No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ତିଆଢିପା ପଞ୍ଚାୟତ ସ୍ତରୀୟ ତ୍ରୈମାସିକ ଲକ୍ଷେ ଘର ଗଣ୍ଡା ସାମାଜ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ଗଣ୍ତାଜାତିର ପଞ୍ଚାୟତ ସ୍ତରୀୟର ଶ୍ରୀ ଦେବାର ଛତର ଙ୍କ ଆହ୍ବାନ କ୍ରମେ ସମସ୍ତ ସଭ୍ଯ,ସଭ୍ଯା ଙ୍କୁ ନେଇ ଶ୍ରୀ କ୍ଷେତ୍ର ଲୁହାରଙ୍କ ସଭାପତିତ୍ବ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମାଣ୍ତଆଢିପା ଗ୍ରାମ ପଞ୍ଚାୟତ ସ୍ତରୀୟ ସଭାପତି ଶ୍ରୀ ଦେବାର ଛତର ସଭା ପରିଚାଳନା କରିଥିବା ବେଳେ ସଭାରେ ସର୍ବସମ୍ମତ କ୍ରମେ ଗ୍ରାମ ପଞ୍ଚାୟତ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଉନ୍ନତି ମୂଳକ ଓ ଜାତି ସଂଗଠନ ପାଇଁ ବିଭିନ୍ନ ନୀୟମ ପାଳିତ ହୋଇଥିଲା ।
ଏହି ସଭାରେ ରୋହିତ ବାଗ,ଶୁଭଚନ୍ଦ୍ର ଛତର,ଟୁନା ତାଣ୍ତି,କୁଞୀଲତା ସୁନା ରେବତୀ ଛତର,ବିଷ୍ଣୁ ଦୀପ,ଜଗଦୀଶ ଦୀପ,ସନାତନ ଦୀପ,ମହିମା ବେସରା,ଆନନ୍ଦ ବାଗ,ତୁଲଶିରାମ ବାଗ,ଧିରା କୁମ୍ଭାର,ବୀଣା ସୁନା,ଦୀପାଞୀଲୀ ଲୁହାରଙ୍କ ସମେତ ଜାତିଭାଇ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ । ସଭା ଶେଷରେ ଦିଲ୍ଲୀପ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result