No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) ହିଞ୍ଜିଳିକାଟୁ :- ସମ୍ପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ସକ୍ରିୟ ଥିବା ବେଳେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଳକ ଓ ପୌରାଞ୍ଚଳରେ ଏହାର ବାସ୍ତବ ସ୍ଥିତି ରହିଥିବା ସୂଚନା ମିଳିଛି । ଫଳରେ ହିଂଜିଳିକାଟୁରେ କରୋନା ପୁଣି ଥରେ କାୟା ବିସ୍ତାର କରିବା ଚିନ୍ତାର କାରଣ ପାଲଟିଛି।ଆଜି ସ୍ଥାନୀୟ ସହର ସମେତ ବ୍ଳକ ରୁ ୪ ଜଣ ସଂକ୍ରମିତ ଚିହ୍ନଟ ହେବା ଘଟଣା ଅସମର୍ଥୀତ ସୂତ୍ରରୁ ଖବର ମିଳିଛି ।ସ୍ଥାନୀୟ ପୌରାଞ୍ଚଳରୁ ୩ ଓ ବ୍ଳକ ଅଞ୍ଚଳରୁ ଜଣେ ସଂକ୍ରମିତ ପୋଜିଟିଭ ଥିବା ସୂଚନା ମିଳିଛି । ବର୍ତମାନ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ଶହରୁ ପାର ହେଲାଣି । ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ କାଲି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୩୧ ଜଣ ସଂକ୍ରମିତ ଥିବା ସରକାରୀ ଭାବେ ସୂଚନା ମିଳିଛି । ବିଦେଶ ସମେତ ଆମ ଦେଶର ମୁମ୍ବାଇ ଓ ଅନ୍ୟାନ କେତେକ ରାଜ୍ୟରେ କରୋନାର ଦ୍ଵିତୀୟ ଲହର ଲେଉଟିବା ପରେ ସେଠାକାର ସରକାର ପୁଣି ଲକ୍ଡ଼ାଉନ ଆରମ୍ଭ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡ଼ାଇବା ପାଇଁ ଓଡ଼ିଶା ସରକାର ମଧ୍ୟ କୋଭିଡ଼ କଟକଣାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନୁଆଁ ଏସଓପି ଜାରି କରାଯାଇଛି । ହେଲେ କୋଭିଡ଼ କଟକଣାକୁ ସାଧାରଣରେ କେହି ଗୁରୁତ୍ୱ ଦେଉନାହାନ୍ତି । କୋଭିଡ଼ ଗାଇଡ଼ ଲାଇନକୁ ପାଳନ ନକଲେ ପରିସ୍ଥିତି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି । ହେଲେ ହିଞ୍ଜିଳିକାଟୁ ସହରର ଦୃଶ୍ୟ ଦେଖି ସେମିତି କିଛି ମନେ ହେଉନି । ଅଧିକାଂଶ ଏଠି ବେଫିକର । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗତ କାଲି ଠାରୁ କିଛି ଆଖି ଦୃଶିଆ ପଦକ୍ଷେପ ଆରମ୍ଭ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଥିବା ବେଳେ ତାହା ଏଥିପ୍ରତି ସଚେତନ କିମ୍ବା ସାଧାରଣରେ ଆଦୌ ସେତେଟା ଗୁରୁତ୍ୱ ନାହିଁ।ଫଳରେ ଆଜିର ୪ ସଂକ୍ରମିତ ଚିହ୍ନଟ ସୂଚନା ଆଗକୁ ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଜଣାପଡିଛି । ଏଣୁ ପୁଣି ଥରେ ପୌରାଞ୍ଚଳ ଓ ବ୍ଳକ ଅଞ୍ଚଳରେ କରୋନାର ଭୟାବହ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସଚେତନତା ଓ କୋଭିଡ ନିୟମ ଅନୁପାଳନ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ଗୁରୁବାର ହିଞ୍ଜିଳିକାଟୁ ଅଞ୍ଚଳର ୪ ଜଣ ଅରୋନା ସଂକ୍ରମିତ ଚିହ୍ନଟ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଞ୍ଚଳର ସମସ୍ତ କୋଚିଂ ସେଣ୍ଟର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result