No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରି ୨୦୨୧, ଶୁକ୍ରବାର ) କଟକ :- କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣା ଗ୍ରାମର ସତ୍ୟଶ୍ରୀ ନାୟକ ନାମକ ଜଣେ ବିଲଡ଼ର ଠାରୁ ଏକ ଲକ୍ଷ୍ୟ ଟଙ୍କା ଦାଦାବଟି ମାଗିବା, ଟଙ୍କା ନଦେବାରୁ ଯୋର କରି ୫ ହଜାର ଟଙ୍କା ଲୁଟିନେବା , ନେଇ ସତ୍ୟଶ୍ରୀ ନାୟକ ୫ ତାରିଖ ଦିନ କଟକ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ କଟକ ସଦର ଥାନା ଆଇଆଇସି ଶୁଧାଶୁଂ ଭୁଷଣ ଜେନା , ଉକ୍ତ ଘଟଣାର ତଦନ୍ତ ଭାର ସଵ୍ ଇନିସପେକ୍ଟର ମୁରଲୀ ଧର ସାହୁଙ୍କୁ ଦେଇଥିଲେ । ସବ୍ ଇନିସପେକ୍କସ୍ତ ମୁରଲୀ ସାହୁ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ ଣକରିଥିଲେ ।
ଗିରଫଯୁବକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ତିରଣପଦା ଗ୍ରାମର ୨୬ ବର୍ଷୀୟ ପିଣ୍ଡୁ ଦାଶଙ୍କୁ ବୁଧବାର ଗିରଫ କରିଥିଲେ । ଗିରଫ ପିଣ୍ଟୁ ଠାରୁ ପୋଲିସ ନଗଦ ପାଞ୍ଚ ହଜାର ଟଙ୍କା ଜବତ କରିଛି । ପୋଲିସ ଜାଣିବାକୁ ପାଇଥିଲା ଯେ ପିଣ୍ଟୁ ଜଣେ ଅଭ୍ୟାସ ଗତ ଲୁଟେରା । ପିଣ୍ଟୁ ବାଲିଅନ୍ତା ଏବଂ ସଦର ଥାନା ଅଞ୍ଚଳରେ ବହୁ ଲୁଟତରାଜ କାର୍ଯ୍ୟରେ ସଂପୃକ୍ତ ରହିଛି । ଗିରଫ ପିଣ୍ଟୁ ନାମରେ ଲୁଟ,ଦାଦାବଟି ମାଗିବା ଅଭିଯୋଗରେ ଦଫା ୩୯୪ ,୨୯୪ ଏବଂ ୧୧୦ ରେ ଏକ ମାମଲା ସଦର ଥାନାରେ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।
No Result
View All Result