• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟରେ ଶିଳ୍ପାୟନକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ,ଜମି ଅଧିଗ୍ରହଣ ଏ ଦିଗରେ ବଡ଼ ସମସ୍ୟା ହୋଇ ଛିଡ଼ାହୋଇଛି

Proprietor Abhimanyu Maharana by Proprietor Abhimanyu Maharana
April 12, 2021
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ରାଜ୍ୟରେ ଶିଳ୍ପାୟନକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ,ଜମି ଅଧିଗ୍ରହଣ ଏ ଦିଗରେ ବଡ଼ ସମସ୍ୟା ହୋଇ ଛିଡ଼ାହୋଇଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର ) ଭୁବନେଶ୍ୱର :- ରାଜ୍ୟରେ ଶିଳ୍ପାୟନକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ଜମି ଅଧିଗ୍ରହଣ ଏ ଦିଗରେ ବଡ଼ ସମସ୍ୟା ହୋଇ ଛିଡ଼ାହୋଇଛି। ଜମି ଅଧିଗ୍ରହଣ ସମସ୍ୟା ଦୂର କରିବାକୁ ସରକାର ଲ୍ୟାଣ୍ଡ ବ୍ୟାଙ୍କ ଗଠନ ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ଦାୟିତ୍ୱ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ୍‌କୋ) ଉପରେ ନ୍ୟସ୍ତ କରାଯାଇଛି। କିନ୍ତୁ ଇଡ୍‌କୋ ଜମି ଅଧିଗ୍ରହଣ କରିବାରେ ଏକପ୍ରକାର ବିଫଳ ହୋଇଛି। ଫଳରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରୁଥିବା ଶିଳ୍ପ ସଂସ୍ଥାଗୁଡିକୁ ଜମି ଯୋଗାଇ ଦେଇ ହେଉନାହିଁ। ହେଲେ ଯେଉଁ ଜମି ଅଧିଗ୍ରହଣ ହେଉଛି, ତାହାକୁ ଇଡ୍‌କୋ ନିଜ ଅଧୀନକୁ ଆଣି ପାରୁନାହିଁ। କେବଳ ଇଡ୍‌କୋ ନୁହେଁ, ରାଜ୍ୟର ଅନ୍ୟାନ୍ୟ ସରକାରୀ ଉଦ୍ୟୋଗ (ପିଏସ୍‌ୟୁ)ରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି। ନିକଟରେ ବିଧାନସଭାରେ ଉପସ୍ଥାପିତ କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି)ଙ୍କ ୨୦୧୯ ସରକାରୀ ଉଦ୍ୟୋଗ ଅଡିଟ୍‌ ରିପୋର୍ଟରେ ଏ କଥା କୁହାଯାଇଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ, ବିଭିନ୍ନ ଜିଲାରେ ଇଡ୍‌କୋ ଦ୍ୱାରା ଅଧିଗ୍ରହଣ କରାଯାଉଥିବା ଜମିରେ ୩୯% ଜବରଦଖଲ ରହିଥିବାବେଳେ କେତେକ କ୍ଷେତ୍ରରେ ବିବାଦ ରହିଛି। ଫଳରେ ସେହି ସବୁ ଜମି ଶିଳ୍ପାୟନ ପାଇଁ ଆବଣ୍ଟିତ କରାଯାଇ ପାରିନାହିଁ। କେବଳ ସେତିକି ନୁହେଁ, ଇଡ୍‌କୋ ଲ୍ୟାଣ୍ଡ ବ୍ୟାଙ୍କର ଜମି ଆବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିୟମାବଳୀ ପ୍ରସ୍ତୁତ କରି ନ ଥିଲା। ଦୁଇ ଶିଳ୍ପସଂସ୍ଥା ଷ୍ଟେରଲାଇଟ ଏର୍ନ୍‌ଜି ଲିମିଟେଡ୍‌ ଏବଂ ବେଦାନ୍ତ ଲିମିଟେଡ୍‌ ସେମାନଙ୍କର ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡିକ ଆବଣ୍ଟିତ ଜମିରେ ଆରମ୍ଭ କରି କରିସାରିଲେଣି। ଏହାସତ୍ତ୍ୱେ ଇଡ୍‌କୋ କେନ୍ଦ୍ରୀୟ ବିଦ୍ୟୁତ୍‌ ପ୍ରାଧିକରଣର ସର୍ତ୍ତାବଳୀ ଉଲ୍ଲଂଘନ ସାଙ୍ଗକୁ ଆବଶ୍ୟକତାକୁ ମୂଲ୍ୟାୟନ ନ କରି ଅଧିକ ୨,୨୧.୫୯ ଏକର ଜମି ୨୦୨୦ ମାର୍ଚ୍ଚ ଯାଏ ପ୍ରଦାନ କରିବା ଜାରି ରଖିଥିଲା। କେବଳ ସେତିକି ନୁହେଁ, ଶିଳ୍ପନୀତି ୨୦୦୭କୁ ଉଲ୍ଲଂଘନ କରି ଇଡ୍‌କୋ ୧୧୭ ଏକର ସରକାରୀ ଜମିକୁ ଦୁଇଟି ଥର୍ମାଲ ପାଓ୍ବାର ପ୍ଲାଣ୍ଟ (ଟିଟିପି) ଅର୍ଥାତ୍‌ ଲାନ୍‌କୋ ଏବଂ ଜିଏମ୍‌ଆର୍‌କୁ ଆବଣ୍ଟନ କରିଥିଲା। ଉକ୍ତ ଦୁଇ କମ୍ପାନୀ ଜମି ପାଇବା ସତ୍ତ୍ୱେ ନିର୍ଦ୍ଧାରିତ ସମୟରେ ବିଦ୍ୟୁତ୍‌ ଉପତ୍ାଦନ ଆରମ୍ଭ କରିବାରେ ବିଫଳ ହୋଇଥିଲେ। କୌଣସି ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ନ ଥିଲେ ମଧ୍ୟ ସେମାନଙ୍କଠାରୁ ୧୦.୦୪ କୋଟି ଟଙ୍କା କମ୍‌ ଆଦାୟ କରାଯାଇଥିଲା। ଟିସ୍‌କୋକୁ ୧୯୯୬ ଏପ୍ରିଲ ଓ ଡିସେମ୍ବର ମଧ୍ୟରେ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ପାଇଁ ଇଡ୍‌କୋ ଦ୍ୱାରା ଆଗୁଆ ୫୩୭.୮୨ ଏକର ସରକାରୀ ଜମି ଦିଆଯାଇଥିଲା। ତେବେ ତାହାକୁ ରାଜସ୍ବ ବିଭାଗକୁ ଫେରାଇ ନ ଥିଲା। ଇଡ୍‌କୋ ଉକ୍ତ ଜମିକୁ ୨୦୧୪-୧୮ମଧ୍ୟରେ ପ୍ରଚଳିତ ଦରକୁ ଅଣଦେଖା କରି ଅନ୍ୟ ଉଦ୍ଦେଶ୍ୟରେ ପୁଣି ବ୍ୟବହାର ପାଇଁ ଟିସ୍‌କୋକୁ ପ୍ରଦାନ କରିଥିଲା। ଫଳରେ ଜମି ପ୍ରିମିୟମ ବାବଦରେ ୧୪.୨୩ କୋଟି ଏବଂ ପ୍ରଶାସନିକ ଦେୟ ବାବଦରେ ରାଜକୋଷକୁ ୧.୪୨ କୋଟି ଟଙ୍କା କ୍ଷତି ହୋଇଥିଲା।

ଡାଟାବେସ୍‌ ତଥ୍ୟାବଳୀର ପରିଚାଳନା ଏବଂ ପର୍ଯ୍ୟାଲୋଚନା କରିବାରେ ବିଫଳତା ହେତୁ ଇଡ୍‌କୋ ଜମି ଆବଣ୍ଟିତ ହୋଇଥିବା ଶିଳ୍ପସଂସ୍ଥାଗୁଡିକରୁ ୧୮.୫୨ କୋଟି ଟଙ୍କାର ଜିଆର(ଗ୍ରାଉଣ୍ଡ ରେଣ୍ଟ୍‌) ଓ ଶୁଳ୍କ ଆଦାୟ କରି ପାରି ନ ଥିଲା। ଏହାଛଡ଼ା ଇଡ୍‌କୋ ୪୪,୯୩୨.୨୯ ଏକର ଘରୋଇ ଜମିର ସ୍ବତ୍ୱାଧିକାର ସଂଶୋଧନ କରିବାରେ ବିଫଳ ହେବାରୁ ୨୦୧୯ ଏପ୍ରିିଲଠାରୁ ଆଦାୟ ହେବାକୁ ଥିବା ଜିଆର୍‌ ଓ ଶୁଳ୍କ ବାବଦରେ ରାଜକୋଷକୁ ୩୩.୧୬ କୋଟି ଟଙ୍କା କ୍ଷତି ହୋଇଛି। ଇଡ୍‌କୋ ଉପରେ ରାଜ୍ୟର ୧୧୬ଟି ଶଳ୍ପାଞ୍ଚଳର ପ୍ରତିଷ୍ଠା ଓ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଇଡ୍‌କୋ ଅଧୀନରେ ଥିବା ମୋଟ ୨୪,୦୪୮.୧୯ ଏକର ଜମିରୁ ୧୪,୬୪୯.୦୯ ଏକର ଜମି ଆବଣ୍ଟିତ ହୋଇଥିବାବେଳେ ୯,୪୩୫.୧୯ ଅବ୍ୟବହୃତ ହୋଇ ପଡ଼ିରହିଛି। କେବଳ ସେତିକି ନୁହେଁ, ପ୍ରଚୁର ପାଣ୍ଠି ଥିବା ସତ୍ତ୍ୱେ ଇଡ୍‌କୋ ଶିଳ୍ପାଞ୍ଚଳଗୁଡ଼ିକରେ ଭିତ୍ତିଭୂମି ବିକାଶ କରିବାରେ ଠିକ୍‌ ଯୋଜନା ପ୍ରସ୍ତୁତ କରି ନ ଥିଲା। ଶିଳ୍ପ ବିଭାଗର ବିନାନୁମତିରେ ଖୋଲାଦ୍ୱାର ଏବଂ ସାମୁଦ୍ରିକ ଫୁଡ୍‌ପାର୍କ ପାଇଁ ଡେରାସଠାରେ ୧୮ ସଂସ୍ଥାକୁ ୬୨.୮୭ ଏକର ଜମି ଆବଣ୍ଟନ କରିଥିଲା। ବୋର୍ଡର ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହେବାରୁ ଜମିମୂଲ୍ୟ ବାବଦ ୧୦.୧୬ କୋଟି ଟଙ୍କା କ୍ଷତି ହୋଇଛି। ଇଡ୍‌କୋ ସମ୍ପୃକ୍ତ ସବ୍‌ରେଜିଷ୍ଟ୍ରାରଙ୍କଠାରୁ ଜମିର ନିର୍ଦ୍ଧାରିତ ମୂଲ୍ୟ ନ ଆଣିବାରୁ ୧୪ ଶିଳ୍ପସଂସ୍ଥାକୁ ଦିଆଯାଇଥିବା ୨୬.୮୬୭ ଏକର ଜମିରୁ ୧୩.୩୪ କୋଟି ଟଙ୍କା କମ୍‌ ଆଦାୟ ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ବିଭାଗୀୟ କାର୍ଯ୍ୟାଳୟଗୁଡିକ ନିୟମିତ ଯାଞ୍ଚ ନ ହେବା ଯୋଗୁ ୨୦୧୪ରୁ ୨୦୧୯ ମଧ୍ୟରେ ୧୨୬୭ ଶିଳ୍ପ ସଂସ୍ଥାକୁ ଆବଣ୍ଟିତ ହୋଇଥିବା ୧,୧୨୮.୯୯ ଏକର ଜମି ଅବ୍ୟବହୃତ ହୋଇ ପଡ଼ିରହିଛି। ଏହି ଜମିକୁ ଇଡ୍‌କୋ ଫେରାଇ ଆଣିବାରେ ବିଫଳ ହୋଇଥିଲା। ଫଳରେ ଉକ୍ତ ଜମି ଅନ୍ୟ କାୈଣସି କାର୍ଯ୍ୟରେ ବ୍ୟବହୃତ ହୋଇ ପାରି ନ ଥିଲା। କେବଳ ସେତିକି ନୁହେଁ, ଇଡ୍‌କୋ ୨୦୧୦ରେ ନାଲ୍‌କୋ ସହିତ ଯୌଥ ଉଦ୍ୟୋଗ କମ୍ପାନୀ ଅନୁଗୋଳ ଆଲୁମିନିୟମ ପାର୍କ ଲିମିଟେଡ ପ୍ରତିଷ୍ଠା କରିଥିଲା। ଇଡ୍‌କୋ ଭିତ୍ତିିଭୂମି ବିକାଶ ଓ ଆବଶ୍ୟକ କଞ୍ଚାମାଲ ଯୋଗାଇବାରେ ବିଫଳ ହେବାରୁ ଉକ୍ତ ଆଲୁମିନିୟମ ପାର୍କ ହୋଇପାରି ନ ଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି।

ଅନ୍ୟ ସରକାରୀ ଉଦ୍ୟୋଗଗୁଡିକରେ ମଧ୍ୟ ବିପୁଳ ଅନିୟମିତତା ଓ ଅପାରଗତାକୁ ସିଏଜି ପର୍ଦ୍ଦାଫାଶ କରିଛନ୍ତି। ହଦଗଡ଼ ଅଭୟାରଣ୍ୟ ଓ ଏହାର ୧ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଖଣି ଅନୁପଯୋଗୀ ଜମିର ବିଳମ୍ବ ଫେରସ୍ତ ଯୋଗୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି)କୁ ଏନ୍‌ପିଭି (ନିଟ୍‌ ପ୍ରେଜେଣ୍ଟ ଭାଲ୍ୟୁ) ଓ ଅଚଳ ଭଡ଼ା ବାବଦରେ ୬୫.୨୧କୋଟି ଟଙ୍କା ଗଣିବାକୁ ପଡ଼ିିଛି। ସେହିପରି ଓଏମ୍‌ସି ଦ୍ୱାରା ଖଣିଜ ପଦାର୍ଥ ପରିବହନ ବୃଦ୍ଧି ଜନିତ ମୂଲ୍ୟର ଭୁଲ୍‌ ନିରୂପଣ ଯୋଗୁ ୦.୭୩ କୋଟି ଟଙ୍କା ଅଯଥା ଖର୍ଚ୍ଚ କରିବାକୁ ପଡ଼ିଛି । ଶକ୍ତିକ୍ଷେତ୍ରରେ ଥିବା ୯ଟି ପିଏସ୍‌ୟୁ ୨୦୧୮-୧୯ରେ ୨୨.୪୫ କୋଟି ଟଙ୍କାର କ୍ଷତି କରିଛନ୍ତି। ୨୦୧୮-୧୯ରେ ୫ ପିଏସ୍‌ୟୁ ମିଳିତ ଭାବେ ୧୭୮.୩୪କୋଟି ଟଙ୍କା ଲାଭ କରିଥିବା ବେଳେ ୩ ପିଏସ୍‌ୟୁ ୨୦୦.୭୯ କୋଟି ଟଙ୍କା କ୍ଷତି କରିଛନ୍ତି। ଗ୍ରୀଡ୍‌କୋ ୧୯୭.୫୦ କୋଟି ଟଙ୍କା କ୍ଷତି କରିଛି। ୯ଟି ଶକ୍ତିକ୍ଷେତ୍ର ପିଏସୟୁରେ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ୪,୦୪୮.୬୭ କୋଟି ଟଙ୍କା ପୁଞ୍ଜିବିନିଯୋଗ ହୋଇଥିବା ବେଳେ ୪,୪୪୩.୧୨ କୋଟି ଟଙ୍କା କ୍ଷତି ହୋଇଛି। ସେଥିମଧ୍ୟରୁ ଗ୍ରୀଡ୍‌କୋର ନିଟ୍‌ କ୍ଷତି ୩,୮୫୩.୭୫ କୋଟି ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026

Recent News

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version