No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) ଯାଜପୁର :- ରାଜ୍ୟରେ ବିଭିନ୍ନ ତ୍ରୁଟି ଓ ବୀବାଦୀୟ କାରଣରୁ ୨୦୧୯ ଖରିଫ ଓ ୨୦୧୯-୨୦ ରବି ଋତୁରେ ୧,୮୨,୨୭୦ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାରାଶି ପାଇବାରୁ ବଞ୍ଚିତ ରହିଛନ୍ତି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ତଥା ମରୁଡ଼ି, ବାତ୍ୟା, ବନ୍ୟା ଓ ଅଦିନିଆ ବର୍ଷାରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ଏହାସହ କରୋନା କଟକଣା ସେମାନଙ୍କୁ ଦାଉ ସାଧୁଛି। ଏଭଳିସ୍ଥଳେ ଫସଲବୀମା ନ ପାଇ ଚାଷୀଙ୍କ ପରିବାରବର୍ଗ ଭୋକ ଉପାସରେ ଦିନ ବିତାଉଛନ୍ତି ।
୨୦୧୯-୨୦ ଓ ୨୦୨୦-୨୧ ବର୍ଷ ନିମନ୍ତେ ସବ୍ସିଡି ଦେୟ ବାବଦକୁ ରାଜ୍ୟ ସରକାର ୧୫୬୯.୯୮ କୋଟି ଏବଂ ଚାଷୀ ୩୯୨.୪୨ କୋଟି ଟଙ୍କା ପଇଠ କରିଛନ୍ତି। ମାର୍ଚ୍ଚ ମାସ ସୁଦ୍ଧା ଖରିଫ ୨୦୧୯ରେ ୫,୯୨,୫୧୦ ଜଣ ଚାଷୀଙ୍କୁ ୧୦୪୧.୩୭ କୋଟି ଓ ୨୦୧୯-୨୦ ରବିଋତୁରେ ୩୯,୧୪୩ ଜଣ ଚାଷୀଙ୍କୁ ୯୫.୩୫ କୋଟି ବୀମା ରାଶି ପ୍ରଦାନ କରାଯାଇଛି। ଖରିଫ ୨୦୧୯ରେ ମୟୂରଭଞ୍ଜର ୫,୯୪୭ ଜଣ ଚାଷୀ ୫.୨୦ କୋଟି, କେନ୍ଦ୍ରାପଡ଼ାର ୧୮,୧୫୯ ଚାଷୀ ୪୫.୯୬ କୋଟି, ଦେବଗଡ଼ର ୬,୧୪୭ ଚାଷୀ ୧୬.୭୧ କୋଟି, ଗଞ୍ଜାମର ୮,୫୭୬ ଚାଷୀ ୯.୬୨ କୋଟି, କଳାହାଣ୍ଡିର ୭,୧୧୩ ଚାଷୀ ୨୪.୬୬ କୋଟି, ସୁବର୍ଣ୍ଣପୁରର ୩,୫୩୫ ଚାଷୀ ୩.୬୮ କୋଟି,
ପୁରୀର ୧୫,୦୫୮ ଚାଷୀ ୧୩.୩୯ କୋଟି, ବରଗଡ଼ର ୧,୦୨,୧୯୭ ଚାଷୀ ୩୬୨.୬୫ କୋଟି, ଭଦ୍ରକର ୫୦,୯୫୩ ଜଣ ୮୯.୫୯ କୋଟି, ଗଜପତିର ୨୨ ଜଣ ୦.୦୧ କୋଟି, ଯାଜପୁରର ୩୮,୬୯୯ ଜଣ ୮୦.୧୨ କୋଟି, ଜଗତ୍ସିଂହପୁରର ୧୬,୮୮୪ ଜଣ ୧୯.୨୩ କୋଟି, ସୁନ୍ଦରଗଡ଼ର ୪୪,୩୪୯ ଜଣ ୮୭.୫୧ କୋଟି, ସମ୍ବଲପୁରର ୧୨,୩୫୯ ଜଣ ୫୩.୯୭ କୋଟି, କୋରାପୁଟର ୫୦୫ ଜଣ ୦.୧୬ କୋଟି, ନୂଆପଡ଼ାର ୨୧୯ ଜଣ ୦.୦୫ କୋଟି, କନ୍ଧମାଳର ୯୯୪ ଜଣ ୦.୩୦ କୋଟି,
ବଲାଙ୍ଗୀରର ୨,୧୫,୫୧୬ ଜଣ ୧୭୯.୪୨ କୋଟି, ବାଲେଶ୍ୱରର ୩୦,୮୩୯ ଜଣ ୩୮.୨୫ କୋଟି, ମାଲକାନଗିରିର ୬୨ ଜଣ ୦.୦୫ କୋଟି, ଢେଙ୍କାନାଳର ୧୯୪୧ ଜଣ ୦.୦୧ କୋଟି, କେନ୍ଦୁଝରର ୮୮୪ ଜଣ ୦.୪୭ କୋଟି, କଟକର ୪,୫୬୯ ଜଣ ୩.୫୨ କୋଟି, ଖୋର୍ଦ୍ଧାର ୩,୯୧୪ ଜଣ ୩.୬୮ କୋଟି, ରାୟଗଡ଼ାର ୧୧୬ ଜଣ ୦.୦୧ କୋଟି, ଝାରସୁଗୁଡ଼ାର ୨,୯୫୩ ଚାଷୀ ୩.୧୫ କୋଟି ଟଙ୍କା ବୀମାରାଶି ପାଇଛନ୍ତି।
ବୀମାରାଶି ପାଇବାରୁ ବଞ୍ଚିତ ଥିବା ୯୭,୯୨୭ଟି ମାମଲା ତଦନ୍ତ ପରେ ଅନୁମୋଦିତ ହୋଇଛି । ଏହି ମାମଲାଗୁଡିକର ବୀମା କ୍ଷତିପୂରଣ ପ୍ରଦାନ ନିମନ୍ତେ ବୀମା କମ୍ପାନୀକୁ ଅନୁରୋଧ କରାଯାଇଛି। ଅବଶିଷ୍ଟ ୮୪,୩୪୩ ମାମଲା ମଧ୍ୟରୁ ୬,୩୩୪ଟିର ତଦନ୍ତ ପ୍ରକ୍ରିୟା ଚାଲୁ ଅଛି। ୫୬୫ଟି ମାମଲା ସମାଧାନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ସୂଚନା ମିଳିଛି । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି)
No Result
View All Result