇ, ଆପଣ କଲମ୍ବସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି । ମୋର ଅନୁରୋଧ, ଆପଣ ଲାଲକୃଷ୍ଣ ଆଡଭାନୀ ଜୀ ଓ ମୁରଲୀ ମନୋହର ଯୋଶୀ ଜୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେଇଭଳି ସଦୁପଯୋଗ କରନ୍ତୁ । ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ ।
ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଶଂସାରେ ଶତମୁଖ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହାର କି ଜବାବ ଦେଉଛନ୍ତି ତାହା ଅପେକ୍ଷାରେ ଥିଲା ବେଳେ ବବିଙ୍କ ଟୁଇଟ୍ ରାଜନୈତିକ ମହଲରେ ରୋଚକ ଚର୍ଚ୍ଚାର ବିଷୟ ହୋଇଛି । ବିଜେପି ରାଜନୀତିରେ ଭୀଷ୍ମ ପିତାମହ କୁହାଯାଉଥିବା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ସ୍ଥିତି କ’ଣ ତାହା ଦେଶବାସୀ ଜାଣନ୍ତି । ଅନ୍ୟ ଦଳର ନେତାଙ୍କ ଗୁଣଗାନ କରି ଟିହାଇବା ପୂର୍ବରୁ ନିଜ ଦଳ କଥା ଧର୍ମେନ୍ଦ୍ର ଭୁଲିଯାଇଥିବାରୁ ଏହା ତାଙ୍କ ପାଇଁ ବୁମେରାଂ ହୋଇଥିବା କୁହାଯାଉଛି ।
ସୂଚନାଥାଉକି, ଡ. ହରେକୃଷ୍ଣ ମହତାବଙ୍କ ଲିଖିତ ଓଡ଼ିଶା ଇତିହାସ ପୁସ୍ତକର ହିନ୍ଦୀ ଅନୁବାଦକୁ ଗତ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିବା ବେଳେ ଭର୍ତ୍ତୃର୍ହରି ମହତାବଙ୍କୁ ବେଶ୍ ପ୍ରଶଂସା କରିଥିଲେ । ଭର୍ତ୍ତୃହରି ବାବୁ କେବଳ ଜଣେ ସାଂସଦ ନୁହଁନ୍ତି, ସଂସଦୀୟ ଜୀବନରେ ଜଣେ ଉତ୍ତମ ସାଂସଦ କିଭଳି କାର୍ଯ୍ୟ କରିପାରନ୍ତି ତାହାର ଜୀବନ ଉଦାହରଣ ହେଉଛନ୍ତି ଭାଇ ଭର୍ତ୍ତୃହରି ବୋଲି ମୋଦି କହିଥିଲେ ।
No Result
View All Result