ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ,ଶନିବାର )ହିଞ୍ଜିଳିକାଟୁ :- ସେଂଟର ଅଫ୍ ଏକ୍ସିଲେନ୍ସିରେ ସ୍ଥାନିତ ହୋଇଥିବା ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳର ୨ଟି ଉଚ୍ଚ ବିଦ୍ୟାଳୟ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି । ସଂପୃକ୍ତ ବିଦ୍ୟାଳୟ ଦ୍ୱୟର ଆବଶ୍ୟକ ଭିତିଭୂମି ସଜାଡ଼ିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ଶନିବାର ହିଞ୍ଜିଳି ଗ୍ରସ୍ତରେ ଆସି ସଂପୃକ୍ତ ବିଦ୍ୟାଳୟର ସ୍ମ୍ରାଟ କ୍ଳାସ ରୁମ ବୁଲି ଦେଖିଥିଲେ । ପରେ ୧୦ମ ଶ୍ରେଣୀ ଶିକ୍ଷାର୍ଥୀଙ୍କ ସହ ଶିକ୍ଷାଦାନ ପ୍ରଣାଳୀ, ଭବିଷ୍ୟତ ଲକ୍ଷ୍ୟ ବିଷୟରେ ପଚାରି ବୁଝିଥିଲେ । ବିଜ୍ଞାନଗାର, ପାଠାଗାରକୁ ଅଧିକ କ୍ରିୟାଶୀଳ କରିବା ସକାଶେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କୁ ପରାମର୍ଶ ଦେଇଥିଲେ । ସେଠାରୁ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ବିଦ୍ୟାଳୟର ଆବଶ୍ୟକୀୟ ଭିତଭୂମି ସର୍ମ୍ପକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତି କୁମାରୀ ପାତ୍ରଙ୍କ ସହ ଆଲୋଚନା କରିଥିଲେ ।