No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) ନୂଆଦିଲ୍ଲୀ :- ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ନିର୍ବାଚନୀ ରାଲିରେ ରାଜନୈତିକ ଦଳର ନେତାମାନେ କରୋନା ଗାଇଡଲାଇନ ଉଲଙ୍ଘନ ମାମଲା ସାମ୍ନାକୁ ଆସିଛି । ଏହି ମାମଲାକୁ ଆଧାର କରି ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର କରାଯାଇଛି । ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ନିର୍ବାଚନ ଆୟୋଗକୁ ନୋଟିସ ଜାରି ଜବାବ ମାଗିଛନ୍ତି । ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ କେନ୍ଦ୍ର ନିର୍ବାଚନ ଆୟୋଗକୁ ନୋଟିସ ଜାରି କରି ଏପ୍ରିଲ ୩୦ ସୁଦ୍ଧା ଜବାବ ଦେବାକୁ କହିଛନ୍ତି ।
ଦିଲ୍ଲୀ ହାଇକୋର୍ଟରେ ଦାଏର ଆବେଦନରେ କୁହାଯାଇଛି ଯେ କେନ୍ଦ୍ର ସରକାର କରୋନା ଭାଇରସ ସଂକ୍ରମଣ ରୋକିବାକୁ ଏସଓପି ଜାରି କରିଛନ୍ତି। କିନ୍ତୁ ରାଜନୈତିକ ଦଳ ନେତା ନିର୍ବାଚନୀ ରାଲି ସମୟରେ ଏସଓପି ପାଳନ କରିନାହାନ୍ତି । ଆବେଦନରେ ଦାବି କରାଯାଇଛି ଯେ କେନ୍ଦ୍ର ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦିଆଯାଉ ଯେ କେନ୍ଦ୍ର ଦ୍ୱାରା ଜାରି ନିର୍ଦେଶ କଡାକଡି ଭାବେ ପାଳନ କରାଯାଉ। ମାର୍ଚ୍ଚ ୧୭ ତାରିଖରେ ଉତ୍ତର ପ୍ରଦେଶ ଡିଜିପି ଓ ଥିଙ୍କ ଟ୍ୟାଙ୍କ ସିଏଏସସି ଚେୟାରମ୍ୟାନ ବିକ୍ରମ ସିଂହ ହାଇକୋର୍ଟରେ ପିଟିସନ ଦାଏର କରିଥିଲେ । କୋର୍ଟ ୨୨ ତାରିଖରେ ଶୁଣାଣି କରି ନୋଟିସ ଜାରି କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ନିର୍ବାଚନ ଆୟୋଗକୁ ଏପ୍ରିଲ ୩୦ ସୁଦ୍ଧା ଜବାବ ଦେବାକୁ ଆଦେଶ ଦେଇଥିଲେ ।
କାହିଁକି ଦାଏର ହୋଇଥିଲା ଏହି ପିଟିସନ ? ଏହି ପିଟିସନ ସେହି ଆବେଦନ ସହ ଦାଏର କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଗୋଟିଏ ପଟେ ସାଧାରଣ ଜନତାଙ୍କୁ ମାସ୍କ ନ ପିନ୍ଧିବରୁ ଜରିମାନା ଆଦାୟ କରାଯାଉଛି ଓ ଅପରପକ୍ଷରେ ରାଜନୈତିକ ଦଳର ରାଜନେତା ଖୋଲାଖୋଲି ମାସ୍କ ବିନା ରାଲି କରୁଛନ୍ତି, ପ୍ରଚାର ପ୍ରସାର କରୁଛନ୍ତି। ଏପରିକି ରାଜନୈତିକ ଦଳଗୁଡିକର ରାଲିରେ ମଧ୍ୟ କୌଣସି ନିୟମ ପାଳନ କରାଯାଉନାହିଁ । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି)
No Result
View All Result