No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ଶନିବାର )ବିହାର :- ଏଠାରେ ଚଢ଼ାଉ ପାଇଁ ଯାଇଥିବା ଜଣେ ଥାନା ଅଧିକାରୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଏହି ପୁଲିସ ଅଧିକାରୀ ଜଣକ ଭିଡ ହିଂସାର ଶିକାର ହୋଇଥିବା କୁହାଯାଉଛି । କିଶନଗଞ୍ଜ ଟାଉନ ଥାନା ଅଧିକାରୀ ଅଶ୍ଵିନୀ କୁମାର ଏକ ଚୋରି ମାମଲାରେ ପଶ୍ଚିମବଙ୍ଗ ସୀମାନ୍ତ ବନତାପାରା ଅଞ୍ଚଳକୁ ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରିବାକୁ ଯାଇଥିଲେ। ସାଥୀରେ ତାଙ୍କ ଟିମ୍ର ଅନ୍ୟ ସଦସ୍ୟମାନେ ବି ରହିଥିଲେ। କିନ୍ତୁ କିଛି ଲୋକ ଅଶ୍ଵିନୀ ଏବଂ ତାଙ୍କ ଟିମ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଅଶ୍ଵିନୀଙ୍କୁ ସେମାନେ ପିଟି ପିଟି ମାରିଦେଇଥିଲେ।
ଘଟଣା ସମ୍ପର୍କରେ ଖବର ମିଳିବା ପରେ ବରିଷ୍ଠ ପୁଲିସ ଅଧିକାରୀ ତଥା ପୁର୍ଣ୍ଣିଆ ଆଇଜି ସୁରେଶ ଚୌଧୁରୀ ଏବଂ ଏସପି କୁମାର ଆଶୁତୋଷ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଅଶ୍ଵିନୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଇସ୍ଲାମପୁର ହସ୍ପିଟାଲକୁ ପଠାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ବିହାରରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ବି ଚଢ଼ାଉ ସମୟରେ ଅନେକ ପୁଲିସ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ଗତ ଫେବୃୟାରୀ ୨୪ରେ ବିହାରର ସୀତାମଢ଼ୀ ଅଞ୍ଚଳରେ ମଦ ଚୋରା ଚାଲାଣ ସମ୍ପର୍କରେ ଖବର ପାଇ ମେଜରଗଞ୍ଜ ଥାନା ଅଧିକାରୀ ଦିନେଶ ରାମ ନିଜ ଟିମ ସହିତ ଚଢ଼ାଉ କରିବାକୁ ଯାଇଥିଲେ । ଏହି ସମୟରେ ଚୋରା ଚାଲାଣକାରୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result