No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୦ ଏପ୍ରିଲ , ଶନିବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ଲହଙ୍ଗିର ଗ୍ରାମ ସଂର୍କିର୍ତ୍ତନ୍ଯ ମେନେଜର ଶ୍ରୀ ଅଲେଖ ପ୍ରଧାନଙ୍କ ପଦ୍ମପୁର ସରକାରୀ ହସପିଟାଲ ଠାରେ ହୃଦରୋଗରେ ପରଲୋକ ହୋଇ ଯାଇଛି । ମୃତ୍ଯୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହେଉଥିଲା । ସେ ଜଣେ ସମାଜସେବୀ,ପରୋପକାରୀ,ଶିକ୍ଷାପ୍ରେମୀ,ଧର୍ମ ପରାୟଣ ବ୍ଯକ୍ତି ତଥା ସଂର୍କିର୍ତ୍ତନ୍ଯ ମେନେଜର ଥିଲେ । ଗ୍ରାମରେ ସଂର୍କିର୍ତ୍ତନ୍ଯ ମେନେଜର ଭାବେ ୩୦ ବର୍ଷ ଧରି କାର୍ଯ୍ଯ ତୁଲାଉ ଥିଲେ । ତାଙ୍କର ଉଦ୍ୟମରେ ଗ୍ରାମରେ ଶ୍ରୀଚୈତନ୍ୟ ସ୍ତମ୍ଭ ନିର୍ମାଣ ହୋଇ ପ୍ରତିଷ୍ଠା ମଧ୍ଯ ହୋଇଥିଲା ।
ମୃତ୍ଯୁ ବେଳେ ତାଙ୍କର ମାତା ସୀତା ପ୍ରଧାନ,ସହଧର୍ମିଣୀ ଲକ୍ଷ୍ମୀ ପ୍ରଧାନ,ବଡପୁଅ ଠାକୁର କୁମାର ପ୍ରଧାନ,ସାନପୁଅ ସତ୍ଯ ଭୂଷଣ ପ୍ରଧାନ,ପୁତ୍ର ବହୁଦୂୟ ବବିତା ପ୍ରଧାନ,କ୍ଷୀରେଶ୍ବରୀ ପ୍ରଧାନ ଓ ନାତି ନାତୁଣୀ ପପି,ପପୁ,ଗୁଞ୍ଜେନ ଓ ପ୍ରଧାନ ପରିବାର ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଗ୍ରାମରେ ତଥା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ବର୍ଗତ ଅଲେଖ ପ୍ରଧାନଙ୍କ ଅକାଳ ବିୟୋଗରେ ବିଜେପି ଲଖମରା ମଣ୍ଡଳ ସଭାପତି ଶ୍ରୀ ଭୀଷ୍ମଦେବ ପ୍ରଧାନ ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସମବେଦନା ଜଣାଇଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result