No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରି ୨୦୨୧, ଶୁକ୍ରବାର ) ପଦ୍ମପୁର :- ସରକାର ଗରିବ ଓ ଅସହାୟ ଲୋକଙ୍କ ପାଇଁ ସାହାଯ୍ଯ କରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି ।କିନ୍ତୁ ଅଫିସର ବାବୁ ମାନଙ୍କର ଆନ୍ତରିକତାର ଅଭାବ ହେତୁ ପ୍ରକୃତ ତଥା ଯୋଗ୍ଯ ହିତାଧିକାରୀ ମାନେ ବଞ୍ଚିତ ହେଉଛନ୍ତି । ଏ ପରି ଅଭାବନୀୟ ବିଷୟ ଜାଣିବାକୁ ମିଳିଛି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଛୋଟଅନକି ଗ୍ରାମ ପଞ୍ଚାୟତ ବଲାଙ୍ଗିର ଗ୍ରାମର ମଖିଆ ସାହୁଙ୍କ ପୁଅ ମାନୁ ସାହୁ ୨୩ ବର୍ଷ ।
ସେ ମିରିଗି ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୧୫ ବର୍ଷ ହେଲାଣି ଚିକିତ୍ସତ ହେଉଛନ୍ତି । ହେଲେ ଆର୍ଥିକ ସ୍ଥିତି ବାଧକ ହେତୁ ଠିକ ଭାବେ ଚିକିତ୍ସତ ହୋଇ ପାରୁନାହିଁ । ଭିନ୍ନକ୍ଷମ ପ୍ରମାଣ ପତ୍ର ଅଛି ହେଲେ ପ୍ରଶାସନ ନିକଟରେ ବାରମ୍ବାର ୫ଥର ଭତ୍ତା ପାଇଁ ଆବେଦନ କଲେ ମଧ୍ଯ ଗ୍ରାମ ପଞ୍ଚାୟତ ପ୍ରଶାସନ ତଥା ବ୍ଲକ ପ୍ରଶାସନ ଧ୍ୟାନ ଦେଉ ନାହାନ୍ତି । ତେଣୁ ଭତ୍ତା ପାଇପାରୁ ନାହାନ୍ତି କିମ୍ବା ଚିକିତ୍ସାରେ ବାଧକ ସୃଷ୍ଟି ହେଉଛି । ତେଣୁ ତୁରନ୍ତ ତାଙ୍କୁ ଭତ୍ତା ପ୍ରଦାନ କରିବା ଦିଗରେ ଝାରବନ୍ଧ ବ୍ଲକ ପ୍ରଶାସନ ନିକଟରେ ଦାବୀ ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result