No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ଅପ୍ରେଲ ରବିବାର) କଟକ :- କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁର୍ଦାନ୍ତ ଅପରାଧୀ, ସେକ୍ ହାଇଦର ଶନିବାର ଦିନ କଟକ ବଡ଼ ଡ଼ାକ୍ତରଖାନାରୁ ଚମ୍ପଟ ମାରିଛି । ଏହି ଖବର ପ୍ରଚାରିତ ହେବା କ୍ଷଣି , ରାଜ୍ୟର ସବୁ ଜିଲ୍ଲାରେ ନାକାବନ୍ଦି କରାଯାଇ ଗାଡ଼ି ମଟର ସବୁ ଯାଞ୍ଚ କରାଯାଇଥିଲା । ହେଲେ ପୋଲିସ ହାଇଦର କୁ ଧରିବାରେ ସଫଳ ହୋଇ ପାରିନାହିଁ ।
ହାଇଦର ଫେରାର ହୋଇଯିବା ଘଟଣାରେ ,ସମ୍ବଲପୁର ପୋଲିସ ୬ ଜଣ ତଳିଆ କର୍ମଚାରୀଙ୍କୁ ଆଜି ନିଲମ୍ବିତ କରିଛନ୍ତି । ବୁର୍ଲା ମେଡିକାଲ ରେଜିଷ୍ଟରରେ ହାଇଦର ର ନାଁ ନାହିଁ । ମେଡିସିନ, ନ୍ୟୁରୋଲୋଜି, ସର୍ଜରୀ ବିଭାଗର ରେଜିଷ୍ଟରରେ ବି ନାଁ ନାହିଁ । ମାର୍ଚ୍ଚ ମାସ ସାରା ଥରେ ବି ହାଇଦର ବୁର୍ଲା ମେଡିକାଲକୁ ଯାଇନଥିଲେ । ଶେଷଥର ପାଇଁ ଡିସେମ୍ବର ୧୨ ତାରିଖରେ ବୁର୍ଲା ମେଡିକାଲ ଯାଇଥିଲେ ହାଇଦର ।
ଡିସେମ୍ବର ୧୨ରେ ସର୍ଜରୀ, ଓପିଡିରେ ଡାକ୍ତରଙ୍କୁ ଦେଖାଇଥିଲେ । କଟକ ଏସସିବି ଯାଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ବିଧିବଦ୍ଧ ଭାବେ ଏସସିବିକୁ ରେଫର କରିନଥିଲେ ଡାକ୍ତର । ମାର୍ଚ୍ଚ ୨୩ରେ ସିଧାସଳଖ ଜେଲରୁ ଏସସିବି ଆସିଥିଲେ ହାଇଦର । ଏସସିବି ଆଣିବା ପାଇଁ ଜେଲ ଭିତରେ ହିଁ ହୋଇଥିଲା ବ୍ଲୁ ପ୍ରିଣ୍ଟର ସୂତ୍ର । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।
No Result
View All Result