No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରିଲ ୨୦୨୧, ଶୁକ୍ରବାର ) ବରଗଡ଼ :- ବରଗଡ଼ ସଦର ମହକୁମା ସମେତ ଜିଲ୍ଲା ର ଅନ୍ୟାନ୍ୟ ଅଞ୍ଚଳର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ରୁ ରାୟପୁର ବଜାର ରୁ ଆସୁଥିବା ସାମଗ୍ରୀ ସଂଧ୍ୟା ରୁ ଉଭାନ ହୋଇଗଲାଣି। ଅପରପକ୍ଷରେ ଲୋକେ ଦର ବୃଦ୍ଧି ଭୟରେ ବିଶେଷ କରି ତେଜରାତି ସାମଗ୍ରୀ କିଣି ନେଉଥିବା ପରିଲକ୍ଷିତ ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଛତିଶଗଡ ରାଜ୍ୟରେ କରୋନା ସ°କ୍ରମଣର ବର୍ଦ୍ଧିତ କଳେବର କୁ ଦୃଷ୍ଟିରେ ରଖି ରାଜଧାନୀ ରାୟପୁର କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏଥି ସହ ସମଗ୍ର ରାୟପୁର ଜିଲ୍ଲା ରେ ୧୦ ଦିନିଆ ଲକ ଡାଉନ ଘୋଷଣା କରାଯାଇଛି ।
ସଂଧ୍ୟା ରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଲକ ଡାଉନ୍ କରାଯିବ ବୋଲିି ରାୟପୁର ଜିଲ୍ଲାପାଳ ଏମ ଭାରତୀ ଘୋଷଣା କରିଛନ୍ତି। ଏହି ସମୟରେ ଜିଲ୍ଲା ର ସମସ୍ତ ସୀମା ସିଲ୍ ରହିବ ବୋଲି କହିଛନ୍ତି। ଫଳରେ ୧୦ ପର୍ଯ୍ୟନ୍ତ ଆଉ କୈ।ତହିଁ ମାଲ ପରିବହନ ହୋଇ ନ ପାରିବା ଦୃଷ୍ଟିରୁ ଅସାଧୁ ବ୍ୟବସାୟୀମାନେ ଏଭଳି ପନ୍ଥା ଆପଣେଇ ଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଦାବି କରାଯାଇଛି। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result