No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅଡବାଥାନା ଅନ୍ତର୍ଗତ ବାଟସିମିଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ୨ୟ ଶ୍ରେଣୀ ଛାତ୍ରୀ ମୃତ
ପାରଳାଖେମୁଣ୍ଡି୯/୪(ଗରୁଡ଼ଧ୍ଵଜଚୌଧୁରୀ) ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାଟସିମିଳି ଗାଁରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ୨ୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣକ ହେଲେ, ବାଟସିମିଳି ଗାଁର ସଞ୍ଜିତା ମାଝୀ ।
ଶୁକ୍ରବାର ସକାଳେ ଛାତ୍ରୀ ଜଣକ ନିଜ ପିଉସୀ ସହ ମିଶି ଗାଁ ନିକଟକୁ ଭାଲିଆ ମଞ୍ଜି ( କାଜୁ ମଜ୍ଜି) ସଂଗ୍ରହ କରିବାକୁ ଯାଇଥିବା ବେଳେ ରାସ୍ତା ପାର୍ଶ୍ଵରେ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ରୀ ଜଣକ ପୋଡି ମୃତ୍ୟୁ ଘଟିଛି । ପରିବାର ଲୋକ ଏ ନେଇ ଥାନାରେ ଲିଖିତ ଅଜିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ କରୁଛି । ଗୁରୁବାର ଦିନ ପବନ ବର୍ଷାରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ରାସ୍ତା ପାର୍ଶ୍ଵରେ ଛିଣ୍ଡି ପଡିଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ପରିବାର ଓ ଗ୍ରାମବାସୀ ମୃତ୍ୟୁ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result