No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) ଛତିଶଗଡ :- ସୀମାନ୍ତ ଛତିଶଗଡର ବିଜାପୁର ଜିଲାରେ ଗତ ଶନିବାର ଦିନ ମାଓବାଦୀମାନଙ୍କ ଦ୍ବାରା ଅପହୃତ ହୋଇଥିବା ଯବାନ ରାକେଶ୍ବର ସିଂହ ମାନହାସ ଆଜି ମୁକୁଳିଛନ୍ତି। ମାଓବାଦୀମାନେ ଦୀର୍ଘ ୫ ଦିନ ପର୍ଯ୍ୟନ୍ତ ତାଙ୍କୁ ବନ୍ଦୀକରି ରଖିବା ପରେ ଆଜି ରାକେଶ୍ବରଙ୍କୁ ଛାଡ଼ି ଦେଇଛନ୍ତି। ତେବ ରାକେଶ୍ବରଙ୍କୁ ମୁକ୍ତି ଦେବା ପୂର୍ବରୁ ଦୁଇହାତ ବାନ୍ଧି ପ୍ରଜାକୋର୍ଟକୁ ଅଣାଯାଇଥିଲା। ଜଙ୍ଗଲ ନିକଟସ୍ଥ ଗ୍ରାମରେ ଆୟୋଜିତ ଏକ ପ୍ରଜାକୋର୍ଟରେ ଦୁଇହାତ ବାନ୍ଧି ମାଓବାଦୀମାନେ ହାଜର କରିଥିଲେ ଓ ଏହାପରେ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଙ୍କୁ ଛଡ଼ାଯାଇଥିବା ସୂଚନା ରହିଛି।
ରାକେଶ୍ବରଙ୍କୁ ଯଦିଓ ମାଓବାଦୀମାନେ କୌଣସି ନିର୍ଯାତନା ଦେବା ସୂଚନା ମିଳିନାହିଁ, କିନ୍ତୁ ତାଙ୍କର ଦୁଇହାତକୁ ବାନ୍ଧି ପ୍ରଜାକୋର୍ଟରେ ଶହ ଶହ ଲୋକଙ୍କ ଗହଣରେ ଅମାନବୀୟ ଭାବେ ହାଜର କରିବା ଭଳି ଅବାଭବନୀୟ ଘଟଣା ସମସ୍ତଙ୍କୁ ବିବ୍ରତ କରିଛି। ମାଓବାଦୀମାନେ ତାଙ୍କୁ ଦଉଡ଼ିରେ ବାନ୍ଧି ରଖିଥିବାବେଳେ ପ୍ରଜାକୋର୍ଟରେ ସମସ୍ତଙ୍କ ସମ୍ମୁଖରେ ତାଙ୍କ ହାତରୁ ଦଉଡ଼ି ଖୋଲିଥିଲେ, ଯାହା ସମସ୍ତଙ୍କୁ ବିଚଳିତ କରିଥିଲା। ମାଓବାଦୀଙ୍କଡଠାରୁ ମୁକୁଳିବା ପରେ ବାସାଗୁଡ଼ା କ୍ୟାମ୍ପରେ ଛତିଶଗଡ଼ କୋବ୍ରା କମାଣ୍ଡର ରାକେଶ୍ବର। ଏକ ଆମ୍ବୁଲାନ୍ସରେ ଆସି ବାସାଗୁଡ଼ା କ୍ୟାମ୍ପରେ ପହଞ୍ଚିଥିଲେ। ରାକେଶ୍ବର ବାସାଗୁଡ଼ା କ୍ୟାମ୍ପରେ ପହଞ୍ଚିବା ପରେ ଏସ୍ପି କମଲ ଲୋଚନ କସ୍ୟପ ସ୍ବାଗତ କରିଥିଲେ।
ସରକାରଙ୍କ ପକ୍ଷରୁ ମାଓବାଦୀଙ୍କୁ ଭେଟିବାକୁ ଯାଇଥିବା ମଧ୍ୟସ୍ଥିଙ୍କ ସହ ଆଲୋଚନା ପରେ ରାକେଶ୍ବର ମୁକ୍ତ ହୋଇଛନ୍ତି। ପଦ୍ମଶ୍ରୀ ଧରମପାଲ୍ ସାଇନି ଓ ଗଣ୍ଡୱାନା ସମାଜର ମୁଖ୍ୟ ତେଲମ୍ ବୁରାଇୟା ଏବଂ ସ୍ଥାନୀୟ ସାମ୍ବାଦିକ ମାଓବାଦୀଙ୍କ ସହ ଆଲୋଚନା କରିବା ପରେ ବିନା କୌଣସି ସର୍ତ୍ତରେ ମାଓବାଦୀ ରାକେଶ୍ବରଙ୍କୁ ମୁକ୍ତ କରିଛନ୍ତି। ରାକଶ୍ବେରଙ୍କୁ ଛାଡ଼ିବା ପୂର୍ବରୁ ମାଓବାଦୀମାନେ ପ୍ରଜାକୋର୍ଟ। କରିଥିଲେ। ଘଞ୍ଚ ଜଙ୍ଗଲରେ କରିଥିବା ପ୍ରଜାକୋର୍ଟରେ ମାଓବାଦୀଙ୍କ ସହ ଶତାଧିକ ଗ୍ରାମବାସୀ ଥିଲେ। ରାକେଶ୍ବରଙ୍କ ଦୁଇ ହାତ ବାନ୍ଧି ପ୍ରଜାକୋର୍ଟକୁ ଅଣାଯାଇଥିଲା। ଦୁଇ ହାତରେ ଦଉଡ଼ି ବାନ୍ଧି ପ୍ରଜାକୋର୍ଟରେ ହାଜର କରାଯାଇଥିଲା। ପ୍ରଜାକୋର୍ଟରେ ହାଜର ପରେ ରାକେଶଙ୍କୁ ଛାଡ଼ି ଦେଇଥିଲେ ମାଓବାଦୀ। ଏକାଧିକ ମଧ୍ୟସ୍ଥଙ୍କ ଉପସ୍ଥିତିରେ ରାକେଶ୍ବରଙ୍କୁ ଛାଡ଼ିଥିଲେ।
ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ରାକେଶ୍ବରଙ୍କ ପତ୍ନୀ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଆମ ପାଇଁ ଏହା କଠିନ ସମୟ ଥିଲା। ଆମେ ଏବେ ବହୁତ ଖୁସି ଅନୁଭବ କରୁଛୁ। ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ବାପା ଶୀଘ୍ର ଘରକୁ ଫେରିଆସ ବୋଲି ରାକେଶ୍ବରଙ୍କ ଝିଅ ପ୍ରକାଶ କରିଛନ୍ତି। ରାକେଶ୍ବରଙ୍କ ମା’କହିଛନ୍ତି ଆମେ ଭଗବାନଙ୍କ ନିକଟରେ କୃତଜ୍ଞ। ମାଓବାଦୀଙ୍କ କବଳରୁ ପୁଅ ମୁକୁଳିଛି, ଏହା ଆମ ପାଇଁ ବଡ଼ ଖୁସିର କଥା।
No Result
View All Result