No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରି ୨୦୨୧, ଶୁକ୍ରବାର ) କଟକ :- କଟକ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନ କୁ ଦିନ ବିପର୍ଯ୍ୟସ୍ତ ହୋଇପଡିଛି। ଏହାକୁ ଅଭିଯୋଗ କରି ଆଜି କଟକ ନଗର କଂଗ୍ରେସ କମିଟି ପକ୍ଷରୁ ଡିସିପି ଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇ, ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଟକ ନଗର କଂଗ୍ରେସ ସଭ।ନେତ୍ରୀ ଗିରିବାଳା ବେହେରା ଙ୍କ ନେତୃତ୍ୱ ରେ ଏହି ଆନ୍ଦୋଳନରେ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ , ପୋଲିସ୍ ବିରୋଧରେ ନାରାବାଜି ପ୍ରଦର୍ଶନ କରିଥିଲେ। ସିଡିଏ ଅଞ୍ଚଳର ମର୍କତ ନଗର ଏବଂ ସିଡିଏ ଫେଜ 2 ଥାନା ରହିଥିଲେ ସୁଦ୍ଧା ଗତ କିଛି ଦିନ ମଧ୍ୟରେ, କିଛି ସ୍ଥାନୀୟ ବାସିନ୍ଦା ଲୁଟ୍ ର ଶିକାର ହୋଇଛନ୍ତି ।ରାସ୍ତାରେ ଯାତାୟତ ବେଳେ ଲୁଟେରା, ଲୋକଙ୍କ ଠାରୁ ସୁନା ଗହଣା ଲୁଟ୍ କରିବା ସହ, ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଉଛନ୍ତି। ହେଲେ ସେମାନଙ୍କୁ ପୋଲିସ ଏ ପର୍ଯ୍ୟନ୍ତ ଧରିବାରେ ସଫଳ ହୋପାରିନାହିଁ ।
ଫଳରେ ସିଡିଏ ଅଞ୍ଚଳ ରେ ରହୁଥିବା ଲୋକେ, ଭୟଭୀତ ଅବସ୍ଥାରେ ରହିଛନ୍ତି ବୋଲି, କଂଗ୍ରେସ ଅଭିଯୋଗ କରିଛି। କେବଳ ସିଡିଏ ନୁହେଁ ସହର ର ଅନ୍ୟ ସ୍ଥାନରେ ମଧ୍ୟ ଲୁଟେରା ଙ୍କ ଦୌରତ୍ମ୍ୟ ଏହିଭଳି ଭାବେ ବଢ଼ି ବଢ଼ି ଚାଲିଛି। ଏପରି କି ବିଭିନ୍ନ ସ୍ଥାନରେ ଅପରାଧୀ ପୋଲିସ କୁ ଚ୍ୟାଲେଞ୍ଜ ଦେଇ ଲୁଟ୍ ସହ ଗାଡ଼ି ଚୋରି ମଧ୍ୟ କରୁଛନ୍ତି । ହେଲେ ସେମାନଙ୍କୁ ଗିରଫ କରିବା ରେ କମିଶନରେଟ୍ ପୋଲିସ୍ ସମ୍ପୂର୍ଣ ବିଫଳ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ତେଣୁ ପୋଲିସ ଏ ଦିଗରେ, ଠୋସ ପଦକ୍ଷେପ ଗ୍ରହଣ କରି , ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି, ଦାବି କରିଛି କଟକ ନଗର କଂଗ୍ରେସ।ଏହାସହ ନାଇଟ୍ ପେଟ୍ରୋଲିଙ୍ଗ୍ କୁ ଆହୁରି କଡାକଡି କରିବା ପାଇଁ ଦାବି କରିଛି ଦଳ ।
ନଚେତ୍ ଆଗାମୀ ଦିନରେ କଂଗ୍ରେସ ଏହି ପ୍ରସଙ୍ଗ କୁ ନେଇ ଆନ୍ଦୋଳନ କୁ ବ୍ୟାପକ କରିବ ବୋଲି ଚେତାବନୀ ଦେଇଛି। ଆନ୍ଦୋଳନ ଶେଷରେ କଟକ ଡିସିପି ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛି ନଗର କଂଗ୍ରେସ। ଏହି ଆନ୍ଦୋଳନରେ କଟକ ସଦର ଯୁବ କଂଗ୍ରେସ ସଭାପତି ଯନାର୍ଦ୍ଦନ ପରିଡ଼ା, କଟକ- ବାରବାଟୀ ଯୁବ କଂଗ୍ରେସ ସଭାପତି ସନ୍ତୋଷ ପାତ୍ର, ଚୌଦାର କଟକ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ରାଉତ, କଟକ ନଗର ସଭାପତି ବିକି ଚକ୍ରବର୍ତ୍ତୀ, ପ୍ରମୁଖ କଂଗ୍ରେସ କର୍ମୀ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ
No Result
View All Result