• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୋଡାଲ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନକୁ ବାଧ୍ୟତାମୂଳକ କରାଗଲା

Proprietor Abhimanyu Maharana by Proprietor Abhimanyu Maharana
April 10, 2021
in ଓଡ଼ିଶା, ଦେଶ, ହୋମ୍
0
ନୋଡାଲ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନକୁ ବାଧ୍ୟତାମୂଳକ କରାଗଲା
Share on FacebookShare on TwitterWhatsapp

 ଟିଭିରେ ସଫଳ ଉଦ୍ୟୋଗୀଙ୍କ କାହାୀକୁ ନେଇ ପ୍ରସାର ହେବ ‘ଆମ ଉଦ୍ୟୋଗୀ’

 ପ୍ରଥମ ଥର ପାଇଁ ହେବ ଏମ୍‌ଏସ୍‌ଏମ୍‌ଇ ସେନ୍‌ସସ୍‌
 ଜିଲ୍ଲା ରପ୍ତାନୀ କମିଟି ଗଠନ କରିବାରେ ପ୍ରଥମ ରାଜ୍ୟ
 ପ୍ୟାକେଜିଂ ମାନରେ ଉନ୍ନତି ପାଇଁ ଦିଆଯିବ ସ୍ୱତନ୍ତ୍ର ତାଲିମ
 ପିଏମ୍‌ଇଜିପିରେ ଦେଶରେ ଦ୍ୱିତୀୟ
 ବାର୍ଷିକ ଋଣ ଯୋଜନାରେ ୩୨ କୋଟି ଲକ୍ଷ୍ୟ ହାସଲ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରିଲ ୨୦୨୧, ଶୁକ୍ରବାର ) ଭୁବନେଶ୍ୱର :- କୋଭିଡ୍‌ ପରିସ୍ଥିତି ସତ୍ତେ୍ୱ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗର ନୋଡାଲ୍‌ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସେମାନେ କ୍ଷେତ୍ରକୁ ଯାଇ ପ୍ରତ୍ୟକ୍ଷ ଭାବେ ରହିଥିବା ସମସ୍ୟା ସଂପର୍କରେ ଅବଗତ ହେବା ସହ ତା’ର ସମାଧାନ ଦିଗରେ ପ୍ରଚେଷ୍ଟା କଲେ ଅନେକ ସୁଫଳ ମିଳିପାରିବ ବୋଲି ଆଜି ସମସ୍ତ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କୁ ନେଇ ଆୟୋଜିତ ଏକ ଭିଡ଼ିଓ କନ୍‌ଫରେନ୍ସରେ ଏହା କୁହାଯାଇଛି । ପ୍ରାରମ୍ଭରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ବିଭାଗର କାର୍ଯ୍ୟଧାରାକୁ ଆହୁରି ଲେ ।କାଭିମୁଖୀ କରିବାକୁ ଅଧିକାରୀମାନେ ଯନବି ।ନ ହେବାକୁ ପରାମର୍ଶ ଦେ ଇଥିଲେ । ଅଧିକ ନିଯୁକ୍ତି/ଆତ୍ମନିଯୁକ୍ତିର ସୁଯୋଗ ଥିବା ଏହି ବିଭାଗ ରାଜ୍ୟ ତଥା ଦେଶର ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ବୋଲି କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ବିଭାଗ ପ୍ରତି ଅଧିକ ଆସ୍ଥା ପ୍ରକଟ କରି ଚଳିତ ଥର ବଜେଟକୁ ଦ୍ୱିଗୁଣ କରିଥିବାରୁ ଆମ କାର୍ଯ୍ୟଧାରାକୁ ସେହିଭଳି ଅଧିକ ଦକ୍ଷ ଓ ପାରଦର୍ଶୀ କରିବାକୁ ପଡ଼ିବ ବୋଲି କହିଥିଲେ ।

ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଖଦୀକୁ ଅଧିକ ଲୋକପି୍ରୟ କରି ଅଧିକ ଲୋକ କିପରି ଖଦୀର ବ୍ୟବହାର କରିପାରିବେ ସେ ନେଇ କେତେକ ଗଠନମୂଳକ କାର୍ଯ୍ୟ ହାତକୁ ନେବାକୁ କହିଥିଲେ । ‘ଆମ କୃଷି’ ଭଳି ଏମ୍‌ଏସ୍‌ଏମ୍‌ଇ ବିଭାଗ ତରଫରୁ ‘ଆମ ଉଦ୍ୟୋଗୀ’ ଦୂରଦର୍ଶନ (ଓଡ଼ିଆ)ରେ ପ୍ରସାରଣ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ବିଭିନ୍ନ ମଲ୍‌ ଏବଂ ବଡ଼ ବଡ଼ ଆଉଟ୍‌ଲେଟ୍‌ଗୁଡ଼ିକରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକି୍ର ପାଇଁ ଆକର୍ଷଣୀୟ ପ୍ୟାକେଜିଂ ଏବଂ ବାର୍‌କୋଡ୍‌ ପ୍ରଚଳନ କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା । ସରକାର ଏସ୍‌ଏଚ୍‌ଜିଗୁଡ଼ିକର ସଶକ୍ତିକରଣ ଉଦ୍ଦେଶ୍ୟରେ ଅବ୍ୟବହୃତ ସଂପତ୍ତିଗୁଡ଼ିକୁ ମିଶନ ଶକ୍ତିକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଏଣିକି ଏମ୍‌ଏସ୍‌ଏମ୍‌ଇକୁ ଏସ୍‌ଏଚ୍‌ଜି କୈନ୍ଦି୍ରକ କରିବାକୁ ହେବ । ତେୁ ଏିକି ରାଜ୍ୟରେ ମହିଳା ଉଦ୍ୟୋଗ ପ୍ରତି ଗୁରୁତ୍ୱ ପ୍ରଦାନ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଥିଲେ ।

ବିଶେଷ ଭାବେ ପ୍ୟାକେଜିଂ ଉପରେ ଅଧିକ ଦୃଷ୍ଟି ଦେବାକୁ ହେବ । ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଆମର ଉନ୍ନତ ମାନର ଉତ୍ପାଦଗୁଡ଼ିକ ଆକର୍ଷଣୀୟ ପ୍ୟାକେଜିଂର ଅଭାବ ହେତୁ ବଜାରରେ ଆଦୃତ ହେବାରେ ବିଫଳ ହେଉଥିବା ଦର୍ଶାଇଥିଲେ । ସେ ଦିଗରେ ପାରଦର୍ଶିତା ପ୍ରଦର୍ଶନ ନିମନ୍ତେ କେତେକ ବଛା ବଛା ଅଧିକାରୀମାନଙ୍କୁ ମାଷ୍ଟର ଟ୍ରେନିଂ ନିମେନ୍ତ କଲିକତାଠାରେ ହେବାକୁ ଥିବା ଟ୍ରେନିଂ ନିମେନ୍ତ ପଠାଇବାକୁ ପରାମର୍ଶ ଦିଆଯାଇଥିଲା । ସେମାନେ ତାଲିମରୁ ଫେରି ଅନ୍ୟମାନଙ୍କୁ ଅନୁରୂପ ତାଲିମ ପ୍ରଦାନ କରିବେ । ଏପରି କି କେତେକ ଷ୍ଟାର୍ଟ ଅପ୍‌ମାନଙ୍କୁ ମଧ୍ୟ ପ୍ୟାକେଜିଂ ୟୁନିଟ୍‌ ପ୍ରତିଷ୍ଠା ନିମନ୍ତେ ପ୍ରୋତ୍ସାହିତ କରାଯିବ । ଆଇଇସିରେ ସୁନ୍ଦର ଓ ଆକର୍ଷଣୀୟ ପୋଷ୍ଟର ତିଆରି କରି ବିଭିନ୍ନ ସ୍ଥାନରେ ଲଗାଇବା ଏବଂ ପ୍ରଚାର ସାମଗ୍ରୀ ବିକଶିତ କରିବା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।

ଯେଉଁ ଉଦ୍ୟୋଗଗୁଡ଼ିକ କୋଭିଡ୍‌ ପ୍ୟାକେ ଜ୍‌ ପାଇଛ;ି ସେମାନ ଙ୍କୁ ପତ୍ର ଲେ ଖି ରାଜ୍ୟର ଅର୍ଥନୀତିରେ ତାଙ୍କର ଯୋଗଦାନକୁ ପ୍ରଶଂସା କରିବା ଉପରେ ଆଲୋଚନା କରାଯାଇଥିଲା । ଏଥି ସହିତ ବିଭାଗର ଯେଉଁସବୁ ସୁବିଧା କେନ୍ଦ୍ର ରହିଛି ସେଠାରେ ଆଇଇସି ପ୍ରଚାରପତ୍ରଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏହି କାର୍ଯ୍ୟ କରିବା ପାଇଁ ସାଧାରଣ ପରିଚାଳକମାନଙ୍କୁ ଅର୍ଥ ପ୍ରଦାନ କରାଯାଇଥିବା ଦର୍ଶାଯାଇଥିଲା । ଜିଲ୍ଲାଗୁଡ଼ିକ ଜିଲ୍ଲାପାଳମାନଙ୍କ ପରାମର୍ଶ ଅନୁସାରେ ଅନ୍ତତଃ ୩ ବର୍ଷିଆ ସମ୍ଭାବ୍ୟ ଜିଲ୍ଲା ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ସେହିପରି ପିଏମ୍‌ଇଜିପିର ଏକ କଫି ଟେବୁଲ ପୁସ୍ତିକା ମୁଦ୍ରଣ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି । ତା’ଛଡ଼ା ଦୈନନ୍ଦିନ ହାସଲ କରୁଥିବା ଉଲ୍ଲେଖନୀୟ ଘଟଣାବଳୀକୁ ଟୁଇଟ୍‌ କରି ସୋସିଆଲ୍‌ ମିଡ଼ିଆରେ ଦେବା ପାଇଁ ପ୍ରକ୍ରିୟାକୁ ଅପ୍‌ଡେଟ୍‌ କରିବାକୁ ପରାମର୍ଶ ଦିଆଯାଇଥିଲା । ପ୍ରମୁଖ ସଚିବ ‘ଉଦ୍ୟମ’ ଅଧୀନରେ ପଂଜୀକରଣ ଉତ୍ସାହଜନକ ହୋଇପାରି ନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଥିଲେ । ଷ୍ଟାର୍ଟ ଅପ୍‌ରେ ସ୍ୱତନ୍ତ୍ର ଭାବେ ଏକ ଭିଡ଼ିଓ କନ୍‌ଫରେନ୍ସିଂ କରିବାକୁ ପ୍ରସ୍ତାବ ରଖାଯାଇଛି । ତା’ଛଡ଼ା ଶିଳ୍ପାଞ୍ଚଳଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବାକୁ କୁହାଯାଇଥିଲା ।

ପିଏମ୍‌ଇଏଫ୍‌ ଯୋଜନାରେ ଓଡ଼ିଶା ଦେଶରେ ଦ୍ୱିତୀୟ ରାଜ୍ୟ ଭାବେ ପରିଗଣିତ ହୋଇଥିବା ଖୁସିର ବିଷୟ । ଉତ୍ତରପ୍ରଦେଶ ପ୍ରଥମ ଓ ଓଡ଼ିଶା ଦ୍ୱିତୀୟ ସ୍ଥାନ ହାସଲ କରିଛି । ତେଣୁ ଆଗାମୀ ଦିନରେ ଅଧିକ ପରିଶ୍ରମ କରି ଦେଶରେ ପ୍ରଥମ ହେବାକୁ କାର୍ଯ୍ୟ କରିବାକୁ କୁହାଯାଇଛି । ସେହିପରି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଚଳିତ ଆର୍ଥିକ ବର୍ଷରେ ତା’ର କାରବାରକୁ ଗତବର୍ଷ ୫୨୨ କୋଟି ସ୍ଥାନରେ ଏଥର ୬୧୨ କୋଟିରେ ପହଞ୍ଚି ପାରିଥିବା ଯୋଗୁଁ ଖୁସି ବ୍ୟକ୍ତ କରାଯାଇଛି । ବିଶେଷ ଭାବେ ଜାତୀୟ ରାଜପଥକୁ ବିଟୁମେନ୍‌ ବିକ୍ରୟ ଆରମ୍ଭ କରାଯିବା, ଉଚ୍ଚଶିକ୍ଷା ବିଭାଗର ନିର୍ମାଣ କାର୍ଯ୍ୟ ହାତକୁ ନେବା ଏବଂ ଶକ୍ତି ବିଭାଗର ବିଦୁ୍ୟତ କାର୍ଯ୍ୟ କରିବା ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କୁହାଯାଇଛି । ୨୦୨୨ରେ ଏହାକୁ ୭୫୦ କୋଟି ଏବଂ ୨୦୨୩ ବେଳକୁ ୧ ହଜାର କୋଟିରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ଓଡ଼ିଶା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ରାଜ୍ୟ ଯାହା ପ୍ରତି ଜିଲ୍ଲାରେ ଜିଲ୍ଲା ରପ୍ତାନୀ କମିଟି ଗଠନ କରିପାରିଛି । ଏଥି ସହିତ ଜିଲ୍ଲା ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ଏବଂ ଜିଲ୍ଲାୱାରୀ ଉତ୍ପାଦ ଚିହ୍ନଟ କରାଯାଇପାରିଛି । ରତ୍ପାନୀ ପ୍ରୋତ୍ସାହନ ଚଳିତ ଆର୍ଥିକ ବର୍ଷରେ ମାର୍ଚ୍ଚ ଶେଷ ସୁଦ୍ଧା ୭୫ ହଜାର କୋଟିରେ ପହଞ୍ଚିପାରିଛି । ଗତବର୍ଷ ଏହା ୪୭ ହଜାର କୋଟି ଥିଲା । ତା’ଛଡ଼ା ବାର୍ଷିକ ଋଣ ଯୋଜନାରେ ରାଜ୍ୟ ୩୨ କୋଟି ଟଙ୍କା ଋଣ ପ୍ରଦାନ କରିବାରେ ସମର୍ଥ ହୋଇପାରିଛି ।

ଓଡ଼ିଶା ରାଜ୍ୟରେ ପ୍ରଥମ ଥର ପାଇଁ ଏମ୍‌ଏସ୍‌ଏମ୍‌ଇ ସେନ୍‌ସସ୍‌ କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଫଳରେ ଏକ ପୂର୍ଣ୍ଣାଙ୍ଗ ଡାଟାବେସ୍‌ ବିଭାଗ ପାଖରେ ରହିବ ଏବଂ ଏହା ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିବ । ତେଣୁ ଏହି ଦୂରଦର୍ଶୀ କାର୍ଯ୍ୟକ୍ରମକୁ କ୍ରିୟାନ୍ୱିତ କରିବା ପାଇଁ ଏହାର ପ୍ରକ୍ରିୟା ଉପରେ ଅଧିକ ଜୋର ଦିଆଯାଇଛି । ଏହି ଗଣନାରେ ରାଜ୍ୟରେ କେତେ ଉଦ୍ୟୋଗ ରହିଛି, ତା’ମଧ୍ୟରେ କେତେ କାର୍ଯ୍ୟକ୍ଷମ ରହିଛି, କେତେ ବନ୍ଦ ରହିଛି, କେଉଁ ପ୍ରକାରର ଉଦ୍ୟୋଗ, ଉଦ୍ୟୋଗର ସଠିକ୍‌ ଠିକଣା, କାର୍ଯ୍ୟ କରୁଥିବା ମାନବସମ୍ବଳର ସଂଖ୍ୟା, ବାର୍ଷିକ ଆୟବ୍ୟୟ, ଉଦ୍ୟୋଗୀ ମହିଳା କି ପୁରୁଷ ଇତ୍ୟାଦି ଅନେକ ତଥ୍ୟ ରହିବ । ଏଥି ପାଇଁ ଏକ ମଡେଲ ତଥ୍ୟ ସଂଗ୍ରହ ଫର୍ମାଟ ବିକଶିତ କରିବାକୁ ପରାମର୍ଶ ଦିଆଯାଇଛି । ପିଏମ୍‌ଏଫ୍‌ଏମ୍‌ଇ ଯୋଜନାରେ ଓଡ଼ିଶା ସାରା ଭାରତରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସେହିପରି ୮୨ କୋଟି ଟଙ୍କା ବ୍ୟୟରେ ଏକ ନୂତନ ଓ ଅତ୍ୟାଧୁନିକ ଖଦୀ ଭବନ ନିର୍ମାଣ କରି ଖଦୀର ବହୁଳ ପ୍ରଚାରପ୍ରସାର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ବିଭାଗ ଏହି ସଫଳତାର ହାର ବଜାୟ ରଖି ଓଡ଼ିଶାକୁ ଦେଶର ସର୍ବୋତ୍କୃଷ୍ଟ ରାଜ୍ୟରେ ପରିଣତ କରିବା ପାଇଁ ଉଦ୍ୟମ କରିବାକୁ ମାନ୍ୟବର ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପରାମର୍ଶ ଦେଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

June 27, 2026
ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

June 27, 2026
ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

June 27, 2026

Recent News

ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

June 27, 2026
ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

June 27, 2026
ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

June 27, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

June 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version