No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୦ ଏପ୍ରିଲ , ଶନିବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ସ୍ବାମୀ ତଥା ପାଇକମାଲ ସ୍ଥିତ ଲଖମରା ସାଧନା କ୍ଲିନିକ ଡାକ୍ତର ସୁଦୀପ୍ତ କୁମାର ସାହୁଙ୍କ ଆଜି ଦେହ ଅସୁସ୍ଥ ଥିବାରୁ ବରଗଡ ବିକାଶ ହସ୍ପିଟାଲ ରେ ଚିକିତ୍ସା ହେଉଛନ୍ତି । ଡାକ୍ତର ସାହୁ ବହୁତ ଦିନରୁ ରୋଗୀସେବା କରିବା ସହିତ ଓଡିଶା ଛତିଶଗଡ଼ ବିଭିନ୍ନ ଜାଗାରେ ବାହାରୁ ଡାକ୍ତର ଡାକି କେମ୍ପ କରି ଛୋଟ ଛୋଟ ଓପେରେଶୋନ ବିନା ମୂଲ୍ୟ ରେ କରୁଥିଲେ ।

ଏହି କରୋନା ସମୟରେ ପାଇକମାଲ, ବୁକୁରାମୁଣ୍ଡା, ଲଖମରା ଅଞ୍ଚଳରେ ସଚେତନ କରିବା ସହ କୋଭିଡ – ୧୯ ର ନିୟମ ମାନିବାକୁ କହୁ ଥିଲେ ଓ କରେଣ୍ଟନ ସେଣ୍ଟର କରୋନା ରୋଗୀ କୁ ଚିକିତ୍ସା କରିବା ସହିତ ଅନ୍ୟ ରାଜ୍ୟରୁ କି ଓଡିଶା ରୁ ଶ୍ରମିକ ମାନେ ଫେରୁଥିବା ବେଳେ ତାଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରୁଥିଲେ । ଡାକ୍ତର ଶ୍ରୀ ସାହୁଙ୍କ ତାଙ୍କର ନିଷ୍ଠାପର ସେବା ମନଭାବ ତଥା ଦିନ ରାତି ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ରୋଗୀ କୁ ସୁସ୍ଥ କରିଛନ୍ତି । କରୋନା ଯୋଦ୍ଧା ଭାବରେ ତାଙ୍କୁ ଗଣନା କଲେ ଠିକ ହେବନାହିଁ ।

କରୋନା ବିଜୟୀ ଯୋଧ୍ୟା ଭାବରେ ଆମେ ଦେଖିବାକୁ ଚାହୁଁଛୁ । ସୁଚନା ଥାଉ କି ଡାକ୍ତର ଶ୍ରୀ ସାହୁ ସାତ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେଣୁ ପୁଣିଥରେ ଭଗବାନଙ୍କ ଠାରେ ପ୍ରାଥନା ଯେ ତାଙ୍କର ସ୍ୱାସ୍ଥ୍ୟ ବସ୍ତାରେ ଶିଘ୍ର ଉନ୍ନତି ହେହୁ ଏବଂ ପୁଣିଥରେ ଆମମାନଙ୍କ ସାଙ୍ଗରେ ତାଙ୍କର କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି ଅଞ୍ଚଳ ବାସୀଙ୍କ ତରଫରୁ ପ୍ରଭୁ ଡାକ୍ତର ଶ୍ରୀ ସାହୁଙ୍କ ସ୍ବାସ୍ଥ୍ୟ ଆଶୁ ଆରୋଗ୍ୟ କାମନା ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result