No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ଅପ୍ରେଲ ରବିବାର) କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ାର ଏକ ଘରୋଇ ନର୍ସିଂହୋମ୍ରେ ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ହୋଇଛି । ନବଜାତକର ଦୁଇଟି ମୁଣ୍ଡ ଓ ତିନିଟି ହାତ ଥିବା ଦେଖିବାକୁ ମିଳିଛି । ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାକୁ ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରର ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା ।
ମାତ୍ର ଅଧିକ ଚିକିତ୍ସା ପାଇଁ ତାକୁ ଡାକ୍ତର କଟକ ଶିଶୁଭବନ ସ୍ଥାନାନ୍ତର କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଶିଶୁ କନ୍ୟାର ବାପା ମା ହେଉଛନ୍ତି ରାଜନଗର କଣିଗାଁର ଉମାକାନ୍ତ ପରିଡ଼ା ଓ ଅମ୍ବିକା ପରିଡ଼ା । ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ଝିଅର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ସେମାନେ ନିବେଦନ କରିଛନ୍ତି ।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result