• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦେଶରେ ବୃଦ୍ଧି ପାଉଥିବା କୋଭିଡ୍‌-୧୯ର ଦ୍ୱିତୀୟ ଲହର ପୁଣିଥରେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି – ମୁଖ୍ୟମନ୍ତ୍ରୀ 

Proprietor Abhimanyu Maharana by Proprietor Abhimanyu Maharana
April 13, 2021
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଦେଶରେ ବୃଦ୍ଧି ପାଉଥିବା କୋଭିଡ୍‌-୧୯ର ଦ୍ୱିତୀୟ ଲହର ପୁଣିଥରେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି – ମୁଖ୍ୟମନ୍ତ୍ରୀ 
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରିଲ ୨୦୨୧, ଶୁକ୍ରବାର ) ଭୁବନେଶ୍ୱର  :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ କୋଭିଡ୍‌ର ପ୍ରଥମ ଲହର ସମୟରେ ଆମକୁ ବହୁ କଠିନ ପଦକ୍ଷେପ ନେବାକୁ ପଡ଼ିଥିଲା । ଜନସାଧାରଣ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଓ କୋଭିଡ୍‌ ଯୋଦ୍ଧାଙ୍କ ଅସୀମ ତ୍ୟାଗ ଯୋଗୁଁ ଆମେ ଅନେକ ଜୀବନ ରକ୍ଷା କରିପାରିଥିଲେ । ବାରମ୍ବାର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କରିବାକୁ ପଡ଼ିଥିଲା ା ଲକ୍‌ଡାଉନ୍‌ ପାଇଁ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।  

ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବେ କୋଭିଡ୍‌-୧୯ର ଦ୍ୱିତୀୟ ଲହର ଆରମ୍ଭ ହେଲାଣି । ଏହା ଖୁବ୍‌ ଶୀଘ୍ର ବ୍ୟାପୁଛି । ଏଥିପାଇଁ ଦେଶର ଅନେକ ରାଜ୍ୟରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଓ ନାଇଟ୍‌ କର୍ଫୁ୍ୟ ଲାଗୁ ହେଲାଣି । କିନ୍ତୁ ଆମେ ଯଦି କୋଭିଡ୍‌ ନିୟମ ଠିକ୍‌ ଭାବେ ମାନିବା, ମାସ୍କ ଠିକ୍‌ ଭାବେ ପିନ୍ଧିବା ତେବେ ଲକ୍‌ଡାଉନ୍‌ ବିନା କରୋନା ସଂକ୍ରମଣକୁ ରୋକିପାରିବା ବୋଲି ସେ କହିଛନ୍ତି ।

 ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜିଠାରୁ ୧୪ ଦିନ ବ୍ୟାପି ଆମେ ସମସ୍ତେ ମିଶି ମାସ୍କ ଅଭିଯାନ କରିବାକୁ ଆହ୍ୱାନ କରିଛନ୍ତି । ସମସ୍ତେ ସଂକଳ୍ପ ନେଇ ମାସ୍କ ନାକରେ ଝୁଲାଇ ନୁହେଁ ପୂରା ନାକ ଓ ପାଟି ଘୋଡ଼ାଇ ପିନ୍ଧିବା । ଏଥିପାଇଁ ମା’ମାନଙ୍କୁ ମୋର ବିଶେଷ ଅନୁରୋଧ, ପରିବାରର ଲୋକ ବାହାରକୁ ଯିବା ସମୟରେ ‘ମାସ୍କ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁ’ ଯେପରି ଠିକ୍‌ ଭାବେ ମାସ୍କ ପିନ୍ଧିବା ସେଥିପ୍ରତି ଧ୍ୟାନ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନେ ସତର୍କ ହେଲେ କରୋନା କେବେ ବି ଆମ ଘରେ ପଶିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତି, ଆପଣମାନେ ଘରେ ଜଗନ୍ତୁ । ତା’ହେଲେ ଯାଇ ଆମେ ଲକ୍‌ଡାଉନ୍‌ ପରି ସ୍ଥିତିକୁ ଏଡ଼ାଇ ପାରିବା । ଦୃଢ଼ ସଂକଳ୍ପ ନେଇ ନିୟମିତ ମାସ୍କ ପିନ୍ଧି ବିନା ଲକ୍‌ଡାଉନ୍‌ରେ ଆମେ କରୋନାର ମୁକାବିଲା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶରେ ବୃଦ୍ଧି ପାଉଥିବା କୋଭିଡ୍‌-୧୯ର ଦ୍ୱିତୀୟ ଲହର ପୁଣିଥରେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି । ଆମର ସତର୍କତା ଏବଂ ସଚେତନତା ହିଁ ଏହାକୁ ରୋକିବାର ଶ୍ରେଷ୍ଠ ଉପାୟ ବୋଲି ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲକ୍‌ଡାଉନ୍‌ ପରିସ୍ଥିତିକୁ ଏଡ଼ାଇବା ପାଇଁ ମାସ୍କ ନିୟମିତ ପିନ୍ଧିବା ସହ କୋଭିଡ୍‌ ନିୟମର କଡ଼ାକଡ଼ି ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ।

 ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ଜଳସଂପଦ ବିଭାଗରେ ଯୋଗଦେଇଥିବା ସ୍ନାତକ ଯନ୍ତ୍ରୀମାନଙ୍କୁ ସ୍ୱାଗତ କରିବା ସହ ଜଳସଂପଦ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ବିଷୟରେ ଅବଗତ ରହିବାକୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି । ନବନିଯୁକ୍ତ ଯନ୍ତ୍ରୀମାନେ ରାଜ୍ୟର ବିକାଶ ପ୍ରତି ଉତ୍ସର୍ଗୀକୃତ ଏବଂ ନିଷ୍ଠାପର ମନୋଭାବ ନେଇ କାର୍ଯ୍ୟ କରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଳସେଚନ ଏବଂ ଜଳବିଦ୍ୟୁତ କ୍ଷେତ୍ରରେ ରାଜ୍ୟର ବ୍ୟାପକ ସମ୍ଭାବନା ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ନବନିଯୁକ୍ତ ଯନ୍ତ୍ରୀମାନେ ଏକ ପରିବର୍ତ୍ତନର ରୋମାଞ୍ଚକ ଯୁଗରେ ବିଭାଗରେ ଯୋଗଦାନ କରୁଛନ୍ତି ଏବଂ ଆଗାମୀ ବର୍ଷମାନଙ୍କରେ ସେମାନଙ୍କର ପ୍ରମୁଖ ଭୂମିକା ରହିବ । ‘ମାସ୍କ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁି’

ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଜଳସେଚନ କ୍ଷେତ୍ରରେ ପ୍ରଭୂତ ନିବେଶ ହେଉଥିବାବେଳେ ୧୦ଟି ବୃହତ, ୫୦ଟି ମଧ୍ୟମ ଏବଂ ୨୫୦୦ରୁ ଅଧିକ କ୍ଷୁଦ୍ର ବନ୍ଧ ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଛି । ରାଜ୍ୟରେ କୃଷିର ଉନ୍ନତି ଏବଂ କୃଷକମାନଙ୍କ କଲ୍ୟାଣ ନିମନ୍ତେ ଜଳସଂପଦ ବିକାଶ କ୍ଷେତ୍ରରେ ନିବେଶ ଅବ୍ୟାହତ ରହିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା

ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୯୩,୦୪,୭୧୨ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୪୬, ୮୦୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । 

୩,୩୮, ୮୯୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।

୧୯୨୪ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି ।

ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟ ୫୯୪୧ ରହିଛି ।

୫୯୪୧ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026
ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

May 7, 2026
ଏସ୍‌ବିଆଇ ତରଫରୁ ଏସ୍‌ସିବିର ମେଧାବୀ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ପ୍ରଦାନ

ଏସ୍‌ବିଆଇ ତରଫରୁ ଏସ୍‌ସିବିର ମେଧାବୀ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ପ୍ରଦାନ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version