No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ଶନିବାର ) ଢେଙ୍କାନାଳ :- ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତା ବୃନ୍ଦାବନପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଦୁଇ ମୃତ । ସୂଚନା ମୁତାବକ, ଆଜି ଅପରାହ୍ନରେ ନିକଟସ୍ଥ କୋତମ ଗ୍ରାମର ମନୋଜ ବେହେରା ଓ ଗଣ୍ଡାନାଳୀ ଗ୍ରାମର ଗୋପବନ୍ଧୁ ରାଉତ ଏକ ମାରୁତି କାର୍ ଯୋଗେ ରାସୋଳ ଅଭିମୁଖେ ଯାଉଥିବା ସମୟରେ

ଘଟିପିରି ନିକଟସ୍ଥ ବୃନ୍ଦାବନପୁର ଛକରେ ଏକ ବାଲି ବୋଝେଇ ହାଇୱା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ମନୋଜ ବେହେରାଙ୍କ ମୃତ୍ୟୁ ହୋଇଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଗୋପବନ୍ଧୁଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟିବା ପରେ ହାଇୱା ଚାଳକ ଫେରାର ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି। (ଢେଙ୍କାନାଳ ରିପୋର୍ଟ୍, ଅମର ରଞ୍ଜନ ଦାସ)

No Result
View All Result