No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୧ ଏପ୍ରିଲ ରବିବର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାକୁ ପୁଣି ଫେରିଲା କରୋନା ସଂକ୍ରମଣ । ଗଜପତି ଜିଲ୍ଲର ସଦର ମହକୂମା ପାରଳାଖେମୁଣ୍ଡି ସ୍ଥିତ ଉପ- କାରାଗାରରେ ୩ ବିଚାରଧୀନ ବନ୍ଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ୩ ଜଣଙ୍କୁ ମିଶାଇ ଗଜପତି ଜିଲ୍ଲାରେ ମୋଟ ୪୧୧୧ ଜଣ କରୋନାରେ ଆକ୍ରନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।
କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି l ଚିହ୍ନଟ ୩ ଜଣ କୋରାନା ପଜିଟିଭ ମାନଙ୍କୁ ପାରଳାଖେମୁଣ୍ଡି ସବ୍ ଜେଲ୍ ପରିସରରେ ଥିବା ଆଇସୋଲେସନ ହୋମରେ ରହି ଚିକିତ୍ସିତ ହେଉଛନ୍ତି । ଏମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରତ୍ୟେକଙ୍କୁ ଦୁଇ ଓଳି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି l (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result